Advertisment

ଦେଶର ଭବିଷ୍ୟତ ଗଢୁଥିବା ଶିକ୍ଷକଙ୍କ ଭବିଷ୍ୟତ ବି ଅନ୍ଧାର !

ଦାବି ପୂରଣ ନେଇ ଆନ୍ତଃ ମନ୍ତ୍ରିସ୍ତରୀୟ କମିଟିରେ ହେବ ଆଲୋଚନା । ଅଧ୍ୟାପକ ଓ ଶିକ୍ଷକଙ୍କ ପ୍ରସଙ୍ଗରେ ମୁହଁ ଖୋଲିଲେନି ମନ୍ତ୍ରୀ ।

Teacher Protest

Teacher Protest

Advertisment

ଗୁରୁ ଦିବସରେ ଗୁରୁ ସମାବେଶ। ପୂଜା ପାଇଥାନ୍ତେ ସ୍କୁଲରେ, ହେଲେ ପେଟ ପାଇଁ ଚାଲିଲେ ରାଜରାସ୍ତାରେ। ସ୍କୁଲ୍ କଲେଜ ଛାଡି ଭୁବନେଶ୍ୱରରେ ପାଳିଲେ କଳା ଦିବସ। ମୁହଁରେ କଳା କପଡ଼ା ପିନ୍ଧି ସରକାର ବିରୋଧରେ ସ୍ଲୋଗାନ୍। ଗୁରୁ ଦିବସରେ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘ, ଓଷ୍ଟା ପକ୍ଷରୁ ବିଶାଳ ରାଲି କରାଯାଇଛି ଲୋୟର ପିଏମ୍‌ଜିରେ। ସମାନ କାମକୁ ସମାନ ଦରମା, ପୂର୍ଣ୍ଣ ଅନୁଦାନ ଏବଂ ସବୁ ସ୍କୁଲ୍‌କୁ ସରକାରୀକରଣ ଦାବିରେ ଶିକ୍ଷକ ମାନେ ପ୍ରତିବାଦ ଜଣାଇଛନ୍ତି। ଖାଲି ସେତିକି ନୁହେଁ ଦାବି ପୂରଣ ନହେଲେ ନିର୍ବାଚନୀ ବର୍ଷରେ ଭୋଟ୍ ବାକ୍ସରେ ଜବାବ ଦିଆଯିବ ବୋଲି ଏବେଠାରୁ ଚେତାବନୀ ଦେଇଛି ସଂଘ।

Advertisment

ସେପଟେ ୬୬୨ ବର୍ଗ ଅଧ୍ୟାପକ ସଂଘ ବି ବର୍ଷାରେ ଓଦା ହୋଇ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସରକାରଙ୍କୁ ପ୍ରତିବାଦ ଜଣାଇଛନ୍ତି । ସେହିଭଳି ସଂସ୍କୃତ ଶିକ୍ଷକଙ୍କ ଧାରଣା ସ୍ଥଳରେ ହୋମ କରି ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି। ଏହାରି ଭିତରେ ଆଶା ରଖିଛନ୍ତି ସରକାର ସେମାନଙ୍କ ଦାବି ଶୁଣିବେ।

ଖାଲି ରାଜଧାନୀର ରାଜରାସ୍ତା ନୁହେଁ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନରେ ବି ଶିକ୍ଷକମାନେ ପ୍ରତିବାଦ କରିଛନ୍ତି । ଷ୍ଟେଟ୍ ସିଲେକ୍ସନ୍ ବୋର୍ଡର ଅଧ୍ୟାପକ, ଅଧ୍ୟାପିକା ମାନେ କଳା ବ୍ୟାଜ୍ ପିନ୍ଧି କ୍ଲାସ୍ କରିଛନ୍ତି। ଦାବି ଗ୍ରେଡ୍ ପେ ବୃଦ୍ଧି। ଆଉ ଇଏ ହେଲା ଝରିଗାଁ ସହିଦ ଲକ୍ଷ୍ମଣ ନାୟକ ହାଇସ୍କୁଲ୍ । ଏଠି ବି ଶିକ୍ଷକ କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ ଜଣାଇଛନ୍ତି । ନବମ ଓ ଦଶମର ୩୫୨ ପିଲା ପାଇଁ ଅଛନ୍ତି ମାତ୍ର ଦୁଇ ଶିକ୍ଷକ ।

Advertisment

ସ୍କୁଲର ଅବସ୍ଥା ଦେଖି ଦୁଇ ଅବସରପ୍ରାପ୍ତ ଶିକ୍ଷକ ଏଠାରେ ସ୍ବଇଚ୍ଛାରେ ଶିକ୍ଷାଦାନ କରୁଥିବାରେ ପାଠ ପଢା କଷ୍ଟେମଷ୍ଟେ ପିଲାଏ ପଢୁଛନ୍ତି। ଏଠି ପ୍ରଶ୍ନ ଉଠୁଛି, ଯେଉଁଠି ଫାଇଭ ଟି ନାଁରେ ସ୍କୁଲ୍ କଲେଜ ରୂପାନ୍ତରୀକରଣ ହେଉଛି ସେଠି ଶିକ୍ଷାର ଇଏ କି ଚିତ୍ର ? କାହିଁକି ଗୁରୁ ଦିବସରେ ରାଜରାସ୍ତାରେ ଶିକ୍ଷକ? ସେପଟେ ଶିକ୍ଷକ ଆନ୍ଦୋଳନ ନେଇ ନାଁ ଗଣଶିକ୍ଷା ନାଁ ଉଚ୍ଚଶିକ୍ଷା ମନ୍ତ୍ରୀ କେହି ବି କ୍ୟାମେରା ଆଗରେ ମୁହଁ ଖୋଲି ନାହାଁନ୍ତି।

ଶିକ୍ଷକ ଆନ୍ଦୋଳନ ନେଇ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ । ଅନ୍ୟପଟେ ଶିକ୍ଷକ ଆନ୍ଦୋଳନ ତୀବ୍ରତର ହେଉଥିବାରୁ ଏହାକୁ ପ୍ରଶମିତ କରିବାକୁ ନିର୍ବାଚନୀ ବର୍ଷରେ ସରକାର କି ନିଷ୍ପତ୍ତି ନେଉଛନ୍ତି ତାଉପରେ ନଜର।

Advertisment

Teachers' Day Teachers Protest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ