Advertisment

ଅପରାଧୀଙ୍କୁ ତ୍ରାହି ନାହିଁ, କଏଦୀଙ୍କ ଦେହରେ ଲାଗିବ ଜିପିଏସ୍‌

ଜେଲ୍ କର୍ତ୍ତୃପକ୍ଷଙ୍କ ପାଖରେ ରହିବ ବନ୍ଦୀର ସବୁ ଗତିବିଧି । ଜିପିଏସକୁ ନଷ୍ଟ କରିବାକୁ ଚେଷ୍ଟା କଲେ ଥାନାକୁ ଆଲର୍ଟ ଯିବ ।

ଅଦ୍ୟତନ ହୋଇଛି
gps

GPS

Advertisment

ପୋଲିସ ଆଖିରେ ଆଉ ଧୂଳି ଦେଇ ପାରିବେନି ଅପରାଧୀ । କଏଦୀଙ୍କ ଦେହରେ ଲାଗିବ ଜିପିଏସ୍ । ଜେଲ୍‌ରୁ କଏଦୀଙ୍କ ବୋଝ କମାଇବାକୁ ହାଇଟେକ୍‌ ପ୍ରସ୍ତାବ। ବିଚାରାଧୀନ କଏଦୀଙ୍କ ଦେହରେ ଜିପିଏସ୍ ଲଗାଇବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ଜେଲ ବିଭାଗ। ଜେଲରେ ବନ୍ଦୀଙ୍କ ସଂଖ୍ୟା ବହୁତ ଅଧିକ ଥିବାରୁ ଚାପ କମାଇବାକୁ ଏହି ପ୍ରସ୍ତାବ ଦିଆଯାଇଛି।

Advertisment

ପ୍ରସ୍ତାବ ଅନୁସାରେ ଯେଉଁ କଏଦୀଙ୍କ ଅପରାଧର ଦଣ୍ଡ ୭ ବର୍ଷରୁ କମ୍ ହୋଇଥିବ, ଜଘନ୍ୟ ଅପରାଧରେ ସଂପୃକ୍ତ ନ ଥିବେ, ସାଧାରଣ ମାମଲାରେ ଅଭିଯୁକ୍ତ ଥିବେ-ସେମିତି ବନ୍ଦୀଙ୍କ ଦେହରେ ଏହି ଜିପିଏସ୍ ଲଗାଇ ଘରେ ଛାଡ଼ି ଦିଆଯିବ । ଆଣ୍ଠୁରେ ଲାଗିବ ଏହି ଜିପିଏସ୍ ଟ୍ରାକର୍ । ଏହା ଦ୍ୱାରା ସଂପୃକ୍ତ ବିଚାରାଧୀନ କଏଦୀଙ୍କ ସମସ୍ତ ଗତିବିଧି ଓ କାର୍ଯ୍ୟକଳାପ ସଂପର୍କରେ ଜାଣିପାରିବେ ଜେଲ୍ କର୍ତ୍ତୃପକ୍ଷ ।

ଜିପିଏସ୍ ଟ୍ରାକରକୁ ନଷ୍ଟ କରିବାକୁ ଚେଷ୍ଟା କଲେ ସ୍ଥାନୀୟ ଥାନାକୁ ତୁରନ୍ତ ଆଲର୍ଟ ଯିବ। ଏହା ଦ୍ୱାରା ଜେଲରେ ଯେଉଁ ଅଧିକ ବନ୍ଦୀ ରହୁଛନ୍ତି, ତାର ସମାଧାନ ହୋଇପାରିବ ବୋଲି କୁହାଯାଇଛି।

Advertisment

...

GPS
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ