Advertisment

ଆଉ ରାଜ୍ୟ ବାହାରକୁ ଯିବାକୁ ପଡ଼ିବନି, ଏଣିକି ଭୁବନେଶ୍ୱରରେ ନାର୍କୋ ଟେଷ୍ଟ

କ୍ୟାପିଟାଲ ହସ୍ପିଟାଲରେ ନାର୍କୋ ଆନାଲିସିସ ଟେଷ୍ଟ...କ୍ୟାପିଟାଲ ହସ୍ପିଟାଲ OTରେ କରାଯିବ ନାର୍କୋ ପରୀକ୍ଷା....

ଅଦ୍ୟତନ ହୋଇଛି
Narco Analysis Test

Narco Analysis Test

Advertisment

ଏଣିକି କୌଣସି ଅଭିଯୁକ୍ତ କିମ୍ବା ଅପରାଧୀର ନାର୍କୋ ଟେଷ୍ଟ ତଥା ମିଛଧରା ପରୀକ୍ଷା ପାଇଁ ଆଉ ମୁମ୍ବାଇ କିମ୍ବା ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ । ଏଣିକି ଭୁବନେଶ୍ୱରରେ ବି ହୋଇପାରିବ ନାର୍କୋ ଟେଷ୍ଟ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ନାର୍କୋ ଆନାଲିସିସ ଟେଷ୍ଟ କରାଯିବ।

Advertisment

ତା’ପୁଣି ଆସନ୍ତା ମାସରୁ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ଦ୍ଦେଶକ। କ୍ୟାପିଟାଲ ହସ୍ପିଟାଲ OTରେ କରାଯିବ ନାର୍କୋ ପରୀକ୍ଷା। ଏଥିଲାଗି ରାଜ୍ୟ ଫରେନ୍ସିକ୍ ଲ୍ୟାବକୁ ଆସିସାରିଛି ଆବଶ୍ୟକୀୟ ଉପକରଣ। ଷ୍ଟେଟ ଫରେନ୍ସିକ୍ ଲ୍ୟାବ ସହ ଗତକାଲି କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷଙ୍କ ବୈଠକ ହୋଇଥିଲା।

ବୈଠକ ପରେ କ୍ୟାପିଟାଲ ହସ୍ପିଟାଲ ଆନାସ୍ଥେସିଆ ଓ ମାନସିକ ରୋଗ ବିଶେଷଜ୍ଞଙ୍କ ଏବେ ପ୍ରଶିକ୍ଷଣ ଚାଲିଛି। କ୍ୟାପିଟାଲ ହସ୍ପିଟାଲ OTରେ ନିଶା injection ପ୍ରୟୋଗ କରାଯିବା ସହ ଟେଷ୍ଟ କରାଯିବ। ...

Advertisment

ସୂଚନାଯୋଗ୍ୟ ନାର୍କୋ ଟେଷ୍ଟ ହତ୍ୟା, ଗଣ ଦୁଷ୍କର୍ମ, ଦଙ୍ଗା ଭଳି ବହୁ ଚର୍ଚିତ ଅପରାଧର ଅଭିଯୁକ୍ତମାନଙ୍କଠାରୁ ସତ ବାହାର କରିବାକୁ ସେମାନଙ୍କ ନାର୍କୋ‌ ଟେଷ୍ଟ କରାଯାଇଥାଏ । ଏହି ଟେଷ୍ଟ ପାଇଁ ଉଭୟ ଅଭିଯୁକ୍ତ ଓ କୋର୍ଟଙ୍କ ଅନୁମତି ଆବଶ୍ୟକ ହୋଇଥାଏ। ଏହାର ରିପୋର୍ଟକୁ ତଦନ୍ତକାରୀ ଅଧିକାରୀ ପ୍ରମାଣ ଭାବେ କୋର୍ଟରେ ଉପସ୍ଥାପନ କରିପାରିବେ ନାହିଁ । କେବଳ ତଦନ୍ତରେ ସହଯୋଗ ପାଇଁ ବା ସତ କ’ଣ ତାହା ଜାଣିବା ପାଇଁ ଅଭିଯୁକ୍ତର ଏଭଳି ଟେଷ୍ଟ କରାଯାଇଥାଏ ।

Capital Hospital Narco Test
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ