Advertisment

ରାଜ୍ୟରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ

ମାଲକାନଗିରିରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ...ମାଲକାନଗିରି ଜିଲ୍ଲାରେ ଗଡ଼ିଲା ୩୬ଟି ଲକ୍ଷ୍ମୀ ବସ୍..ପ୍ରଥମ ପର୍ଯ୍ୟାୟରେ ୬ଟି ଜିଲ୍ଲାରେ ‘ଲକ୍ଷ୍ମୀ’ ବସ୍ ସେବା

ଅଦ୍ୟତନ ହୋଇଛି
Laxmi Bus Yojana

Laxmi Bus Yojana

Advertisment

ରାଜ୍ୟରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ । ଆଜି ମାଲକାନଗିରିରେ ଏହି ଯୋଜନାରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲ୍ଲାରେ ଆଜି ୩୬ଟି ଲକ୍ଷ୍ମୀ ବସ୍ ଗଡ଼ିଛି। ଏହି ୩୬ଟି ବସ ଜିଲ୍ଲାର ୧୧୧ଟି ପଞ୍ଚାୟତ ସହ ଯୋଡ଼ି ହେବ। ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ ୬ଟି ଜିଲ୍ଲାରେ ‘ଲକ୍ଷ୍ମୀ’ ବସ୍ ସେବା ଆରମ୍ଭ ହେବାକୁ ଯାଉଛି।

Advertisment

ମାଲକାନଗିରି ପରେ ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ଗଜପତି ଓ କନ୍ଧମାଳ ଜିଲ୍ଲାରେ ବି ଆରମ୍ଭ ହେବ ଲକ୍ଷ୍ମୀ ବସ୍ ଯୋଜନା। ଏହିସବୁ ଜିଲ୍ଲାର ଜିଲ୍ଲା ମୁଖ୍ୟାଳୟରୁ ପଞ୍ଚାୟତ ଯାଏଁ ସେବା ଦେବ ଲକ୍ଷ୍ମୀ ବସ୍। ଆଜି ଯୋଜନାର ଶୁଭାରମ୍ଭ ଅବସରରେ ଲକ୍ଷ୍ମୀ ବସ୍ ଘରେ ଘରେ ଖୁସି ଆଣିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

‘ଏହା ଗାଁ ଗାଁରେ ସମୃଦ୍ଧି ଆଣିବ, ଅର୍ଥନୀତିକୁ ସୁଦୃଢ଼ କରିବ। ଲକ୍ଷ୍ମୀ ଯୋଜନା ସମସ୍ତଙ୍କୁ ବିକାଶ ସହ ଯୋଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।...

Advertisment

ସେପଟେ ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନାକୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି- ଏଭଳିଯୋଜନା କରି ରାଜ୍ୟ ସରକାର ମିଛ ବାହା ବା ନେବାକୁ ଯାଉଛନ୍ତି। କେନ୍ଦ୍ର ସରକାର ବିଭିନ୍ନ 
ଯୋଜନାରେ ବସ୍ ଯୋଗାଇବାକୁ ଚାହୁଁଥିଲେ ବି ଓଡ଼ିଶା ଆଣୁନାହିଁ।

ଅନ୍ୟପଟେ କଂଗ୍ରେସ କହିଛି ନିର୍ବାଚନକୁ ଆଖିରେ ରଖି ଏଭଳି ଯୋଜନା । ପୂର୍ବରୁ ବିଜୁ ଗାଁ ଗାଡ଼ି କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି ଶରତ ପଟ୍ଟନାୟକ।...

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ