Advertisment

କଇଁଛଙ୍କ ସୁରକ୍ଷା ପାଇଁ ମାଛଧରା ଉପରେ ଲାଗିଲା କଟକଣା, ଚିନ୍ତାରେ ମତ୍ସ୍ୟଜୀବୀ

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ଦୃଷ୍ଟିରୁ ନଭେମ୍ବର ୧ରୁ ମେ ୩୧ ଯାଏ ମାଛଧରା ଉପରେ କଟକଣା ଲାଗିଛି । ଧାମରା, ଦେବୀ ଏବଂ ରୁଷିକୁଲ୍ୟା ନଦୀ ମୁହାଣ ଅଂଚଳ ସମେତ ସମୁଦ୍ର କୂଳରୁ ଭିତରକୁ ୨୦ କିଲୋମିଟର ଯାଏ ମାଛଧରିବାରେ କଟକଣା ଲଗାଇଛନ୍ତି ସରକାର।

ଅଦ୍ୟତନ ହୋଇଛି
Paradeep Fishing

Paradeep Fishing

Advertisment

ସମୁଦ୍ର ଉପକୂଳରେଁ ଲାଗିଲା କଟକଣା । କୂଳରୁ ୨୦ କିଲୋମିଟର ଭିତରକୁ ଧରା ହେବନି ମାଛ । ବିରଳ ପ୍ରଜାତିର କଇଁଛ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ନଭେମ୍ବର ୧ ତାରିଖରୁ ୭ ମାସ ବଳବତ୍ତର ରହିବ ଏହି କଟକଣା । ତେବେ ଏହାକୁ ନେଇ ଆଇନର ଜାଲରେ ଫସିବା ଆଶଙ୍କା କରି ଅସନ୍ତୋଷ ଝାଡିଛନ୍ତି ମତ୍ସ୍ୟଜୀବୀ । ସେମାନଙ୍କୁ ଅଯଥାରେ ହଇରାଣ ହରକତ କରାଯାଉ ଥିବା ସେମାନେ ଅଭିଯୋଗ କରିଛନ୍ତି । କୂଳରେ ମାଛଧରା ଛାଡି ଦୂର ସମୁଦ୍ରକୁ ଯିବାକୁ ପଡୁଥିବାରୁ ଡିଜେଲରେ ରାଜ୍ୟ ସରକାର ରିହାତି ଦିଅନ୍ତୁ ବୋଲ ସେମାନେି ଦାବି କରିଛନ୍ତି ।

Advertisment

ଅଲିଭ ରିଡଲେ କଇଁଛ ସୁରକ୍ଷା ଦୃଷ୍ଟିରୁ ନଭେମ୍ବର ୧ରୁ ମେ ୩୧ ଯାଏ ମାଛଧରା ଉପରେ କଟକଣା ଲାଗିଛି । ଧାମରା, ଦେବୀ ଏବଂ ରୁଷିକୁଲ୍ୟା ନଦୀ ମୁହାଣ ଅଂଚଳ ସମେତ ସମୁଦ୍ର କୂଳରୁ ଭିତରକୁ ୨୦ କିଲୋମିଟର ଯାଏ ମାଛଧରିବାରେ କଟକଣା ଲଗାଇଛନ୍ତି ସରକାର। ସରକାରୀ କଟକଣାକୁ ସାମୁଦ୍ରିକ ମତ୍ସ୍ୟଜୀବୀମାନେ ସ୍ୱାଗତ କରୁଥିଲେ ବି ପାଟ୍ରୋଲିଂ ସମୟରେ ସେମାନଙ୍କୁ ଅଯଥାରେ ହଇରାଣ ହରକତ କରାଯାଉଥିବା ସେମାନେ ଅଭିଯୋଗ କରୁଛନ୍ତି । କୂଳରୁ ସମୁଦ୍ର ଭିତରକୁ ଯିବାଆସିବା ପାଇଁ ନିର୍ଦ୍ଧାରିତ ବାଟ ଚିହ୍ନଟ ପାଇଁ ସବୁଆଡେ ପର୍ଯ୍ୟାପ୍ତ ଭାବରେ ଚିହ୍ନ ବା ବୟାଁ ଲଗାଯାଇ ନଥିବା ମତ୍ସ୍ୟଜୀବୀ ଅଭିଯୋଗ କରିଛନ୍ତି । ଏଭଳି ସମସ୍ୟା ଲାଗି ରହିଲେ ସେମାନେ ବଂଚିବେ କେମିତି ବୋଲି ପ୍ରଶ୍ନ କରିଛନ୍ତି।

ଫଳରେ ଅନେକ ସମୟରେ ଟ୍ରଲର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହେଉ ଅବା ଅଶାନ୍ତ ସମୁଦ୍ର ସୁଅରେ ଭାସି ଯାଇ ହେଉ ମାଛ ନଧରି କେବଳ ଆଙ୍କରେଜ୍‌ରେ ଅଟଳି ଥିବା ବେଳେ ସେମାନଙ୍କୁ ହଇରାଣ କରାଯାଉଛି। ପାଟ୍ରୋଲିଂ ଏଜେନ୍ସୀମାନେ ସେମାନଙ୍କ ଟ୍ରଲର ଓ ମାଛ ଜବତ କରିବା ସହ ବିଭିନ୍ନ ସମୟରେ ଗିରଫ କରିବାକୁ ପଛାଉ ନାହାନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

Advertisment

ଗୋଟିଏ ପଟେ ସୀମା ଜାଣି ନପାରି ପାଟ୍ରୋଲିଂ ଟିମ୍ ରୋଷର ଶିକାର ହେଉଛନ୍ତି ମତ୍ସ୍ୟଜୀବୀ। ଅନ୍ୟପଟେ ପାରାଦୀପଠାରେ ମହାନଦୀ ମୁହାଣ ପୋତି ହୋଇ ପଡିଥିବାରୁ ବିପଜ୍ଜନକ ଅବସ୍ଥାରେ ଅଛି । ସେପଟେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ନିକଟବର୍ତି ହୋଇଥିବାରୁ କଟକଣା ଯୋଗୁଁ ବରୁଣେଇ ମୁହାଣ ପଟେ କୂଳକୁ ଫେରିବା ସମ୍ଭବ ହେଉନି ।

ଏସବୁ ସମସ୍ୟା ଯୋଗୁ ଡିଜେଲରେ ରିହାତି ପ୍ରଦାନ କରିବା, ସବୁଆଡେ ବୟାଁ ବା ଚିହ୍ନ ଲଗାଇବା ଏବଂ କଟକଣା ସମୟରେ ସରକାର ମତ୍ସ୍ୟଜୀବୀଙ୍କ ପାଇଁ ବିକଳ୍ପ ଆୟର ବ୍ୟବସ୍ଥା କରିବା ପାଇଁ ପାରାଦୀପର ସାମୁଦ୍ରିକ ମତ୍ସ୍ୟଜୀବୀ ଏବଂ ଟ୍ରଲରମାଲିକମାନେ ଦାବି କରିଛନ୍ତି ।

Advertisment

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ଉପରେ ସାରା ବିଶ୍ୱର ନଜର ରହିଥିବା ବେଳେ ବର୍ଷର ବିଭିନ୍ନ ସମୟରେ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରୁଥିବା ପାରାଦୀପର ସାମୁଦ୍ରିକ ମତ୍ସ୍ୟଜୀବୀଙ୍କ ପାଇଁ ଏହି କଟକଣା ୭ ମାସ ଚିନ୍ତାର କାରଣ ପାଲଟିଛି ।

Odisha Fishing Paradeep
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ