Advertisment

ବାହାନଗା ଟ୍ରେନ୍ ଟ୍ରାଜେଡି: ମୃତଦେହ ଚିହ୍ନଟ ସହ ସଠିକ୍ ପରିବାରକୁ ହସ୍ତାନ୍ତର ଏବେ ବଡ଼ ଚ୍ୟାଲେଞ୍ଜ

୨୭୫ ଭିତରୁ ୧୭୦ ଶବ ନେଇ ସାରିଲେଣି ସଂପର୍କୀୟ । ବାକି ମୃତଦେହ ସଂରକ୍ଷଣ ପାଇଁ ପାରାଦୀପରୁ ଆସିଲା ସ୍ପେଶାଲ କଣ୍ଟେନର ।

undefined

Bahanaga Train Tragedy

Advertisment

ଦୁର୍ଘଟଣାର ୭୨ ଘଣ୍ଟା ବିତିଲା, ତଥାପି ସରିନି ମୃତଦେହ ଚିହ୍ନଟ ପ୍ରକ୍ରିୟା । ଭୁବନେଶ୍ୱର AIIMSରେ ମୃତକଙ୍କ ଫଟୋ ସବୁ ଖେଳାଇ ତା ଭିତରେ ନିଜ ଲୋକଙ୍କୁ ଖୋଜୁଛନ୍ତି ସଂପର୍କୀୟ । LED ସ୍କ୍ରିନରେ ବି ଡିସପ୍ଳେ ହେଉଛି ବାହାନଗା ଟ୍ରେନ୍ ଟ୍ରାଜେଡିର ହତଭାଗାଙ୍କ ଫଟୋ। ସେହିପରି BMC ଅଫିସରେ ରଖାଯାଇଥିବା ମୃତକଙ୍କ ଫଟୋରୁ ନିଜ ସଂପର୍କୀୟଙ୍କୁ ଚିହ୍ନିବାକୁ ଚେଷ୍ଟା କରୁଛନ୍ତି ବିହାର ଭାଗଲପୁରରୁ ଆସିଥିବା ଲୋକମାନେ। AIIMSରେ ସେମାନେ ୨ ମୃତଦେହ ଚିହ୍ନଟ କରିଥିବା ବେଳେ ଏବେ ବି ୫ ଜଣଙ୍କୁ ପାଇପାରୁ ନାହାନ୍ତି ।

Advertisment

ସେହିଭଳି ବାଲେଶ୍ୱର ମେଡିକାଲ୍ କଲେଜରେ ବି ସମାନ ସ୍ଥିତି। ମେଡିକାଲ୍ ନୋଟିସ୍ ବୋର୍ଡରେ ଲାଗିଛି ମୃତକଙ୍କ ଫଟୋ। ଦୂରଦୂରାନ୍ତରୁ ଆସିଥିବା ସଂପର୍କୀୟମାନେ ତା ଭିତରୁ ଖୋଜିବାକୁ ଚେଷ୍ଟା କରୁଛନ୍ତି ନିଜ ନିଜର ପରିଜନକୁ । ତେବେ ଚିହ୍ନଟ ପ୍ରକ୍ରିୟାରେ ବାଧକ ସାଜିଛି କ୍ଷତବିକ୍ଷତ ଶବଗୁଡ଼ିକର ବୀଭତ୍ସ ଫଟୋ। କିଛି କିଛି ସ୍ଥାନରେ ମୃତଦେହ ଚିହ୍ନଟ କରିବାରେ ସୃଷ୍ଟି ହେଉଛି ଦ୍ୱନ୍ଦ୍ୱ ।

ଭୁବନେଶ୍ୱର AIIMSରେ ଗୋଟିଏ ମୃତ ଶରୀର ପାଇଁ ଦୁଇଜଣ ଦାବିଦାର ଥିଲେ। ତେବେ ଆଇଡେଣ୍ଟିଫିକେସନ୍ ମାର୍କ ଓ ପରିଚୟ ପତ୍ର ଦେଖାଇବା ପରେ ଠିକ୍ ଦାବିଦାରଙ୍କୁ ମୃତ ଦେହ ହସ୍ତାନ୍ତର କରାଯାଇଥିଲା । ମୃତଦେହ ଚିହ୍ନଟ ଓ ହସ୍ତାନ୍ତର ବେଳେ କୋହ ସମ୍ଭାଳି ପାରୁନାହାଁନ୍ତି ପରିବାର ଲୋକେ । କାନ୍ଦବୋବାଳିରେ ଫାଟି ପଡୁଛି ପରିବେଶ ।

Advertisment

ବାହାନଗା ଟ୍ରେନ୍ ଟ୍ରାଜେଡିରେ ୨୭୫ ଜଣଙ୍କର ମୃତ୍ୟୁ ହୋଇଥିଲା। ସମସ୍ତ ଶବ ଚିହ୍ନଟ ଓ ସେଗୁଡ଼ିକୁ ସଠିକ୍ ଲୋକଙ୍କୁ ହସ୍ତାନ୍ତର ରାଜ୍ୟ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଂଜ ହୋଇଛି । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇଟି ଟ୍ରୋଲଫ୍ରି ନମ୍ବର ୧୮୦୦୩୪୫୦୦୬୧ ଓ ୯୨୯ ଜାରି କରାଯାଇଛି । ମୃତାହତ ଯାତ୍ରୀଙ୍କ ସଂପର୍କୀୟମାନେ ଓଡ଼ିଶା ଆସିଲେ ଯେମିତି ସୁବିଧାରେ ହସପିଟାଲକୁ ଯାଇପାରିବେ ଓ ମୃତ ଶରୀରକୁ ଚିହ୍ନଟ କରିପାରିବେ । ସେଥିପାଇଁ ସବୁ ବ୍ୟବସ୍ଥା କରାଯାଇଛି । ଏହାବ୍ୟତୀତ ମୃତଦେହ ଚିହ୍ନଟ ପଟେ ଏହାକୁ ସେମାନଙ୍କ ଘରେ ପହଞ୍ଚାଇବା ବ୍ୟବସ୍ଥା ମଧ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି ।

ସେପଟେ ସମୟ ବିତିବା ସହ ମୃତଦେହଗୁଡ଼ିକ ସଂରକ୍ଷିତ ରଖିବା ଆଉ ଏକ ବଡ଼ ଚ୍ୟାଲେଂଜ ହୋଇଛି। ଯେହେତୁ ବିଭିନ୍ନ ରାଜ୍ୟରୁ ଡେଡ୍ ବଡି ନେବାକୁ ଲୋକମାନେ ଆସୁଛନ୍ତି ତେଣୁ ଅଧିକ ଦିନ ଶବଗୁଡ଼ିକ କିପରି ସଂରକ୍ଷଣ କରାଯାଇପାରିବ ତାର ବ୍ୟବସ୍ଥା କରାଯାଉଛି । ତେବେ ଏତେ ସଂଖ୍ୟକ ଶବ ସଂରକ୍ଷଣର ସୁବିଧା ନଥିବାରୁ ପାରାଦୀପରୁ ୫ଟି ସ୍ପେଶାଲ କଣ୍ଟେନରରେ ମଗାଯାଇଛି । ସେଥିରେ ଥିବା ଡିପ୍ ଫ୍ରିଜରରେ ଡେଡବଡ଼ିକୁ ମାସ ମାସ ଧରି ରଖିହେବ ।

Advertisment

ସେପଟେ ଯେଉଁ ଡେଡ୍ ବଡିଗୁଡ଼ିକର ଚିହ୍ନଟ ହୋଇ ପାରିବ ନାହିଁ ସେସବୁର ଡିଏନ୍ଏ ସାଂପୁଲ୍ ଓ ଫିଙ୍ଗର ପ୍ରିଣ୍ଟ ସଂଗ୍ରହ କରାଯିବା ପରେ ନିୟମ ଅନୁୟାୟୀ ସଂସ୍କାର କରାଯିବ।

ଏପଟେ ପଶ୍ଚିମବଙ୍ଗର କିଛି ଯାତ୍ରୀଙ୍କ ମୃତଦେହ ଆଜି କୋଲକାତାରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଓଡ଼ିଶାରେ ଚିକିତ୍ସିତ ହେଉଥିବା ବଂଗୀୟ ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ଆସନ୍ତାକାଲି ମମତା କଟକ ଆସିବାର କାର୍ଯ୍ୟକ୍ରମ ରହିଛି ।

Train Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ