Advertisment

ଚାକିରି ଫେରି ପାଇଲେ ବ୍ୟାଙ୍କ ମିତ୍ର ଭାରତୀ ସିଂ

କାର୍ଯ୍ୟରେ ଯୋଗଦେବାକୁ BLF ପକ୍ଷରୁ ଭାରତୀଙ୍କୁ ଚିଠି…ଲଢ଼େଇରେ ସତ୍ୟର ଜୟ ହୋଇଛି କହିଲେ ଭାରତୀ ସିଂ

ଅଦ୍ୟତନ ହୋଇଛି
Lady bank mitra Bharati Singh gets her job back

Lady bank mitra Bharati Singh gets her job back

Advertisment

ଚାକିରି ଫେରି ପାଇଲେ ଭାରତୀ ସିଂ। ମୟୂରଭଂଜ ଖୁଣ୍ଟା ବ୍ଲକର ବ୍ୟାଙ୍କମିତ୍ର ଭାରତୀ ସିଂ ଚାକିରି ଫେରିପାଇଛନ୍ତି। କାର୍ଯ୍ୟରେ ଯୋଗଦେବାକୁ BLF ପକ୍ଷରୁ ଭାରତୀଙ୍କୁ ଚିଠି ହୋଇଛି। ଏ ନେଇ ଭାରତୀ କହିଛନ୍ତି ଲଢ଼େଇରେ ସତ୍ୟର ଜୟ ହୋଇଛି ।  5T ସଚିବଙ୍କ ପ୍ରତି ମନ୍ତବ୍ୟ ପରେ ଚାକିରି ହରାଇଥିବା ଅଭିଯୋଗ କରିଥିଲେ ଭାରତୀ।

Advertisment

ଭାରତୀ କହିଛନ୍ତି ‘ ଏକତା ହଁ ବଳ । ମୋର ବ୍ୟାଙ୍କ ମିତ୍ର ଭାଇଭଉଣୀ ତଥା ବିଭିନ୍ନ ରାଜନୈତିକ ଦଳ  ସୋସିଆଲ ମିଡ଼ିଆରେ ମୋ ପାଇଁ ଯୁକ୍ତି ବାଢ଼ିଥିଲେ ।  ସମସ୍ତଙ୍କ ସହଯୋଗରେ ଆଜି ଅସମ୍ଭବ ସମ୍ଭବ ହୋଇପାରିଛି ।  ଓଟିଭି ଏବଂ ବିଭିନ୍ନ ଗଣମାଧ୍ୟମ ଯେଉଁମାନେ ତାଙ୍କ ପାଇଁ ବାହାରିଥିଲେ ସେମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ଭାରତୀ ।  ଆଗକୁ ଯଦି କାହାକୁ କେହି ବେଆଇନ ଭାବେ ନିଳମ୍ବନ କରନ୍ତି, ତେବେ ସେମାନେ ପୂର୍ବରୁ ଶହେ ଥର ଭାବିବେ ।  ସେହପରି ବ୍ୟାଙ୍କ ମିତ୍ର ସଂଘ ପକ୍ଷରୁ କୁହାଯାଇଛି ଭାରତୀଙ୍କୁ ବେଆଇନ ଭାବେ ନିଳମ୍ବନ କରାଯାଇଥିଲା ଯାହା କି ଆଇନତଃ ଊଚିତ ନୁହେଁ । 

ସୂଚନାଯୋଗ୍ୟ ଦୀର୍ଘ ୪ ବର୍ଷ ହେଲା ଭାରତୀ ବ୍ୟାଙ୍କ୍ ମିତ୍ର ଭାବରେ କାର୍ଯ୍ୟ କରୁଥିଲେ । ବିଭିନ୍ନ ଦାବି ନେଇ ବିକ୍ଷୋଭ କରିବାକୁ ଗତ ସେପ୍ଟେମ୍ବର ୧୧ ତାରିଖ ଦିନ ସେ ତାଙ୍କର ଅନ୍ୟ ସହଯୋଗୀଙ୍କ ସହ ଭୁବନେଶ୍ୱର ଆସିଥିଲେ । ଏହି ସମୟରେ ସେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବା ବେଳେ ସରକାରୀ ବ୍ୟବସ୍ଥା ଏବଂ ଫାଇଭ୍ ଟି ସଚିବଙ୍କ ବିରୋଧରେ ମନ୍ତବ୍ୟ ଦେଇଥିଲେ । ତାଙ୍କର ସେହି ପ୍ରତିକ୍ରିୟା ଭାଇରାଲ୍ ହେବା ପରେ ତାଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଥିବା ସେ ଅଭିଯୋଗ କରିଥିଲେ। ...

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ