AI Anchor Lisa
ସ୍ୱାଧୀନତା ଦିବସ ପାଇଁ ଆଜି ସବୁଠି ଉତ୍ସବ ଓ ଉତ୍ସାହ । ଓଟିଭିର ଏ.ଆଇ. ଆଙ୍କର ଲିସା ବା ଏଥିରୁ କେମିତି ବାଦ୍ ପଡ଼ିବେ । ସେ ମଧ୍ୟ ଗାନ କରିଛନ୍ତି ଜାତୀୟ ସଙ୍ଗୀତ- ଜନ ଗଣ ମନ । ଲିସା ହେଉଛନ୍ତି ଭାରତର ପ୍ରଥମ ଏ.ଆଇ. ଆଙ୍କର, ଯିଏକି ଜାତୀୟ ସଙ୍ଗୀତ ଗାନ କରୁଛନ୍ତି ।
ସମୁଦ୍ରରୁ ଆକାଶ,ଦେଶରୁ ବିଦେଶ । ଆଜି ସବୁଠି ଶୁଭିଛି ଭାରତର ଜୟଧ୍ୱନି । ସଗର୍ବେ, ସଗୌରବେ ଉଡ଼ିଛି ତ୍ରିରଙ୍ଗା । ବିଭିନ୍ନ ସ୍ଥାନରେ ନିଆରା ଶୈଳୀରେ, ରୋଚକ ଢଙ୍ଗରେ ପାଳନ ହୋଇଛି ୭୭ତମ ସ୍ୱାଧୀନତା ଦିବସ ।
୭୭ତମ ସ୍ୱାଧୀନତା ଦିବସ ଅବସରରେ ପାଣି ଭିତରେ ତ୍ରିରଙ୍ଗା ଉଡ଼ାଇଛନ୍ତି ଭାରତୀୟ ତଟରକ୍ଷୀ ବାହିନୀର ବୀର ଯବାନ । ତାମିଲନାଡୁ ରାମେଶ୍ୱରମ ନିକଟରେ ସମୁଦ୍ର ଭିତରେ କୋଷ୍ଟଗାର୍ଡର ୪ ଜଣ ଯବାନ ଏକାଠି ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ।
ତେଣେ ଭାରତ-ପାକିସ୍ତାନ ସୀମାର ୱାଘା ଅଟାରୀ ବର୍ଡର୍, ପାକିସ୍ତାନ ସୀମାକୁ ଲାଗିଥିବା ଜାମ୍ମୁ-କାଶ୍ମୀରର ଉରି ଏବଂ ଚୀନ୍ ସୀମାବର୍ତ୍ତୀ ଲେହରେ ବି ଦେଖିବାକୁ ମିଳିଛି ଦେଶଭକ୍ତିର ସ୍ପର୍ଦ୍ଧା । ନିଆରା ଢଙ୍ଗରେ ସ୍ୱାଧୀନତା ଦିବସ ପାଳନ କ୍ଷେତ୍ରରେ ଓଡ଼ିଶା ବି ଦେଖାଇଛି କରିସ୍ମା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1692108724.jpg)