Advertisment

ମିଳନ ଖୁସିରେ ଧୋଇଗଲା ଟ୍ରେନ୍ ଟ୍ରାଜେଡିରେ ବିଚ୍ଛେଦ ଯନ୍ତ୍ରଣା

ବୋଲ ମାନୁନି ଖୁସିର ଲୁହ । ଆନନ୍ଦରେ ଫାଟି ପଡୁଛି ଛାତି । ରକ୍ତମୁଖା ଲୌହ ଦାନବର ପ୍ରକୋପ ପରଠୁ ଗତ ୫ଦିନ ଧରି ଯେଉଁ ଭୟ ଆତଙ୍କ ଆଉ କୋହରେ ବତୁରି ଯାଉଥିଲା ପ୍ରାଣ, ଆଜି ବଦଳିଯାଇଛି ସବୁକିଛି । କେଉଁ ଜନ୍ମରେ ପୂଣ୍ୟ ଅର୍ଜିଥିଲେ ବୋଲି ଆଜି ନିଜ ରକ୍ତର ସନ୍ତାନଙ୍କୁ ପାଇଛନ୍ତି ଭାଗ୍ୟବାନ ବାପା, ମା’।

ଅଦ୍ୟତନ ହୋଇଛି
Train Accidents

Train Accidents

Advertisment

ମଥା ସିନ୍ଦୂର ବଜ୍ର ଥିଲା ବୋଲି ଲୌହ ଦାନବ ମୁହଁରୁ ବର୍ତ୍ତିଗଲେ କାହା ସ୍ୱାମୀ, ପୂର୍ବଜନ୍ମରେ ପୂଣ୍ୟ ଅର୍ଜିଥିଲେ ବୋଲି କିଛି ବାପା, ମା’ଙ୍କ କୋଳ ବି ଖାଲି ହେଲାନି । ବାହାନଗାର ଭୟଙ୍କର ଟ୍ରେନ ଟ୍ରାଜେଡ଼ିରେ ଶହ ଶହ ଯାତ୍ରୀ ଶବ ପାଲଟିଯିବା ପରେ ବି କିଛି ଯାତ୍ରୀଙ୍କ ଭାଗ୍ୟ ଏତେ ଟାଣ ଥିଲା ଯେ, ଫେରିପାଇଲେ ଜୀବନ । ପରସ୍ପରକୁ ଜୀବନ୍ତ ଅବସ୍ଥାରେ ପାଇ ଭାବବିହ୍ୱଳ ପତି-ପତ୍ନୀ, ବାପା, ମାଆ ଏବଂ କିଛି ଆତ୍ମୀୟ ସ୍ୱଜନ । ଆଉ ସେହି ମିଳନ ପଛରେ କେତେକ ମାମଲାରେ ଓଟିଭିର ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ, କେମିତି ଜାଣନ୍ତୁ...

Advertisment

ବୋଲ ମାନୁନି ଖୁସିର ଲୁହ । ଆନନ୍ଦରେ ଫାଟି ପଡୁଛି ଛାତି । ରକ୍ତମୁଖା ଲୌହ ଦାନବର ପ୍ରକୋପ ପରଠୁ ଗତ ୫ଦିନ ଧରି ଯେଉଁ ଭୟ ଆତଙ୍କ ଆଉ କୋହରେ ବତୁରି ଯାଉଥିଲା ପ୍ରାଣ, ଆଜି ବଦଳିଯାଇଛି ସବୁକିଛି । କେଉଁ ଜନ୍ମରେ ପୂଣ୍ୟ ଅର୍ଜିଥିଲେ ବୋଲି ଆଜି ନିଜ ରକ୍ତର ସନ୍ତାନଙ୍କୁ ପାଇଛନ୍ତି ଭାଗ୍ୟବାନ ବାପା, ମା’। କଟକ ବଡ଼ ଡାକ୍ତରଖାନା ICU ରେ ଏକ ନାବାଳକ ଚିକିତ୍ସିତ ହେଉଛନ୍ତି ୧୫ ବର୍ଷିୟା ରାମାନନ୍ଦ ପାଶ୍ୱାନୀ । ଯାହାଙ୍କ ଘର ନେପାଳରେ ବୋଲି ସୂଚନା ମିଳିଛି । ରାମାନନ୍ଦଙ୍କୁ ଖୋଜିବା ପାଇଁ ଏ ମେଡ଼ିକାଲରୁ ସେ ମେଡ଼ିକାଲକୁ ଯାଇ କେତେ ଧନ୍ଦି ହୋଇଛନ୍ତି ତାଙ୍କ ବାପା, ମା ।

ଏପରିକି ଭୁବନେଶ୍ୱର ଏମସ୍‌କୁ ଯାଇ ରାମାନନ୍ଦଙ୍କୁ ଖୋଜୁଥିବାବେଳେ ଓଟିଭି କ୍ୟାମେରାରେ ନିଜ ପୁଅର ସନ୍ଧାନରେ ଥିବାନେଇ ପ୍ରତିକ୍ରିୟା ଦେଇଥିଲେ । ଯାହାର ଦୃଶ୍ୟକୁ ଓଟିଭି ମାଧ୍ୟମରେ SCBରେ ଚିକିତ୍ସାଧିନ ଅବସ୍ଥାରେ ଥାଇ ଦେଖୁଥିଲେ ରାମାନନ୍ଦ। ଏନେଇ ସେ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଆଉ ଆଜି ରାମାନନ୍ଦଙ୍କ ପାଖରେ ପହଞ୍ଚିଛନ୍ତି ତାଙ୍କ ବାପା । କିନ୍ତୁ ଦୁର୍ଭାଗ୍ୟ, ସାଙ୍ଗରେ ଥିବା ୩ଜଣ ଯାତ୍ରୀଙ୍କୁ ହରାଇଛନ୍ତି ରାମାନନ୍ଦ । 

Advertisment

ଆଉ ଜଣେ ପତି-ପତ୍ନୀ ହେଉଛି ଏମ୍.ଡି.ରିଆଜ୍ ଏବଂ ଦୀପିକା । ବାହାନଗାରେ ରେଳ ଦୁର୍ଘଟଣାର ମାତ୍ର ୩ ଦିନ ପୂର୍ବରୁ ସରିଥିଲା ଉଭୟଙ୍କ ବିବାଦ । ବିବାହ ପରେ ପରେ ପଶ୍ଚିମବଙ୍ଗ ଯାଉଥିଲେ ହାୱଡ଼ା-ଯଶୱନ୍ତପୁର ଏକ୍ସପ୍ରେସରେ । କିନ୍ତୁ ବାହାନଗାର ଭୟଙ୍କର ଦୁର୍ଘଟଣା ପରେ ସାଥୀରେ ବାଲେଶ୍ୱରରୁ କଟକ ଏସସିବିକୁ ଅଣାଯାଇଥିଲା ସତ, କିଏ ଏସସିବିରେ ଭିନ୍ନ ଭିନ୍ନ ବିଭାଗକୁ ରେଫର ହେବା ପରେ ଆଉ ପରସ୍ପରର ପତ୍ତା ପାଇନଥିଲେ । ହେଲେ ଦୀପିକାଙ୍କ ମଥାର ସିନ୍ଦୂର ବଜ୍ର ଥିଲା ବୋଲି ସୌଭାଗ୍ୟକୁ ଆଜି ଦୁହିଙ୍କ ମିଳନ ହୋଇଛି । ଏସ୍‌ସିବି ମେଡ଼ିକାଲରେ ପରସ୍ପରକୁ ପାଇ ଖୁସି ହୋଇଛନ୍ତି । 

ଲୁହ ଆଉ କୋହର କାଳ ଭିତରେ ଆପଣାର ମଣିଷଙ୍କୁ ଏମିତି କେତେ ଯେ ଆତ୍ମୀୟସ୍ୱଜନ ଖୋଜି ବୁଲୁଛନ୍ତି, ତା’ର ସଠିକ ସୂଚନା ନାହିଁ । ଖୋଜି ଖୋଜି କିଏ ମୃତଦେହକୁ ପାଉଛନ୍ତି ତ ଆଉ କିଏ ଜୀବିତ ଅବସ୍ଥାରେ ପାଇ ବିଭୋର ହେଉଛନ୍ତି । ଏହି ଯେମିତି ବିହାରରୁ ଆସିଥିବା ଲକ୍ଷେଶ୍ୱର ଠାକୁର। ନିଜର ୨ ଦାଦା ପୁଅ ଭାଇ ଏବଂ ୪ ପଡ଼ୋଶୀଙ୍କୁ ଖୋଜି ଚାଲୁଛନ୍ତି ଗତ ପ୍ରାୟ ୫ ଦିନ ହେଲା । ତେବେ ଜଣେ ଭାଇଙ୍କ ମୃତଦେହ ମିଳିଥିଲେ ବି ଅନ୍ୟଜଣେ ଭାଈ ରାମ ଭରୋସେ ଜୀବିତ ଥିବା ସେ ସୂଚନା ପାଇଛନ୍ତି ଓଟିଭି ନ୍ୟୁଜରୁ । ଦୁର୍ଘଟଣା ରାତିରେ ତାଙ୍କୁ ଉଦ୍ଧାରବେଳର ଭିଡ଼ିଓ ପ୍ରସାରିତ ହୋଇଥିଲା ଓଟିଭିରେ । ଯିଏ ଭୁବନେଶ୍ୱର ଏମସ୍‌ରେ ଏବେ ଚିକିତ୍ସିତ ହେଉଥିବା ସୂଚନା ପାଇଛନ୍ତି ଲକ୍ଷେଶ୍ୱର। ତେଣୁ ଅନ୍ୟ ପଡ଼ୋଶୀ ବି ଜୀବିତ ଥିବା ଆଶା ରଖିଛନ୍ତି ଲକ୍ଷ୍ମେଶ୍ୱର ଠାକୁର । 

Advertisment
Train Mishap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ