Advertisment

ପାଣିରେ ପଡ଼ୁଛି ସରକାରୀ ଟଙ୍କା : ପଥର ପ୍ୟାକିଙ୍ଗ ନାଁରେ କୋଟି କୋଟି ଟଙ୍କା ସ୍ୱାହା

ବିଶେଷ କରି ପଥର ପ୍ୟାକିଙ୍ଗ ନାଁରେ ପ୍ରାୟ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ସରକାରୀ ନଥିପତ୍ରରେ ଦର୍ଶାଯାଉଛି ।

ଅଦ୍ୟତନ ହୋଇଛି
jojanara Na Hariloot

jojanara Na Hariloot

Advertisment

ନଦୀ କୂଳିଆ ଗାଁକୁ ସୁରକ୍ଷା ଦେବା ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ମଞ୍ଜୁର କରୁଛନ୍ତି । ବିଶେଷ କରି ପଥର ପ୍ୟାକିଙ୍ଗ ନାଁରେ ପ୍ରାୟ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ସରକାରୀ ନଥିପତ୍ରରେ ଦର୍ଶାଯାଉଛି । ହେଲେ ସରକାରୀ ଟଙ୍କା ଯେମିତି ପାଣିରେ ପଡୁଛି । କାରଣ ବାସ୍ତବରେ ନଦୀ କୂଳରେ ପଥର ପ୍ୟାକିଙ୍ଗ ଠିକରେ ହେଉନି ବରଂ ସରକାରୀ ବାବୁ ମାନଙ୍କ ପକେଟକୁ ଯାଉଛି ମୋଟା ଅଙ୍କର ଟଙ୍କା ।

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ସଦର ମହକୁମାଠାରୁ ମାତ୍ର ୨ କିଲୋମିଟର ଦୂରରେ ରହିଛି ନୀଳକଣ୍ଠପୁର ଗାଁ । ବ୍ରାହ୍ମଣୀ ନଦୀ କୂଳରେ ଥିବା ଏହି ଗାଁ ଲୋକେ ବର୍ଷା ଆଉ ବନ୍ୟା କଥା ଶୁଣିଲେ ଛାତିରେ ଛନକା ପଶିଯାଏ । ସେଥିପାଇଁ ସରକାର ୨୦୨୦-୨୧, ୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷରେ ନାବାର୍ଡ ପାଣ୍ଠିରୁ ୧୫ କୋଟି ୨୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଦର୍ଶାଇଛନ୍ତି । ଏକଥା କଥା ଆଉ କେହି ନୁହେଁ, କହୁଛି ଆରଟିଆଇରୁ ମିଳିଥିବା ଦସ୍ତାବିଜ୍ । ତେବେ ବାସ୍ତବ କଥା ହେଲା କରୋନା କଟକଣା ବେଳେ ଗତ ୨ ବର୍ଷ ଭିତରେ କୌଣସି କାର୍ଯ୍ୟ ହୋଇନଥିବା ଲୋକେ କହିଛନ୍ତି । ଏବେ ୨ରୁ ୩ ମାସ ହେଲା ଚାଲିଛି ପଥର ପ୍ୟାକିଙ୍ଗ କାମ ।

ବ୍ରାହ୍ମଣୀ ନଦୀ କୂଳରେ ଚାଲିଥିବା ପଥର ପ୍ୟାକିଙ୍ଗ ଉପରେ ଯେମିତି ପଥର ଉପରେ ଉପରେ ଖାଲି ଛପାଯାଇଛି । ପୁଣି ଛୋଟ ଛୋଟ ପଥର ବ୍ୟବହାର ହେଉଛି, ନଦୀ ଭିତରୁ ସ୍ପର୍ ପ୍ୟାକିଙ୍ଗ ମଧ୍ୟ ହେଉନି । କାମ କୋଟିରେ ହେଉଛି, ହେଲେ ଜେଇ, ଏସଡିଓ କାହାରି ଦେଖା ମିଳୁନି।

Advertisment

ଜଳସମ୍ପଦ ବିଭାଗ ପକ୍ଷରୁ ଏହି କାମ ହେଉଥିବା ବେଳେ ନିମ୍ନମାନର କାମକୁ ନେଇ ଖପ୍ପା ଗ୍ରାମବାସୀ । କାରଣ ଗୋଟେ ବର୍ଷା ହେଲେ ସବୁ ପଥର ଧୋଇଯିବ । ତାସହ ପଥରକୁ ଉପରେ ଉପରେ ଛାପି ଦେଉଥିବାରୁ ନୀଳକଣ୍ଠପୁର ଗାଁ ଯେ କେତେବେଳେ ନଦୀରେ ଲୀନ ହୋଇଯିବ, ସେନେଇ ବି ଆଶା ଆଶଙ୍କାରେ ଗ୍ରାମବାସୀ।

୧୫ କୋଟିର କାମ ହେଲେ ଭଲରେ କାମ ହେଉନଥିବା ସମ୍ପର୍କରେ ଆମ ପ୍ରତିନିଧି ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ପଚାରିଥିଲେ । ହେଲେ ସେ କ୍ୟାମେରା ଆଗରେ କିଛି କହିବେ ନାହିଁ ବୋଲି କହି ଚାଲିଯାଇଥିଲେ । ସେପଟେ ନିମ୍ନମାନର କାମ ନେଇ ଅଭିଯୋଗ ଆସିଛି ବୋଲି ଜିଲ୍ଲାପାଳ ମାନିଥିବା ବେଳେ କାମ ଭଲରେ କରିବାକୁ ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି।

Advertisment

ପୂର୍ବରୁ ପଟ୍ଟାମୁଣ୍ଡାଇର ଶ୍ରୀରାମପୁର, ଆଳିର ସାହୁପଡ଼ାରେ କିଭଳି ସ୍ପର୍ ପ୍ୟାକିଙ୍ଗ ନାଁରେ ଦୁର୍ନୀତି ହୋଇଥିଲା, ସେ ଖବର ଦେଖାଇଥିଲୁ। ବାରମ୍ବାର ଖବର ପ୍ରସାରଣ ପରେ ବି ଯେମିତି ନିଦାବିଷ୍ଣୁ ସରକାର।

Jojanara Na Hariloot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ