Advertisment

ସ୍ତ୍ରୀଙ୍କ ଗୋଡରେ ହେଉଥିଲା ଯନ୍ତ୍ରଣା, ଡାକ୍ତରଙ୍କ ପ୍ରେସ୍‌କ୍ରିପ୍ସନ ଦେଖି ହୋସ୍‌ ଉଡ଼ିଗଲା

ଯଦି ଜଣେ ମଦ୍ୟପକୁ ପଚାରାଯାଏ ସବୁ ସମସ୍ୟାର ସମାଧାନ କେଉଁଠି ଏବଂ କ‘ଣ ? ତାର ଉତ୍ତର ରହିବ ‘ବାର’ ଓ ‘ମଦ’। ହେଲେ ଜଣେ ଡାକ୍ତର  ଯଦି ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ବାରକୁ ପଠାଇବେ ?

ଅଦ୍ୟତନ ହୋଇଛି
Doctor Writes  Prescription For Leg Pain

Doctor Writes Prescription For Leg Pain

Advertisment

ଯଦି ଜଣେ ମଦ୍ୟପକୁ ପଚାରାଯାଏ ସବୁ ସମସ୍ୟାର ସମାଧାନ କେଉଁଠି ଏବଂ କ‘ଣ ? ତାର ଉତ୍ତର ରହିବ ‘ବାର’ ଓ ‘ମଦ’। ହେଲେ ଜଣେ ଡାକ୍ତର  ଯଦି ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ବାରକୁ ପଠାଇବେ ? କଥାଟା ଶୁଣିଲେ ଝଟକା ଲାଗିବ ନିଶ୍ଚୟ। ତେବେ ଏମିତି ଘଟଣାକୁ ନେଇ କେରଳ ରାଜ୍ୟରେ ଜୋରଦାର ଚର୍ଚ୍ଚା ଚାଲିଛି। ଆଉ ଏପରି ପରାମର୍ଶ ଦେଇ ସଂପୃକ୍ତ ଡାକ୍ତର ଫସି ଯାଇଛନ୍ତି ଓ  ତାଙ୍କୁ ଚାକିରି ହରାଇବାକୁ ପଡ଼ିଛି। 

କେରଳରଳ ୪୪ ବର୍ଷୀୟ ପ୍ରିୟା ଏବଂ ତାଙ୍କ ସ୍ୱାମୀ ଅନିଲ କୁମାର ଗୁରୁବାର ଥ୍ରୀସୁର ସ୍ଥିତ ଦୟା ହସ୍ପିଟାଲକୁ ଯାଇଥିଲେ ଚିକିତ୍ସା ପାଇଁ। ପ୍ରିୟାଙ୍କ ଗୋଡରେ ଯନ୍ତ୍ରଣା ହେଉଥିଲା। ସେଠାରେ ଭାସ୍‌କୁଲାର ସର୍ଜରୀ ବିଭାଗର ଡାକ୍ତର ରାୟ ଭର୍ଗିସଙ୍କୁ ଦେଖାଇଥିଲେ। ଡାକ୍ତର ପ୍ରିୟାଙ୍କୁ ଦେଖିବା ପରେ ଗୋଡ ଏକ୍ସ-ରେ କରିବା ପାଇଁ କହିଥିଲେ। । ଏକ୍ସ-ରେ ରିପୋର୍ଟ ଦେଖିବା ପରେ ଆଉ ଜଣେ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ପ୍ରିୟା ଓ ତାଙ୍କ ସ୍ୱାମୀଙ୍କୁ କହିଥିଲେ।

କଷ୍ଟ ଅଧିକ ହେଉଥିବାରୁ ପ୍ରିୟାଙ୍କୁ ନେଇ ଯିବା ସମ୍ଭବ ନୁହେଁ । ତେଣୁ ଯନ୍ତ୍ରଣା କମିବା ପାଇଁ  କିଛି ଔଷଧ ଲେଖିଦେବାକୁ ପ୍ରିୟା ଓ ତାଙ୍କ ସ୍ୱାମୀ   ଡାକ୍ତର ରାୟଙ୍କୁ ଅନୁନୟ ହୋଇ କହିଥିଲେ। ଡାକ୍ତର ଜଣକ ତୁରନ୍ତ ମେଡିସିନ ଲେଖିଦେଲେ। ହେଲେ ସେ ପ୍ରେସ୍‌କ୍ରିପ୍‌ସନ ପଢି ସ୍ୱାମୀ-ସ୍ତ୍ରୀଙ୍କର ହୋସ ଉଡିଗଲା। ଡାକ୍ତର ପ୍ରେସ୍‌କ୍ରିପ୍‌ସନରେ ଲେଖିଥିଲେ, ‘ ବିଶ୍ରାମ ମନା, ଯଦି ସମସ୍ୟା ହେଉଛି ତେବେ ସ୍ୱାମୀ ବାରକୁ ଯିବା ଉଚିତ୍‌’ । ‘No bed rest, husband should visit bar.’

ଏପରି ପ୍ରେସ୍‌କ୍ରିପସନ ଦେଖି ଖାଲି ରାଗି ଯାଇ ନ ଥିଲେ ଅନିଲ ଓ ପ୍ରିୟା। ବରଂ ଅପମାନିତ ହୋଇଥିଲେ।  ଏ ନେଇ ସେମାନେ  ମୁଖ୍ୟମନ୍ତ୍ରୀଙ୍କ ପାଖରେ ତାଙ୍କ ନାଁରେ ଅଭଯୋଗ ଆଣିବେ ବୋଲି କହିଛନ୍ତି। ତେବେ ମିଡିଆରେ ଏପରି ଖବର ଘୂରି ବୁଲିବା ପରେ ଉକ୍ତ ଡାକ୍ତରଙ୍କୁ ବିଭାଗ ପକ୍ଷରୁ ଜବାବ ତଲବ କରାଯାଇଥିଲା।  ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଡାକ୍ତରଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ତଦନ୍ତ ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Advertisment
 
 
 
 
 
doctors prescriptiondoctors prescription
Doctors
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ