Advertisment

ପିଚୁ କମ୍‌ ଖାଲ ଅଧିକ...ଟିକିଏ ଅସାବଧାନ ହେଲେ ଯିବ ପ୍ରାଣ

ରାସ୍ତାରେ ପିଚୁ କମ୍‌ ଖାଲଖମା ଅଧିକ । ଗାଡି ଗଲା ବେଳେ ଏମିତି ଝୁଲୁଛି ଯେ କେତେବେଳେ ଓଲଟି ପଡିବ କିଏ କହିବ? ପ୍ରଶାସନଠୁ ନେତା...ସମସ୍ତଙ୍କୁ ଗୁହାରି କରିବା ପରେ ବି ଠିକ୍‌ ହେଉନି ରାସ୍ତା ଅବସ୍ଥା।

ଅଦ୍ୟତନ ହୋଇଛି
Road Problem

Road Problem

Advertisment

ସାଙ୍ଘାତିକ...ସଙ୍ଗୀନ ସ୍ଥିତିରେ ରାସ୍ତା । କେଉଁଠି ରାସ୍ତାରୁ ଗେଟି ଉଠିଯାଇଛି ତ ଆଉ କୋଉଠି ଆଣ୍ଠୁଏ ପର୍ଯ୍ୟନ୍ତ ଖାଲ । ଆଉ ତାହାରି ମଧ୍ୟରେ ଏମିତି ଝୁଲିଝୁଲି ମାଲବାହୀ ଟ୍ରକ୍‌ଠୁ ଆରମ୍ଭ କରି ଯାତ୍ରୀବାହୀ ବସ୍‌ ସମସ୍ତେ ଯାତ୍ରା କରୁଛନ୍ତି । ପ୍ରତିଦିନ ଛୋଟବଡ ଦୁର୍ଘଟଣା ବି ଘଟୁଛି । ନିଇତି ଅଭିଯୋଗ ବି ହେଉଛି । ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ ।

Advertisment

ସୁବର୍ଣ୍ଣପୁର ବିନିକା ସହରରୁ ଡୁଙ୍ଗୁରିପାଲି ବ୍ଲକ ରାମପୁର ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଅବସ୍ଥା ପୂରା ଖରାପ । ପୂର୍ତ୍ତ ବିଭାଗ ଅଧୀନରେ ଥିବା ୧୭ କିଲୋମିଟର ଏଇ ରାସ୍ତାରେ ୨୦ ଟି ପଚାଂୟତର ଲକ୍ଷାଧିକ ଲୋକ ବିନିକା ଓ ଡୁଙ୍ଗୁରିପାଲି ଉପରେ ନିର୍ଭର କରି ଏଇ ରାସ୍ତାଦେଇ ଯିବା ଆସିବା କରୁଛନ୍ତି । ହେଲେ ରାସ୍ତାରେ ଏବେ ଖାଲଢିପ ଭର୍ତ୍ତି ହୋଇ ରହିଛି ।

ଖାଲଖମା ଏତେ ମାତ୍ରାରେ ରହିଛି ଯେ ରାସ୍ତା ଏବେ ପୋଖରୀର ଭ୍ରମ ସୃଷ୍ଟି କରୁଛି । ଫଳରେ ସେହି ରାସ୍ତାରେ ଯାନବାହାନ ତ ଦୂରର କଥା ଲୋକେ ସାଇକେଲରେ ବି ଯା-ଆସ କରିବା ପାଇଁ ମୁହଁ ମୋଡି ଦେଉଛନ୍ତି । ବିଶେଷକରି କଲେଜର ଛାତ୍ରଛାତ୍ରୀ,ସ୍କୁଲ ପିଲା,ରୋଗୀ ଓ ଅଚଂଳବାସୀ ଏଇ ରାସ୍ତାରେ ଯିବା ଆସିବାରେ ବହୁ ସମସ୍ୟାର ସାମ୍ନା କରୁଛନ୍ତି ।

Advertisment

ରାସ୍ତା ଅବସ୍ଥା ଏତେ ଖରାପ୍‌ ଥିବାରୁ ପ୍ରଶାସନଠୁ ଆରମ୍ଭ କରି ବିଧାୟକ, ସାଂସଦ ଓ ମନ୍ତ୍ରୀଙ୍କ ପାଖରେ ବାରମ୍ବାର ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । ହେଲେ ଅଭିଯୋଗ କେହି ଶୁଣୁନାହାନ୍ତି କି ସମସ୍ୟା ସମାଧାନ ହେଉନି ବୋଲି କହିଲେଣି ସ୍ଥାନୀୟ ଲୋକେ । ତେଣୁ ତୁରନ୍ତ ରାସ୍ତା କାମ ନସରିଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତବାନୀ ଦେଲେଣି ସ୍ଥାନୀୟ ବାସିନ୍ଦା । ସେପଟେ ରାସ୍ତା ସମସ୍ୟା ସମ୍ପର୍କରେ ସୁବର୍ଣ୍ଣପୁର ପିଡବ୍ଲୁଡି ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି, ରାସ୍ତାରେ ଖାଲଢିପ ରହିଛି । ଖୁବଶୀଘ୍ର କାମ ଆରମ୍ଭ ହେବା ସହିତ ସମସ୍ୟାର ସମାଧାନ କରାଯିବ ।

Road Problem
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ