Odisha Citizen Award 2023
ଓଡ଼ିଶା ଟେଲିଭିଜନ ନେଟୱର୍କ ପକ୍ଷରୁ ପ୍ରଦାନ କରାଯାଉଥିବା ଓଡ଼ିଶା ସିଟିଜେନ୍ ଆୱାର୍ଡର ଏକାଦଶତମ ସଂସ୍କରଣର ପ୍ରଥମ ଜୁରୀ ବୈଠକ । ଭୁବନେଶ୍ୱରସ୍ଥିତ ଓଟିଭି ମୁଖ୍ୟ କାର୍ଯ୍ୟାଳୟରେ ବସିଥିବା ପ୍ରଥମ ଜୁରୀ ବୈଠକରେ, ପୁରସ୍କାର ପାଇବାକୁ ଥିବା ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ସମ୍ପର୍କରେ ଆଲୋଚନା ହୋଇଛି । ବ୍ୟାପକ ତର୍ଜମା ପରେ ପ୍ରତ୍ୟେକ ବର୍ଗରୁ ୪ ଜଣଙ୍କ ନାଁ ସର୍ଟଲିଷ୍ଟ କରାଯାଇଛି । ପରବର୍ତ୍ତୀ ବୈଠକରେ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରାଯିବ ।
ଓଟିଭି ନେଟୱର୍କର ସୋସିଆଲ୍ ମିଡିଆ ଫ୍ଲାଟଫର୍ମରେ ଅନ୍ଲାଇନ୍ ଭୋଟିଂ ଓ ଜୁରିଙ୍କ ମତାମତକୁ ନେଇ, ଓଡ଼ିଶା ସିଟିଜେନ୍ସ ଆଓ୍ୱାର୍ଡ ବିଜେତାଙ୍କ ନାଁ ଘୋଷଣା କରାଯିବ । କୃଷି, ବ୍ୟବସାୟ, ଶିକ୍ଷା, ସ୍ୱାସ୍ଥ୍ୟ, ରାଜନୀତି, ସମାଜ ସେବା, କଳା-ସଂସ୍କୃତି, କ୍ରୀଡା ଓ ମନୋରଞ୍ଜନ ଏପରି ୯ଟି ବର୍ଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶା ସିଟିଜେନ୍ସ ଆଓ୍ୱାର୍ଡ ଦିଆଯାଇଥାଏ ।
ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ତଥା ବିଶେଷ ଅବଦାନ ରଖିଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରିବା ଓଡ଼ିଶା ସିଟିଜେନ୍ସ ଆଓ୍ୱାର୍ଡର ମୂଳ ଉଦ୍ଦେଶ୍ୟ । ଗତ ୧୦ ବର୍ଷ ହେବ ଓଡିଶା ଟେଲିଭିଜନ ନେଟୱର୍କ ପକ୍ଷରୁ ସିଟିଜେନ୍ ଆୱାର୍ଡ ପ୍ରଦାନ କରାଯାଇ ଆସୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699617446.jpg)