ଦେଓମାଳିରେ ନିର୍ମାଣକୁ ମନା,୨୬ ଏକର ଜଙ୍ଗଲ ଜମିରେ କଂକ୍ରିଟ ନିର୍ମାଣକୁ ବିରୋଧ

NGTରେ ମାମଲା ଦାୟର କରିଛି ୱାଇଲ୍ଡ ଲାଇଫ୍ ସୋସାଇଟି ଅଫ୍ ଓଡ଼ିଶା

Deomali

ଦେଓମାଳି ଶିଖରରେ କଟେଜ ନିର୍ମାଣକୁ ନେଇ ଅଡ଼ୁଆ । ଦେଓମାଳି ଶିଖରର ପାଖାପାଖି ୨୬ ଏକର ଜଙ୍ଗଲ ଜମିରେ ସ୍ଥାୟୀ କଂକ୍ରିଟ ନିର୍ମାଣକୁ ବିରୋଧ କରି NGTରେ ମାମଲା ଦାୟର ହୋଇଛି । ୱାଇଲ୍ଡ ଲାଇଫ୍ ସୋସାଇଟି ଅଫ୍ ଓଡ଼ିଶା ପକ୍ଷରୁ ଏହି ମାମଲା ଦାଏର ହୋଇଛି।

ଅଭିଯୋଗ ଅନୁସାରେ ଦେଓମାଳି ପାହାଡ଼ ଶିଖର ଜୈବ ବିବିଧତା ଐତିହ୍ୟ ସ୍ଥଳୀ ପାଇଁ ଯୋଗ୍ୟ ବିବେଚିତ ହୋଇଛି । ଏଠାରେ ଅନେକ ବିରଳ ପ୍ରଜାତିର ଉଦ୍ଭିଦ ଓ ପ୍ରାଣୀ ସମେତ ୮୪ ପ୍ରକାର ଔଷଧିୟ ବୃକ୍ଷ ରହିଛି । ତେଣୁ ଏଠାରେ କଂଙ୍କ୍ରିଟ ନିର୍ମାଣ କଲେ ଜୈବ ବିବିଧତା ନଷ୍ଟ ହେବାର ଆଶଙ୍କା ଅଛି ।

ଏହାର ଶୁଣାଣି କରି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ, ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ, ରାଜ୍ୟ ଜୈବ ବିବିଧତା ବୋର୍ଡ, କୋରାପୁଟ ଜିଲ୍ଲାପାଳ, କୋରାପୁଟ ବନଖଣ୍ଡ ଅଧିକାରୀ, ସିମିଳିଗୁଡା ରେଞ୍ଜ ଅଧିକାରୀଙ୍କୁ ନୋଟିସ ଜାରି କରିଛନ୍ତି ଏନଜିଟି । ୪ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅଗଷ୍ଟ ୨୩ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି ଅଛି । ...