Advertisment

ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ବୁଣାକାର

ଆଜି ଜାତୀୟ ହସ୍ତତନ୍ତ ଦିବସ। ଦେଶର ସାମାଜିକ ଆର୍ଥିକ ଉନ୍ନତିରେ ହସ୍ତତନ୍ତ ଶିଳ୍ପର ଗୁରୁତ୍ୱ ପ୍ରତି ସଚେତନତା ସୃଷ୍ଟି ଲକ୍ଷ୍ୟରେ ଜାତୀୟ ସ୍ତରରେ ଏହି ଦିବସ ପାଳନ ହୋଇ ଆସୁଛି।ତେବେ ହସ୍ତତନ୍ତକୁ ପେଶା କରି ଚଳୁଥିବା ଆମ ରାଜ୍ୟର ବୁଣାକାର ପରିବାର ଆଜିର ଦିନରେ କିଭଳି ସ୍ଥିତିର ସମ୍ମୁଖୀନ ହେଉଛନ୍ତି, ଆସନ୍ତୁ ଜାଣିବା..

ଅଦ୍ୟତନ ହୋଇଛି
undefined

Weavers In Odisha

Advertisment

କୋରାପୁଟ କୋଟପାଡ଼ ବ୍ଲକ୍ ବତାସନା ଗାଁର ଜଗବନ୍ଧୁ ପନିକା ବୁଣାକାରଙ୍କ କ୍ଷୋଭ । ଦିନ ନାହିଁ ରାତି ନାହିଁ, ପରିବାର ପୋଷିବା ପାଇଁ ବୁଣାଘରେ ଏମିତି ତନ୍ତ ଚଳେଇଲେ ହିଁ ପରିବାର ଚାଲେ। ଗୁଜୁରାଣ- ମେଣ୍ଟେନି ତ, କୌଣସି ପ୍ରକାର ମେଣ୍ଟାଇବାକୁ ପଡ଼େ। ୪୦ ବର୍ଷ କାଳ ଜଗବନ୍ଧୁ ଏ କୂଳ ବେଉସାରେ ଥିଲେ ବି ଭଲ ଗଣ୍ଡେ, ଖାଇବା କି ପିନ୍ଧିବା କଥା ଛାଡ଼ନ୍ତୁ, ନିଜ ପରିବାର ପାଇଁ ନା ଛାତ ଘର ଖଣ୍ଡେ କରି ପାରିଲେ, ନା ବୁଣାକାର ପରିବାର ପାଇଁ ଢୋଲପିଟା ତମାମ୍ ସରକାରୀ ଯୋଜନା, ତାଙ୍କୁ ଘର ଖଣ୍ଡେ ଦିଆଇ ପାରିଲା। ଏମିତିକି ହସ୍ତତନ୍ତ ଉପକରଣ ପାଇଁ ଋଣ ସହାୟତା ବି ନୁହେଁ।

Advertisment

କେବଳ ଜଗବନ୍ଧୁ ନୁହଁନ୍ତି, ବାପ- ଜେଜ କରୁଥିଲେ ବୋଲି, ପ୍ରସିଦ୍ଧ କୋଟପାଡ଼ ଶାଢ଼ୀ ବୁଣା କୌଳିକ ବୃତ୍ତିରେ ଥିବା ଏଇ ଗାଁର ମଧୁ ପନିକା ଏବଂ ବାଧ୍ୟବାଧକତାରେ ମାଟ୍ରିକ ପାସ ପରେ ନୂଆ ନୂଆ ବୃତ୍ତି ଆପଣେଇଥିବା ପାଖ ଗାଁ ଭନସୁଲିର ତିଳୋତ୍ତମା ତନ୍ତୀଙ୍କର ବି ସେଇ ସମାନ ଅଭିଯୋଗ, ସମାନ କ୍ଷୋଭ।

ସବୁଠୁ ବଡ଼ କଥା ହେଉଛି ସମ୍ବଲପୁର, ବ୍ରହ୍ମପୁର ଭଳି କୋଟପାଡ଼ ମିରିଗାନ୍ ଶାଢ଼ୀର ବି ବେଶ୍ ଚାହିଦା। ହେଲେ ବିଡ଼ମ୍ବନା ଜୟପୁରରେ ଥିବା ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ପକ୍ଷରୁ ବୟନିକା ଓ ଉତ୍କଳିକାର କାଉଣ୍ଟରରେ କୋଟପାଡ଼ ମିରିଗାନ ଶାଢ଼ୀ ଦେଖିବାକୁ ମିଳୁନି। ଉତ୍କଳିକା ଶାଖା ପରିଚାଳକ ଏହା ସ୍ୱୀକାର ବି କରିଛନ୍ତି।

Advertisment

ଶାଢ଼ୀବୁଣା ପାଇଁ ଆବଶ୍ୟକ କଞ୍ଚାମାଲର ଦରବୃଦ୍ଧି ହେଉ କି ଉପଯୁକ୍ତ ବଜାର ବ୍ୟବସ୍ଥାର ଅଭାବ ଅବା ବଜାରକୁ ନକଲି ଶାଢ଼ୀର ପ୍ରବେଶ। ଏସବୁ କାରଣ ବୁଣାକାରଙ୍କ ଭାତଥାଳି ଛଡ଼ାଇ ନେବାକୁ ବସିଥିଲା ବେଳେ ସରକାରଙ୍କ ଯୋଜନା ବି ଠିକଣା ଢଙ୍ଗରେ ଲୋକଙ୍କ ପାଖରେ ପହଞ୍ଚିପାରୁନଥିବାର ଅଭିଯୋଗ ହେଉଛି। ହେଲେ ବିଭାଗୀୟ ଅଧିକାରୀଙ୍କ କହିବା କଥା ବୁଣାକାରଙ୍କ ଉନ୍ନତି ପାଇଁ ବଜାର ବ୍ୟବସ୍ଥା ଯୋଗାଇ ଦିଆଯିବା ସହ ସବୁ ପ୍ରକାର ବ୍ୟବସ୍ଥା ହେଉଛି।

ସେପଟେ ନୂଆଦିଲ୍ଲୀର ପ୍ରଗତି ମୈଦାନର ଭାରତ ମଣ୍ଡପମରେ ଅନୁଷ୍ଠିତ ହୋଇଛି ଜାତୀୟ ହସ୍ତତନ୍ତ ଦିବସ ଉତ୍ସବ ପାଳନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏଥିରେ ୩ ହଜାହରୁ ଅଧିକ ହସ୍ତତନ୍ତ ଏବଂ ଖଦି ବୁଣାକାର, କାରିଗର, ବୟନଶିଳ୍ପ ଓ ଏମ୍ଏସ୍ଏମ୍ଇ କ୍ଷେତ୍ର ହିତାଧିକାରୀ ଯୋଗଦେଇଥିଲେ। ଚଳିତ ବର୍ଷ ନବମ ଜାତୀୟ ହସ୍ତତନ୍ତ ଦିବସ ପ୍ରଧାନମନ୍ତ୍ରୀ “ଭାରତୀୟ ବସ୍ତ୍ର ଏବଂ ଶିଳ୍ପକୋଷ”ର ଇ-ପୋର୍ଟାଲ ଉନ୍ମୋଚନ କରିଛନ୍ତି। ଏହାକୁ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି (NIFT) ଦ୍ୱାରା ବିକଶିତ କରାଯାଇଛି। ହସ୍ତତନ୍ତ କାରିଗର ଏବଂ କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ୨୦୧୬ କେନ୍ଦ୍ର ସରକରା ଜାତୀୟ ହସ୍ତତନ୍ତ ଦିବସ ପାଳନ କରି ଆସୁଛନ୍ତି।

Advertisment
National Handloom Day Weavers In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ