Advertisment

ହ୍ୱିଲ ଚେୟାରରେ ବସି ସାତ ଫେରା ସାଙ୍ଗକୁ ହାତଗଣ୍ଠି ପକାଇଲେ ନବବଧୂ, ଦେଖନ୍ତୁ ଭିଡିଓ..

ଏହାକୁ ବୋଧହୁଏ କୁହାଯାଏ ଶାସ୍ୱତ୍ତ ପ୍ରେମ। ସାତ ଜନ୍ମର ସାଥୀ ହେବାକୁ କଥା ଦେଇଥିଲେ..ପ୍ରେମିକା ଦିବ୍ୟାଙ୍ଗ ହେବା ପରେ ବି କଥା ରଖି ବିବାହ କଲେ। ହ୍ୱିଲ ଚେୟାରରେ ବସି ପଡିଲା ହାତଗଣ୍ଠି, ବ୍ରାହ୍ମଣଙ୍କ ବେଦମନ୍ତ୍ରୀରେ ପ୍ରକମ୍ପିତ ହେଲା ପୂରା ଏରିୟା...ବର୍ଷ ବର୍ଷ ପ୍ରେମ ସାମ୍ନାରେ ସବୁ ହେଲା ତୁଚ୍ଛ...ଦେଖନ୍ତୁ ପ୍ରେମର ଏହି ସୁନ୍ଦର କାହାଣୀ

Love Story

Love Story

Advertisment

ପ୍ରେମ ଶାଶ୍ୱତ ଆଉ ଚିରନ୍ତନ । ଥରେ ଯିଏ ଯାହାକୁ ମନ ଦେଇଛି ତାକୁ ଭୁଲିବା ଅସମ୍ଭବ କହିଲେ ଅତ୍ୟୁକ୍ତି ହେବନି । କଥାରେ ଅଛି ବିବାହ ସାତଜନ୍ମର । ବିବାହ ମନର ମିଳନ । ୧୦ ଦିଗପାଳ ଓ ଅଗ୍ନିଙ୍କୁ ସାକ୍ଷୀ ରଖି ହିନ୍ଦୁ ଧର୍ମରେ ହୁଏ ବାହାଘର । ହେଲେ ଏମିତି ବାହାଘର କେବେ ଆପଣ ଦେଖିନଥିବେ ।

Advertisment

ପ୍ରେମ କେତେ ପବିତ୍ର ଏହି କାହଣା ହିଁ ବୟାନ କରୁଛି । ୭ ବର୍ଷ ପ୍ରେମରେ ବାଧକ ସାଜିପାରିନି ଦିବ୍ୟାଙ୍ଗ । ପଣ୍ଡିତଙ୍କ ବେଦମନ୍ତ୍ର ଉଚ୍ଚାରଣ ହେଉଛି ଦେବସ୍ମିତାଙ୍କ ମଥାରେ ସିନ୍ଦୁର ଦେଉଛନ୍ତି ଶୁଭ୍ରାଂଶୁ । କନିଆ ବେକରେ ବରଣମାଳାର ଅଦଳବଦଳ ବି ହେଉଛି, ଆଉ ଶେଷରେ ସାତ ଜନ୍ମ ପାଇଁ ସାଥି ହୋଇ ରହିବା ପାଇଁ ଅଗ୍ନିକୁ ସାକ୍ଷୀ ରଖି ଶୁଭ୍ରାଂଶୁ ୭ ଫେରା ନେଉଛନ୍ତି । ଆଉ ହ୍ୱିଲ ଚେୟାରରେ ବସିଛନ୍ତି ଦେବସ୍ମିତା ।

Advertisment

କୌଣସି କାରଣରୁ ହଠାତ୍‌ ଦେବସ୍ମିତାଙ୍କ ଗୋଡ ଆଉ ଚାଲିଲା ନାହିଁ, ହେଲେ ଶୁଭ୍ରାଂଶୁ ତାଙ୍କ ହାତ ଛାଡିନଥିଲେ । ଏବେ ସେହି ହାତ ଧରି ୭ ଜନ୍ମ ପାଇଁ ଏକ ହୋଇ ଚାଲିବାକୁ ଉଭୟ ନିଷ୍ପତ୍ତି ନେଇଛନ୍ତି । ଯାହାର ଭିଡିଓ ଏବେ ଭାଇରାଲ ହେଉଛି ।

Love Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ