ସରିଗଲା ଲଜ୍ୟା; ଇଏ ମେଟ୍ରୋ ନା ଆଉ କ’ଣ, ଦେଖନ୍ତୁ ଭିଡିଓ ..

ଦିଲ୍ଲୀ ମେଟ୍ରୋରେ ଘଟିଥିବା ଅନେକ ଘଟଣା ତ ଆପଣମାନଙ୍କର ନଜରରେ ଆସୁଥିବ । ଦେଶରେ ଏନେଇ ଅନେକ ବିତର୍କ ମଧ୍ୟ ହେଲାଣି । ତଥାପି ଚେତିବାର ନାଁ ନେଉନାହାନ୍ତି ଯୁବପିଢ଼ି । ମଡର୍ଣ୍ଣ ହେବାର ଦ୍ୱାହି ଦେଇ ଲଜ୍ୟାକୁ ସମାଜ ସାମ୍ନାରେ ବିକ୍ରି କରାଯାଉଛି ।

Delhi Metro

ଦିଲ୍ଲୀ ମେଟ୍ରୋରେ ଘଟିଥିବା ଅନେକ ଘଟଣା ତ ଆପଣମାନଙ୍କର ନଜରରେ ଆସୁଥିବ । ଦେଶରେ ଏନେଇ ଅନେକ ବିତର୍କ ମଧ୍ୟ ହେଲାଣି । ତଥାପି ଚେତିବାର ନାଁ ନେଉନାହାନ୍ତି ଯୁବପିଢ଼ି । ମଡର୍ଣ୍ଣ ହେବାର ଦ୍ୱାହି ଦେଇ ଲଜ୍ୟାକୁ ସମାଜ ସାମ୍ନାରେ ବିକ୍ରି କରାଯାଉଛି । ଦେଶରେ ଅପସଂସ୍କୃତି ବଢ଼ୁଛି । ସଭ୍ୟ ସମାଜର ମୁଣ୍ତ ତଳକୁ ନଇଁ ଯାଉଛି । କିନ୍ତୁ କୌଣସି ସୁଧାର ନାହିଁ । ଏପରି ଅବସ୍ଥାରେ ପୁଣି ଏକ ଭିଡିଓ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି ।

ହୋଲି ପାଇଁ ପୂରା ଦେଶ ବର୍ତ୍ତମାନ ଉତ୍ସବମୁଖର ରହିଛି । ପରସ୍ପରକୁ ରଙ୍ଗ ଲଗାଇ ଶାନ୍ତି ଓ ସୋହାର୍ଦ୍ଦ ବାଣ୍ଟୁଛନ୍ତି ଦେଶବାସୀ । ଏପରି ସ୍ଥଳେ ଦିଲ୍ଲୀ ମେଟ୍ରୋର ଏକ ଭିଡିଓକୁ ନେଇ ସାଧାରଣରେ ଉତ୍ତେଜନା ପ୍ରକାଶ ପାଇଛି ।

ଭିଡିଓରେ ଦେଖିବାକୁ ମିଳୁଛି ଯେ, ମେଟ୍ରୋରେ ଦୁଇ ଜଣ ଯୁବତୀ ଆପତ୍ତିଜନକ ଅବସ୍ଥାରେ ପରସ୍ପରକୁ ରଙ୍ଗ ମାରୁଛନ୍ତି । ରିଲ୍ସ ପାଇଁ ଏପରି କରୁଥିବା ଜଣା ପଡ଼ୁଛି । ତେବେ ସର୍ବସାଧାରଣ ସ୍ଥାନରେ ଏପରି ଅଶ୍ଲୀଳ କଣ୍ଟେଣ୍ଟକୁ ସାଧାରଣ ଲୋକେ ବିରୋଧ କରିଛନ୍ତି । ଭାରତୀୟ ଶାଢ଼ିରେ ଦୁଇ ଜଣ ଯୁବତୀ ରଙ୍ଗ ବୋଳାବୋଳି ହେଉଛନ୍ତି ।

ଏହି ଘଟଣାକୁ ନେଇ ୟୁଜର୍ସମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏପରି କାର୍ଯ୍ୟକୁ ନିନ୍ଦା କରିବା ସହ ସର୍ବସାଧାରଣ ସ୍ଥାନରେ ଏହା ଅନୁପଯୁକ୍ତ ବୋଲି କହିଛନ୍ତି । ଏପରି ଆଚରଣ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆହ୍ୱାନ ଦେଇଛନ୍ତି ୟୁଜର୍ସ । ଏନେଇ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ଭିଡିଓକୁ ନିଜ X ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି ଯେ, ଏହା ବିରୋଧରେ ଶକ୍ତ ଆଇନର ଆବଶ୍ୟକତା ରହିଛି । ଅନ୍ୟ ଜଣେ ୟୁଜର୍ସ ଏହା ବିରୋଧରେ କମେଣ୍ଟ କରିଛନ୍ତି, "ଏହି ଭିଡିଓ ଦେଖି ମୁଁ ଲଜ୍ଜିତ! ଅନ୍ୟ ଜଣେ ୟୁଜର୍ସଙ୍କ ମତରେ ଏପରି ୧୫ ସେକେଣ୍ତର ଭିଡିଓ ପାଇଁ ଏକ ଲକ୍ଷ ଟଙ୍କା ଜରିମାନା ଲାଗିବା ଉଚିତ୍ ବୋଲି କହିଛନ୍ତି ।

ଭିଡିଓଟି ସର୍ବସାଧାରଣ ସ୍ଥାନର ମାନ ଓ ମର୍ଯ୍ୟାଦା ଉଭୟକୁ କ୍ଷୁର୍ଣ୍ଣ କରୁଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଖୁବଶୀଘ୍ର ଏହା ବିରୋଧରେ ଆଇନ ଆସିବା ଆବଶ୍ୟକ ବୋଲି ସୋସିଆଲ ମିଡିଆ ୟୁଜର୍ସମାନେ କହିଛନ୍ତି ।