Unlimited Panipuri Offer: ଚର୍ଚ୍ଚାରେ ଗୁପଚୁପ୍ ବିକାଳୀଙ୍କ ଅଫର୍, ଥରେ ଟଙ୍କା ଦେଲେ ଜୀବନସାରା ଫ୍ରି

ଥରେ ୯୯,୦୦୦ ଟଙ୍କା ପେମେଣ୍ଟ କରନ୍ତୁ ସାରା ଜୀବନ ମାଗଣାରେ ଗୁପଚୁପ୍ ଖାଆନ୍ତୁ । ଚର୍ଚ୍ଚାରେ ଗୁପଚୁପ୍ ବିକାଳୀଙ୍କ ଏହି ଅନଲିମିଟେଡ୍ ଅଫର୍ ।

ଚର୍ଚ୍ଚାରେ ଗୁପଚୁପ୍ ବିକାଳୀଙ୍କ ଅନଲିମିଟେଡ୍ ଅଫର୍

ଗୁପଚୁପ୍ ଖାଇବାକୁ କାହାକୁ ବା ଭଲ ଲାଗେନା, ଖାସ୍ କରି ଝିଅମାନେ । ବଜାରରେ ଗୁପଚୁପ୍ ଦେଖିବା ମାତ୍ରେ ପାଟିରେ ଲାଳ ଆସିଯାଏ । ଏହା ଭାରତର ସବୁଠୁ ପ୍ରସିଦ୍ଧ ଷ୍ଟ୍ରିଟଫୁଡ୍ । ବଜାରଘାଟର ଗଳିକନ୍ଦିଠାରୁ ଆରମ୍ଭ କରି ବାହାଘର ଭୋଜି ଯାଏଁ ସବୁଠି ଦେଖିବାକୁ ମିଳେ ଗୁପଚୁପ୍ ଷ୍ଟଲ୍ । ଏମିତିରେ ଯଦି କେହି 'ଲାଇଫ୍ ଟାଇମ୍ ଅନଲିମିଟେଡ୍ ଗୁପୁଚୁପ୍' ଅଫର୍ ଦିଏ ତାହା ଭାଇରାଲ୍ ହେବା ତ ସ୍ୱାଭାବିକ । 

ଅଧିକ ପଢ଼ନ୍ତୁ: ଭାରତରେ ଏବେ ବି ଅଛି ‘ବଦଳ ବେପାର’; ଗହମ ଦେଲେ ମିଳୁଛି ଗୁପ୍‌ଚୁପ୍

ଏକ ଭାଇରାଲ ପୋଷ୍ଟ ଅନୁସାରେ, ମହାରାଷ୍ଟ୍ର ନାଗପୁରର ଜଣେ ଗୁପଚୁପ୍ ବିକାଳୀ ଏହି ଅନଲିମିଟେଡ୍ ଅଫର୍ ଦେଇଛନ୍ତି । ଗୁପଚୁପ୍ ପ୍ରତି ଲୋକଙ୍କ କ୍ରେଜକୁ ଦେଖି ସେ ଅଫର୍ ଦେଇଛନ୍ତି ଯେ, ଯଦି କେହି ଗ୍ରାହକ ଥରେ ତାଙ୍କୁ ୯୯,୦୦୦ ହଜାର ଟଙ୍କା ପେମେଣ୍ଟ କରନ୍ତି ତେବେ ସେ ସାରା ଜୀବନ ମାଗଣାରେ ଅନଲିମିଟେଡ୍ ଗୁପୁଚୁପ୍ ଖାଇପାରିବେ । ଯେତେବେଳେ ଚାହିଁବେ ଯେତେ ଇଚ୍ଛା ଗୁପଚୁପ୍ ଖାଇପାରିବେ । ତାଙ୍କର ଏହି ନିଆରା ଡିଲ୍ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । 

ୟୁଜରମାନେ ଏହି ପୋଷ୍ଟକୁ ଖୁବ୍ ପସନ୍ଦ କରିବା ସହ ମଜାଳିଆ ମିମ୍ସ ସେୟାର କରୁଛନ୍ତି ।  ଏବେ ସୁଦ୍ଧା ଏହି ପୋଷ୍ଟରେ ୪୭ ହଜାରରୁ ଅଧିକ ଲାଇକ୍ ମିଳିସାରିଛି । ଅନେକ ଲୋକ ଏହା ଉପରେ ନିଜର ମତାମତ ଦେଇଛନ୍ତି । ଜଣେ ୟୁଜର୍ ମଜାକିଆ ଢଙ୍ଗରେ ଲେଖିଛନ୍ତି, ଏହି ଅଫର୍ ମୋ ଲାଇଫଟାଇମ୍ ପାଇଁ ନା ଦୋକାନୀଙ୍କ ପାଇଁ ? ସେହିପରି ଅନ୍ୟ କିଛି ୟୁଜର ଏହି ଡିଲକୁ ଥଟ୍ଟା ଭାବିବା ସହ ବିକ୍ରେତା ଚର୍ଚ୍ଚାକୁ ଆସିବାକୁ ଏପରି କରିଥିବା କହିଛନ୍ତି ।