Advertisment

ଶ୍ରୀମନ୍ଦିର ଦର୍ଶନ ଅବ୍ୟବସ୍ଥା; କାର୍ତ୍ତିକରେ ହନ୍ତସନ୍ତ ହେଉଛନ୍ତି ଶ୍ରଦ୍ଧାଳୁ

ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାରେ ସାଂଘାତିକ ତ୍ରୁଟି । ପଞ୍ଚୁକ ପୂର୍ବରୁ ପଦାରେ ପଡ଼ିଲା ଦର୍ଶନ ବ୍ୟବସ୍ଥାରେ ଅବ୍ୟବସ୍ଥା । ସାତପାହାଚ ନିକଟରେ ଠେଲାପେଲା, ୧୦ରୁ ଅଧିକ ଆହତ ।

undefined

Jagannath Temple

Advertisment

ଶ୍ରୀମନ୍ଦିରରେ ପଞ୍ଚୁକ ପୂର୍ବରୁ ପଦାରେ ପଡ଼ିଲା ଦର୍ଶନ ବ୍ୟବସ୍ଥାରେ ତ୍ରୁଟି । ଭିଡ଼ ନିୟନ୍ତ୍ରଣରେ ଅବ୍ୟବସ୍ଥାରୁ ଘଣ୍ଟିଦ୍ୱାର ଓ ସାତପାହାଚ ନିକଟରେ ଠେଲାପେଲାରେ ୧୦ରୁ ଅଧିକ ଭକ୍ତ ଓ ହବିଷ୍ୟାଳି ଆହତ ହୋଇଛନ୍ତି। ମଙ୍ଗଳ ଆଳତୀର ଠିକ୍ ପରେ ପରେ ଏହି ଅଘଟଣ ଘଟିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଠେଲାପେଲା ଘଟଣାକୁ ସ୍ୱୀକାର କରିବା ସହ ଆଗକୁ ଯେଭଳି ଦର୍ଶନ ବ୍ୟବସ୍ଥା ସ୍ୱାଭାବିକ ରହିବ, ସେନେଇ ଧ୍ୟାନ ଦିଆଯାଉଥିବା କହିଛନ୍ତି।

Advertisment

ମଙ୍ଗଳଆଳତୀ ପରେ ସିଂହଦ୍ୱାର ବ୍ୟାରିକେଡ୍ ଖୋଲା ଯିବା ସହ ହବିଷ୍ୟାଳିମାନଙ୍କୁ ବି ଏକକାଳିନ ମନ୍ଦିର ଭିତରକୁ ଛଡ଼ାଯିବାରୁ, ସାତପାହାଚ ଓ ଘଣ୍ଟିଦ୍ୱାର ନିକଟରେ ହୋଇଥିଲା ସାଂଘାତିକ ଠେଲାପେଲା ସ୍ଥିତି। ସୌଭାଗ୍ୟକୁ ବଡ଼ ଅଘଟଣ ଘଟି ନଥିଲେ ବି ତଳେ ପଡ଼ିଯିବାରୁ ୧୦ରୁ ଅଧିକ ଭକ୍ତ ଓ ହବିଷ୍ୟାଳି ଆହତ ହେଲେ। ଆମ୍ବୁଲାନସ ଯୋଗେ ସୀତାଙ୍କ ଭଳି ୭-୮ ଜଣଙ୍କୁ ପୁରୀ ସଦର ହସ୍ପିଟାଲକୁ ଅଣାଯିବାକୁ ପଡ଼ିଲା।

ହେଲେ ଏଠି ପ୍ରଶ୍ନ କାହିଁକି ସୃଷ୍ଟି ହେଲା ଏଭଳି ସ୍ଥିତି ? କାର୍ତ୍ତିକ ମାସରେ ବ୍ୟବସ୍ଥିତ ଦର୍ଶନ ପାଇଁ ସବୁ ବନ୍ଦୋବସ୍ତ କରାଯାଇଥିବା କଥାରେ ଅଛି କେତେ ସତ୍ୟତା ? ନଜର ପକାନ୍ତୁ ଜଗାଦର୍ଶନ ପାଇଁ ସିଂହଦ୍ବାର ସାମ୍ନାରେ ଆଜିର ଏ ଭିଡ଼କୁ। ଆଉ ଅନୁଭବ କରନ୍ତୁ ଘଣ୍ଟା ଘଣ୍ଟା ଧରି ବ୍ୟାରିକେଡ୍ ଭିତର ଏ ପୀଡ଼ାକୁ। କେହି କେହି ବୟସ୍କ ବ୍ୟକ୍ତି ତ ବ୍ୟାରିକେଡ୍ ଭିତରେ ଚଟଣାରେ ପଡ଼ିଯାଇଥିଲା ବେଳେ, କେହି କେହି ନିସ୍ତେଜ ହେଇ ତଳେ ବସି ପଡ଼ିଥିବା ଦେଖିବାକୁ ମିଳିଥିଲା।

Advertisment

କୁହାଯାଉଛି ଶ୍ରୀଜୀଉଙ୍କ ରାତ୍ରପହୁଡ଼ ଓ ଦ୍ୱାର ଫିଟାରେ ବିଳମ୍ବରୁ ବଡି ଭୋରରୁ ଆସିଥିବା ଭକ୍ତଙ୍କ ପ୍ରତୀକ୍ଷା ଲମ୍ବା ହେଉଛି। ଏଥିସହ ଗୋପାଳବଲ୍ଲଭ, ସକାଳ ଧୂପ, ବାଳ ଧୂପ ଭଳି ନୀତି ତ୍ୱରାନ୍ୱିତ ହେଉ ନଥିବାରୁ ଏପଟେ ଦର୍ଶନାର୍ଥୀଙ୍କ ଗହଳି ବଢୁଛି। ଫଳରେ ପିଇବା ପାଣି, ଟଏଲେଟ୍ ସୁବିଧା ବିନା ବୃଦ୍ଧାବୃଦ୍ଧା ଓ ପିଲାଙ୍କ ସହ ଲାଇନରେ ଥିବା ହଜାର ହଜାର ସଂଖ୍ୟାରେ ହନ୍ତସନ୍ତ ଭକ୍ତଙ୍କ ଭିତରେ, କିଭଳି ଆଗ ଜଗାଦର୍ଶନ କରିବେ ସେ ବ୍ୟଗ୍ରତା ଅଧିକ ରହୁଛି। ତେଣୁ ସିଂହଦ୍ୱାରରେ ବ୍ୟାରିକେଡ୍ ଏବଂ ସାତପାହାଚ ପାଖ ଦଉଡ଼ି ଖୋଲୁ ଖୋଲୁ ଠେଲାପେଲା ଭଳି ସ୍ଥିତି ଉପୁଜିଛି।

ବିଶେଷ କରି ସାତ ପାହାଚ, ଘଣ୍ଟିଦ୍ୱାର, ନାଟମଣ୍ଡପ ଓ ଜୟବିଜୟ ଦ୍ବାରରେ ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା କୁହାଯାଉଛି। ତେଣୁ ଏଭଳି ସ୍ଥିତିରେ ଆଗରୁ ଦୀପାବଳି ଓ ପଞ୍ଚୁକ ଥିବାରୁ କିଭଳି ଭିଡ଼ ନିୟନ୍ତ୍ରଣ ହେବ ସେନେଇ ବଡ଼ ପ୍ରଶ୍ନ ଠିଆହୋଇଛି। ତେବେ ଏସପି କହିଛନ୍ତି, ବ୍ୟବସ୍ଥିତ ଦର୍ଶନ ପାଇଁ ସବୁ ବନ୍ଦୋବସ୍ତ କରାଯାଉଛି ।

Advertisment
Devotees Puri Jaggannth Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ