Advertisment

ମହିଳାଙ୍କ ପିରିୟଡ୍ ସମସ୍ୟାର ରିପୋର୍ଟ ପାଇଁ ପ୍ରଜ୍ଞା ଓ ଜ୍ୟୋତ୍ସ୍ନାରାଣୀଙ୍କୁ ଲାଡଲି ମିଡିଆ ଆୱାର୍ଡ ପୁରସ୍କାର

ଜେଣ୍ଡର ସେନସିଟିଭ ମିଡିଆ ରିପୋର୍ଟ ପାଇଁ ଓଟିଭି ରିପୋର୍ଟର ପ୍ରଜ୍ଞା ଭାରତୀ ଚୌଧୁରୀ ଓ କ୍ୟାମେରା ପର୍ସନ ଜ୍ୟୋତ୍ସାରାଣୀ ଦଳାଇଙ୍କୁ ଏହି ପୁରସ୍କାର ମିଳିଛି।

ଅଦ୍ୟତନ ହୋଇଛି
OTV Journalist

OTV Journalist

Advertisment

ଓଟିଭିକୁ ମିଳିଛି ଜାତୀୟସ୍ତରୀୟ ଲାଡଲି ମିଡିଆ ଆୱାର୍ଡ ୨୦୨୩ ପୁରସ୍କାର। ପପୁଲେସନ ଫାଷ୍ଟ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଜେଣ୍ଡର ସେନସିଟିଭ ମିଡିଆ ରିପୋର୍ଟ ପାଇଁ ଓଟିଭି ରିପୋର୍ଟର ପ୍ରଜ୍ଞା ଭାରତୀ ଚୌଧୁରୀ ଓ କ୍ୟାମେରା ପର୍ସନ ଜ୍ୟୋତ୍ସାରାଣୀ ଦଳାଇଙ୍କୁ ଏହି ପୁରସ୍କାର ମିଳିଛି।

Advertisment

ରାଜସ୍ଥାନ ଜୟପୁରର ରାଜସ୍ଥାନ ଇଣ୍ଟରନ୍ୟାସନାଲ ସେଣ୍ଟରରେ ହୋଇଥିବା କାର୍ଯ୍ୟକ୍ରମରେ ଓଟିଭି ତରଫରୁ ସାମ୍ବାଦିକ ପ୍ରଜ୍ଞା ଭାରତୀ ଚୌଧୁରୀ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ବାବା ଆମତେ ଦିବ୍ୟାଙ୍ଗ ୟୁନିଭରସିଟିର କୁଳପତି ଡକ୍ଟର ଦେବ ସ୍ବରୂପ ମୁଖ୍ୟ ଅତିଥି ଭାବେ ପୁରସ୍କାର ପ୍ରଦାନ କରିଛନ୍ତି।

ଓଟିଭି ତରଫରୁ ପ୍ରଜ୍ଞା ଭାରତୀ ଚୌଧୁରୀ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ୨୦୨୨ରେ ବନ୍ୟା ସମୟରେ ଋତୁମତୀ ମହିଳାଙ୍କ ସମସ୍ୟା ସଂପର୍କରେ ରିପୋର୍ଟ ପାଇଁ ପ୍ରଜ୍ଞା ଓ ଜ୍ୟୋତ୍ସାଙ୍କୁ ଏହି ପୁରସ୍କାର ମିଳିଛି। ରିପୋର୍ଟ ପରେ ମହିଳାଙ୍କୁ ସରକାର ତୁରନ୍ତ ମାଗଣାରେ ସାନିଟାରି ପ୍ୟାଡ ବଣ୍ଟନ କରିଥିଲେ।

Advertisment

OTV Journalist
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ