Advertisment

୨୦୨୪ ଜୁନ୍ ୩୦ ସୁଦ୍ଧା ସବୁ ଗାଡ଼ିରେ ବାଧ୍ୟତାମୂଳକ VLTD, ବିଜ୍ଞପ୍ତି ଜାରି କଲା ରାଜ୍ୟ ପରିବହନ ବିଭାଗ

ଭିଏଲଟିଡିକୁ ଟ୍ୟାମ୍ପର ବା ଛେଡଛାଡ଼ କରାଯାଇପାରିବ ନାହିଁ। ମୋବାଇଲ ନେଟ୍‌ୱାର୍କ ନ ଥିବା ଅଞ୍ଚଳରେ ବି ଏହି ଡିଭାଇସ ଗାଡ଼ିର ଗତିବିଧିକୁ ରେକର୍ଡ କରି ରଖିବ। ନେଟୱର୍କ ଅଞ୍ଚଳକୁ ଆସିବା ମାତ୍ରେ କମାଣ୍ଡ ସେଣ୍ଟରକୁ ତଥ୍ୟ ପ୍ରେରଣ କରିବ।

undefined

VLTD

Advertisment

ଓଭରସ୍ପିଡ୍ ହେଉ ବା ବେପରୁଆ ଗାଡ଼ି ଚାଳନା । ଅଥବା ଗାଡ଼ିରୁ ଯାତ୍ରୀ ଦେଉଥିବା ବିପଦ ସଙ୍କେତ । ଯାନବାହନର ସବୁ ଗତିବିଧି ଉପରେ ରହିବ କଡ଼ା ନଜର । ଦୁଇ ଓ ତିନି ଚକିଆକୁ ଛାଡ଼ି ରାଜ୍ୟର ସବୁ ଯାତ୍ରୀବାହୀ, ମାଲବୁହା ଗାଡ଼ି ଓ ଆମ୍ବୁଲାନ୍ସ ଉପରେ ଥାର୍ଡ ଆଇ ଭଳି କାମ କରିବ ଭୁବନେଶ୍ୱର ଭିଏଲଟିଡି କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର । ଆଜି ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଦ୍ୱାରା ଉଦଘାଟିତ ଏହି କଣ୍ଟ୍ରୋଲ ସେଣ୍ଟର ୨୪ ଘଣ୍ଟା କାମ କରିବ । ଏବେ ପ୍ରଶ୍ନ, କିଭଳି କାମ କରିବ, ଭିଏଲଟିଡି କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ? ବିଶେଷଜ୍ଞଙ୍କ ଅନୁସାରେ ଗାଡ଼ି ଷ୍ଟାର୍ଟ ହେବା ଠୁ କେତେ ବେଗରେ ଚାଲୁଛି, କେଉଁଠି ରହିଲା, କୁଆଡେ ଗଲା, ଗାଡ଼ିରେ କିଛି ସମସ୍ୟା ଉପୁଜିଲା କି, ସେହିପରି କୌଣସି ବିପଦ ଆଶଙ୍କା କରି ଯାତ୍ରୀ ଏମର୍ଜେନ୍ସି ବଟନ୍ ଦବାଇଲେ ଗାଡି ସଂପର୍କିତ ୪୦ ପ୍ରକାର ସୂଚନା କଣ୍ଟ୍ରୋଲ ସେଣ୍ଟରକୁ ଆସିବ। ଏହାସହ ଗାଡ଼ିର ମାଲିକ, ଏମର୍ଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମ, ନିକଟସ୍ଥ ଥାନା, ରକ୍ଷକ ଓ ଟ୍ରମା ସେଣ୍ଟରକୁ ବି ଖବର ପହଞ୍ଚିଯିବ । ଫଳରେ ତତ୍କାଳ ସାହାଯ୍ୟ ଯୋଗାଇ ଦିଆଯାଇପାରିବ।

Advertisment

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭିଏଲଟିଡିକୁ ଟ୍ୟାମ୍ପର ବା ଛେଡଛାଡ଼ କରାଯାଇପାରିବ ନାହିଁ। ମୋବାଇଲ ନେଟ୍‌ୱାର୍କ ନ ଥିବା ଅଞ୍ଚଳରେ ବି ଏହି ଡିଭାଇସ ଗାଡ଼ିର ଗତିବିଧିକୁ ରେକର୍ଡ କରି ରଖିବ। ନେଟୱର୍କ ଅଞ୍ଚଳକୁ ଆସିବା ମାତ୍ରେ କମାଣ୍ଡ ସେଣ୍ଟରକୁ ତଥ୍ୟ ପ୍ରେରଣ କରିବ। ୨୦୧୨ ଦିଲ୍ଲୀ ନିଭର୍ୟା ଘଟଣା ପରେ କେନ୍ଦ୍ର ସରକାର ନିର୍ଭୟା ପାଣ୍ଠିରୁ ରାଜ୍ୟକୁ ଅର୍ଥ ଯୋଗାଇ ଦେଇଥିଲେ। ତେବେ ଆଜି ଯାଏ ଭିଏଲଟିଡି ନିୟମ ଲାଗୁ ହୋଇପାରିନି। ଏ ଭିତରେ ୪ ଥର ବିଜ୍ଞପ୍ତି ବଦଳାଇ ସାରିଲାଣି ପରିବହନ ବିଭାଗ। ଆଜି କମାଣ୍ଡ ସେଣ୍ଟର ଉଦଘାଟନ ହୋଇଥିବା ବେଳେ ଭିଏଲଟିଡି ପାଇଁ ପୁଣି ନୂଆ ବିଜ୍ଞପ୍ତି ଜାରି ହୋଇଛି। ୨୦୨୪ ଜାନୁଆରୀ ପହିଲାରୁ ପଞ୍ଜୀକରଣ ହେବାକୁ ଥିବା ସବୁ ନୂଆ ଗାଡ଼ିରେ ଓ ଜୁନ୍ ୩୦ ସୁଦ୍ଧା ପୁରୁଣା ଗାଡିରେ ଭିଏଲଟିଡି ଲଗାଇବାକୁ ନିର୍ଦ୍ଦେଶ ରହିଛି ।

ରାଜ୍ୟରେ ଗାଡ଼ି ଚୋରି ସାଙ୍ଗକୁ ବେପରୁଆ ଗାଡ଼ି ଚାଳନା ବଢ଼ି ବଢି ଚାଲିଛି। ସେହିପରି ରାଜରାସ୍ତାରେ ଅପରାଧ ବି ବଢୁଛି। ନୂଆ ଭିଏଲଟିଡି ସେଣ୍ଟର ଏସବୁ ରୋକିବାରେ କେତେ ସଫଳ ହେବ ତାହା ବ୍ୟବସ୍ଥା କାର୍ଯ୍ୟକାରୀ ହେଲା ପରେ ଜଣାପଡିବ। 

Advertisment
Odisha RTO VLTD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ