Advertisment

ପାରାଦୀପରେ ବୁଲା କୁକୁରଙ୍କ ଉପଦ୍ରବ, ୪ ମାସରେ ଅଢ଼େଇ ହଜାର ଲୋକ କୁକୁର କାମୁଡ଼ାର ଶିକାର

ରାସ୍ତାଘାଟ ସାହି ବସ୍ତି ସବୁଠି ମାଳ ମାଳ ବୁଲା କୁକୁର। ଯାହାକୁ ଦେଖିଲେ ତାକୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲେ। ପାରାଦୀପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦରରୁ ମିଳିଥିବା ତଥ୍ୟ ଅନୁଯାୟୀ ଗତ ୪ ମାସ ଭିତରେ ପ୍ରାୟ ଅଢ଼େଇ ହଜାର ଲୋକେ କୁକୁର କାମୁଡ଼ାର ଶିକାର ହେଲେଣି। ...

Panic grips over increase in number of dog bitten cases in Paradip

Panic grips over increase in number of dog bitten cases in Paradip

Advertisment

ବୁଲା କୁକୁରଙ୍କ ଉପଦ୍ରବରେ ଅତିଷ୍ଠ ପାରାଦୀପ ବାସୀ। ମୁଖ୍ୟ ରାସ୍ତା, ସାହି ଗଳି, ଛକ ବଜାର। ସବୁଠି ମାଳ ମାଳ ବୁଲା କୁକୁର। କେହି ରାସ୍ତାରେ ଗଲେ ଆସିଲେ ଭୁକୁଛନ୍ତି। ଯାହାକୁ ପାରିଲେ ତାକୁ ଗୋଡ଼ାଇ ଗୋଡ଼ାଇ କାମୁଡୁଛନ୍ତି। ପାରାଦୀପରେ ଏବେ ଏଭଳି ସ୍ଥିତି। ବୁଲା କୁକୁରଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ଲୋକେ। ସ୍ଥିତି ଏମିତି ନିଇତି ୨୦ରୁ ୨୫ ଜଣ ବୁଲା କୁକୁର କାମୁଡ଼ାରେ ଆହତ ହେଉଛନ୍ତି। ଖାଲି ସେତିକି ନୁହେଁ, ଅନେକ ସମୟରେ ବୁଲା କୁକୁରଙ୍କ ଯୋଗୁଁ ଛୋଟ ବଡ଼ ଦୁର୍ଘଟଣା ବି ଘଟୁଛି। ଫଳରେ ଲୋକେ ଏବେ ଘରୁ ବାହାରିବାକୁ ଭୟ କଲେଣି।

Advertisment

ବୁଲା କୁକୁରଙ୍କ ଉପଦ୍ରବ ବଢ଼ିବା ପରେ ଏହା ଉପରେ ଅଙ୍କୁଶ ଲଗାଇବାକୁ ପୂର୍ବରୁ ଯୋଜନା କରିଥିଲା ପାରାଦୀପ ପୌରପାଳିକା। ଗତ ୨୦୧୯ ମସିହାରେ ୨୬ ଲକ୍ଷ ଟଙ୍କାର ଏକ ପ୍ରକଳ୍ପ କାମ ହାତକୁ ନିଆଯାଇଥିଲା। ଶ୍ମଶାନଘାଟ ନିକଟରେ ନର୍ମାଣ କରାଯାଥିଲା ୨୫ଟି କ୍ରେନ୍ ସେଣ୍ଟର ବିଶିଷ୍ଟ କୁକୁର ବନ୍ଧ୍ୟାକରଣ କେନ୍ଦ୍ର। ସ୍ଥାନୀୟ ଯୁବକଙ୍କୁ ତାଲିମ ଦେଇ କୁକୁର ଧରିବା ପାଇଁ ସ୍କ୍ବାଡ୍ ଭାବେ ନିଯୁକ୍ତି ଦିଆଯାଇଥାନ୍ତା। କୁକୁର ବନ୍ଧ୍ୟାକରଣ ଲାଗି ଅଭିଜ୍ଞ ଡାକ୍ତର ମଧ୍ୟ ନିଯୁକ୍ତି ପାଇଥାନ୍ତେ।

ମାତ୍ର ସବୁ କିଛି ଏବେ ଶୀତଳ ଭଣ୍ଡାରରେ। ଯୋଜନାକୁ ଦୀର୍ଘ ସାଢ଼େ ୪ ବର୍ଷ ବିତିଲାଣି। ମାତ୍ର ଏହା କେବେ କାର୍ଯ୍ୟକ୍ଷମ ହେବ ତାହା ଜଣାପଡିନାହିଁ। ଅନ୍ୟପଟେ ପାରାଦୀପ ପୌରାଧ୍ୟକ୍ଷ କହିଛନ୍ତି, କୋରୋନା ଯୋଗୁଁ କାମରେ ବାଧା ଉପୁଜିଥିଲା। ଏବେ ବାକି କାମ ଶେଷ ହେବା ପରେ ଶୀଘ୍ର ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ।

Advertisment
Stray Dog
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ