Advertisment

ଭୁବନେଶ୍ୱରରେ ପହଞ୍ଚିଲା ସହିଦ ସରୋଜଙ୍କ ମରଶରୀର,ବିମାନ ବନ୍ଦରରେ ଦିଆଗଲା ଗାର୍ଡ ଅଫ୍ ଅନର

ସିକ୍କିମ୍ ବନ୍ୟାରେ ସହିଦ ସରୋଜ ଦାସଙ୍କ ମରଶରୀର ପହଞ୍ଚିଲା

ଅଦ୍ୟତନ ହୋଇଛି
Odia jawan Saroj Kumar Das

Odia jawan Saroj Kumar Das

Advertisment

ଭୁବନେଶ୍ୱରରେ ସହିଦଙ୍କ ମରଶରୀର । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ସିକ୍କିମ ବନ୍ୟାରେ ସହିଦ ହୋଇଥିବା ସରୋଜ ଦାସଙ୍କ ସହିଦଙ୍କ ମରଶରୀର । ଭୁବନେଶ୍ୱର ବିମାନ ବନ୍ଦରରେ ସହିଦ ସରୋଜ ଦାସଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି । ସହିଦଙ୍କ ଶେଷ ଦର୍ଶନ ପାଇଁ ବିମାନବନ୍ଦରରେ ପହଞ୍ଚିଛନ୍ତି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ । ସେଠାରେ ସହିଦ ସରୋଜଙ୍କୁ ଉଭୟ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

Advertisment

ଏହାପରେ ଶୋଭାଯାତ୍ରାରେ କାମାକ୍ଷାନଗର କେନ୍ଦୁଢିପ ଗାଁକୁ ଯିବ ମରଶରୀର । ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ ସରୋଜଙ୍କ ହେବ ଶେଷକୃତ୍ୟ ହେବ । ସୋମବାର ବିଳମ୍ବିତ ରାତିରେ ସିକ୍କିମରେ ପ୍ରଳୟଙ୍କାରୀ ବନ୍ୟାରେ ଭାସି ଯାଇଥିବା ୨୩ ଜଣ ଯବାନଙ୍କ ମଧ୍ୟରେ ଓଡ଼ିଆ ଯବାନ ସରୋଜ ଦାସ ଥିଲେ । 

ସୂଚନାଯୋଗ୍ୟ ସିକିମ୍ ପ୍ରଳୟଙ୍କରୀ ବନ୍ୟାରେ ୨୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି। ଏବେ ବି ଶତାଧିକ ନିଖୋଜ ଅଛନ୍ତି । ତେଣୁ ମୃତାହତ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା କରାଯାଉଛି। ମଙ୍ଗନ, ଗ୍ୟାଙ୍ଗଟକ, ପାକଯୋଙ୍ଗ, ନାମଚୀ ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ୧୪ଟି ସେତୁ ଭୁଶୁଡ଼ିଛି, ଧୋଇଯାଇଛି ଅନେକ ରାସ୍ତା । ଘଟଣାସ୍ଥଳରୁ ୧୨୦ କିଲୋମିଟର ଯାଏ ବନ୍ୟାର ପ୍ରଭାବ ପଡ଼ିଛି ।

Advertisment
Odia Jawan Martyred
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ