Advertisment

ସାନ ସିନା, ଦାନ ତା ମହାନ ! ବାପାଙ୍କୁ ଯକୃତ ଦେଇ ଦେଲା ନୂଆ ଜୀବନ

ବାପାଙ୍କ ଜୀବନ ବଞ୍ଚାଇଲା ୧୭ ବର୍ଷର ଝିଅ । ଦେଶର ସର୍ବକନିଷ୍ଠ ଅଙ୍ଗଦାତା ।

ଅଦ୍ୟତନ ହୋଇଛି
Kerala Girl Donates Liver To Her Father

Organ Donation

Advertisment

ସାନ ସିନା ଦାନ ତା ମହାନ । ବୟସ ସିନା କମ୍, ହେଲେ ତା ମହତ୍ କର୍ମ ବୟସକୁ ଅତିକ୍ରମ କରିଯାଇଛି । ଆମେ କହୁଛୁ କେରଳର ୧୭ ବର୍ଷର କିଶୋରୀ ଦେବାନନ୍ଦାଙ୍କ କଥା । ଏଇ ଝିଅର ମହତ ଦାନକୁ ନେଇ ଆଜି ସବୁଠି ଚର୍ଚ୍ଚା । ଏତେ କମ ବୟସର ହୋଇ ବି ନିଜ ରୋଗାଗ୍ରସ୍ତ ବାପାଙ୍କୁ ବଞ୍ଚାଇବା ପାଇଁ ଦେବାନନ୍ଦା ନିଜ ଲିଭର୍ ବା ଯକୃତ ଦାନ କରିବାକୁ ପଛାଇ ନାହିଁ । ବହୁ ଘାତ ପ୍ରତିଘାତ ଆଇନଗତ ଲଢ଼େଇ ପରେ ଦେବାନନ୍ଦା ମୃତ୍ୟୁ ମୁଖରୁ ନିଜ ବାପାଙ୍କୁ ଫେରାଇ ଆଣିପାରିଛି, ଆଉ ଓଠରେ ଫୁଟାଇଛି ହସ ।

Advertisment

କେରଳର ତ୍ରିସୁରରେ ରହୁଥିବା ୪୮ ବର୍ଷୀୟ ପ୍ରତୀଶଙ୍କ ଗୋଡରେ ପାଣି ଜମିଥିଲା। ପରୀକ୍ଷା ପରେ ଜଣା ପଡ଼ିଲା ସେ ଯକୃତ କ୍ୟାନସରରେ ଆକ୍ରାନ୍ତ ହୋଇଛନ୍ତି। ତୁରନ୍ତ ଯକୃତ ପ୍ରତିରୋପଣ ଆବଶ୍ୟକ ବୋଲି ଡାକ୍ତର ପରାମର୍ଶ ଦେବା ପରେ ଚିନ୍ତାରେ ପଡିଯାଇଥିଲେ ପରିବାର ଲୋକେ। ବହୁ ଚେଷ୍ଟା ପରେ ଅଙ୍ଗଦାତା ନ ମିଳିବାରୁ ଝିଅ ଦେବାନନ୍ଦା ନିଜେ ବାପାଙ୍କୁ ଯକୃତ ଦେବା ପାଇଁ ମନସ୍ଥ କରିଥିଲା। କିନ୍ତୁ ୧୮ ବର୍ଷରୁ କମ୍ ବୟସର ହୋଇଥିଲେ ଅଙ୍ଗଦାନ କରିପାରିବେ ନାହିଁ ବୋଲି ଥିବା ଆଇନ ଏଥିରେ ବାଧକ ସାଜିଥିଲା।

ଅଧିକ ପଢ଼ନ୍ତୁ: ଏମିତି ବି ଥାଆନ୍ତି ମାଆ; ଝିଅର ଅଙ୍ଗଦାନ କରି ବଞ୍ଚାଇଲେ ଦୁଇ ଦୁଇଟି ଜୀବନ

Advertisment

ଏହାକୁ ଚ୍ୟାଲେଞ୍ଜ କରି କେରଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଦେବାନନ୍ଦା । ସମସ୍ୟାକୁ ହୃଦୟଙ୍ଗମ କରି କୋର୍ଟ ଦେବାନନ୍ଦାଙ୍କୁ ଅଙ୍ଗଦାନ ପାଇଁ ଅନୁମତି ଦେଇଥିଲେ। ଚଳିତ ମାସ ୯ ତାରିଖରେ ବାପା ପ୍ରତୀଶଙ୍କ ଦେହରେ ଲାଗିଥିଲା ଝିଅ ଦେବାନନ୍ଦାଙ୍କ ଯକୃତର କିଛି ଅଂଶ । ଡାକ୍ତରଙ୍କ କହିବା କଥା ସୁସ୍ଥ ବ୍ୟକ୍ତିଙ୍କ ଯକୃତର କିଛି ଅଂଶ ନିଆ ଗଲେ ପରେ ତାହା ଭରଣା ହୋଇପାରିବ ।

କଅଁଳ ବୟସରେ ନିଜ ବାପାକୁ ବଞ୍ଚାଇବର ଜିଦି ଆଗରେ ତିଷ୍ଠି ପାରିଲାନି କୌଣସି ବାଧାବନ୍ଧନ । ବାପା ପ୍ରତି ଝିଅର ଆବେଗ ଓ ଆଗ୍ରହକୁ ଦେଖି ଅପରେସନ ଜନିତ ଖର୍ଚ୍ଚକୁ ବି ଛାଡ କରିଦେଇଥିଲେ ଡାକ୍ତରଖାନା କର୍ତ୍ତୃପକ୍ଷ । ଏବେ ଉଭୟ ବାପା-ଝିଅ ସୁସ୍ଥ ଥିବା ବେଳେ ଝିଅ ପାଲଟି ଯାଇଛି ସମଗ୍ର ଭାରତ ବର୍ଷର ସର୍ବକନିଷ୍ଠ ଅଙ୍ଗଦାତା ।

Advertisment

Organ Donation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ