Advertisment

ରାସ୍ତାରେ ଟ୍ରକ୍‌, ବଜାରରେ ନିଆଁ ! ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଠପ୍

ଏକପ୍ରକାର ଠପ୍ ହୋଇଯାଇଛି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ।

Driver Protest

Driver Protest

Advertisment

ରାଜରାସ୍ତାରେ ଧସ୍ତାଧସ୍ତି, ଦୌଡ଼ା ଦୌଡ଼ି, ତା ସାଙ୍ଗକୁ ରାସ୍ତା ଅବରୋଧ । ଡ୍ରାଇଭର ଆନ୍ଦୋଳନର ଦ୍ୱିତୀୟ ଦିନରେ ଆଜି କିଛି ସମୟ ଋଣକ୍ଷେତ୍ର ପାଲଟି ଯାଇଥିଲା ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ସ୍ଥିତ ଏନ୍ଏଚ୍-୧୬ । ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନରୁ କାଲିଠୁ ରାସ୍ତାରେ ଅଟକ ଥିବା ବାହାର ରାଜ୍ୟର ଟ୍ରକ୍ ଗୁଡ଼ିକୁ ଆଜି ପୋଲିସ ସହାୟତାରେ ଖାଲି କରାଯିବାକୁ ନେଇ ଗଣ୍ଡଗୋଳ। ମୁହାଁମୁହିଁ ବାହାର ରାଜ୍ୟ ଡ୍ରାଇଭର, ଆନ୍ଦୋଳନରତ ଡ୍ରାଇଭର।...

Advertisment

କେବଳ ଭୁବନେଶ୍ୱର ତମାଣ୍ଡୋ ନୁହେଁ, ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ପାଇଁ ଦୁଇ ଦିନ ଧରି ରାଜରାସ୍ତାରେ ସବୁ ମାଲବାହୀ ଟ୍ରକ୍ । ଏକପ୍ରକାର ଠପ୍ ହୋଇଯାଇଛି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ। ଏଥିପାଇଁ କେଉଁଠି ବିଭିନ୍ନ ତୈଳ ଡିପୋରେ ଶତାଧିକ ତେଲ ଟ୍ୟାଙ୍କରଙ୍କ ଲମ୍ବା ଲାଇନ୍ ତ ଏପଟେ ରାଜ୍ୟର ବହୁ ପେଟ୍ରୋଲ ପଂପରେ ତୈଳ ସଂକଟ । ପେଟ୍ରୋଲ, ଡିଜେଲ କିଛି ନାହିଁ। ଟ୍ୟାଙ୍କର ଆସୁ ନଥିବାରୁ ବାଲେଶ୍ୱର, ଜୟପୁର, ରାଜଧାନୀ ଭୁବନେଶ୍ୱରଠୁ ନେଇ ରାଜ୍ୟର ବହୁ ପେଟ୍ରୋଲ ପଂପରୁ ତେଲ ନପାଇ ହନ୍ତସନ୍ତ ସାଧାରଣ ଲୋକ।...

ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସଂପାଦକ ସଂଜୟ ଲାଠ ବି କହିଛନ୍ତି ଆନ୍ଦୋଳନ ଆସନ୍ତାକାଲି ପର୍ଯ୍ୟନ୍ତ ଜାରି ରହିଲେ, ଏବଂ ତେଲ ଟ୍ୟାଙ୍କରକୁ ଛଡ଼ା ନଗଲେ ସମସ୍ୟା ହୋଇପାରେ।...କାଲିଠୁ ଜାରି ରହିଥିବା ଡ୍ରାଇଭର ଆନ୍ଦୋଳନ ରାଜ୍ୟର ପରିବା ବଜାର ଉପରେ ବି ଚଡ଼କ ପକେଇଛି । ଆଳୁ ଗଦି ଭୁବନେଶ୍ୱର ଉପକଣ୍ଠ ଆଇଗିଣିଆର ଦୃଶ୍ୟ ଦେଖି ସବୁ କିଛି ସ୍ପଷ୍ଟ ଜଣାପଡ଼ୁଛି । ମାଲବାହୀ ଟ୍ରକ୍ ଚାଲୁ ନଥିବାରୁ ଏଠୁ ସପ୍ଲାଏ ଚେନ୍ ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ଫଳରେ ତିନି ଦିନ ତଳୁ ଆସିଥିବା ଆଳୁ ଅନଲୋଡ ହୋଇ ନପାରି ପଚିବାରେ ଲାଗିଲାଣି।...

Advertisment

କେବଳ ଆଇଗିଣିଆ ନୁହେଁ, ଭୁବନେଶ୍ଷରର ଏକ ନମ୍ବର ପରିବା ମାର୍କେଟ୍ ହେଉକି କଟକର ଛତ୍ରବଜାର, ବ୍ରହ୍ମପୁରର ବଡ଼ ବଜାର ଅବା ବାଲେଶ୍ବରର ସୋର, ନୀଳଗିରି। ସବୁ ହୋଲସେଲ୍ ମାର୍କେଟ୍ ଓ ପରିବା ବଜାରରେ ସାମଗ୍ରୀ ଅଭାବରୁ ଆଳୁ, ପିଆଜଠୁ ନେଇ କଞ୍ଚା ପରିବା ଦର ବି ବଢ଼ିବାରେ ଲାଗିରାଣି।...

ଏମିତିକି କଟକ ଛତ୍ରବଜାରରେ ବିଭିନ୍ନ ପରିବା ଦର ୧୦ରୁ ୪୦ ଟଙ୍କା ଯାଏଁ ବଢ଼ିଗଲାଣି ।...ସେହିପରି ଫଳ ବଜାର ଉପରେ ମଧ୍ୟ ଗୁରୁତର ପ୍ରଭାବ ପଡ଼ିଛି।... ଅପରପକ୍ଷେ ଓଡ଼ିଶା ବ୍ୟବସାୟୀ ସଂଘର କହିବା କଥା, ଏବେ ରାଜ୍ୟରେ ଯେତିକି ପରିମାଣର ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଅଛି, ଆଗାମୀ ୧୫ ଦିନ ପର୍ଯ୍ୟନ୍ତ କିଛି ସମସ୍ୟା ହେବାର ନାହିଁ । ତେବେ ଆନ୍ଦୋଳନ ଜାରି ରହିଲେ ଶୀଘ୍ର ନଷ୍ଟ ହେଉଥିବା ସାମଗ୍ରୀ ଉପରେ ତାର ପ୍ରଭାବ ପଡ଼ିପାରେ। ହେଲେ ଲୋକେ ଛାନିଆ ହୋଇ କିଣାକିଣି ନକରିବାକୁ କୁହାଯାଇଛି ।...

Advertisment

ଡ୍ରାଇଭର ସଂଘର ଆନ୍ଦୋଳନ ରାଜ୍ୟର ସପ୍ଲାଇ ଚେନକୁ ଏକ ପ୍ରକାର ଅଚଳ କରି ଦେଇଥିଲା ବେଳେ ଆଗକୁ ସ୍ଥିତି ବିଗିଡ଼ିବାର ଆଶଙ୍କା ରହିଛି । ତେଣୁ ରାଜ୍ୟ ସରକାର ଏନେଇ କି ପଦକ୍ଷେପ ନେଉଛନ୍ତି ଏବେ ତା ଉପରେ ନଜର ।...

Driver Protest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ