ଅଭିଜ୍ଞତା ଥାଇ ଅଣଦେଖା । ସିନିୟର ଥାଉ ଥାଉ ଜୁନିଅରଙ୍କୁ ଚୌକି । ନିକଟରେ OHRC ଅଧ୍ୟକ୍ଷ ଭାବେ ରାଜ୍ୟ ସରକାର ଜଷ୍ଟିସ୍ ଶତ୍ରୁଘନ ପୂଜାହାରୀଙ୍କୁ ନିଯୁକ୍ତି ଦେବା ପରେ ୟାକୁ ନେଇ ଯେତିକି ଚର୍ଚ୍ଚା ଆଲୋଚନା ଚାଲିଥିଲା, ତାହା ଆହୁରି ଚର୍ଚ୍ଚିତ ହୋଇଛି ଓଡ଼ିଶା ମାନବାଧିକାର କମିଶନ ସଦସ୍ୟ ପଦରୁ
Also Read
ଗତ ୯ ତାରିଖରେ ରାଜ୍ୟପାଳଙ୍କ ନିକଟକୁ ପଠାଇଥିବା ଇସ୍ତଫା ପତ୍ରରେ ଜଷ୍ଟିସ୍ ରଘୁବୀର ଦାସ ସ୍ପଷ୍ଟ ଭାବେ ଲେଖିଛନ୍ତି, ନୂଆ ଅଧ୍ୟକ୍ଷ ଜଷ୍ଟିସ୍ ପୂଜାହାରୀ ବେଶ୍ ଦକ୍ଷ, ହେଲେ ହାଇକୋର୍ଟ ଜଜ୍ ଭାବେ ସେ ତାଙ୍କଠୁ ଜୁନିୟର । ତେଣୁ ପୂଜାହାରୀଙ୍କ ଅଧୀନରେ ସଦସ୍ୟ ଭାବେ କାର୍ଯ୍ୟ କରିବାକୁ ବିବେକ ବାଧାଦେଲା । ତେଣୁ ମୁଁ ଇସ୍ତଫା ଦେଇଛି । ତେଣେ ଜଷ୍ଟିସ ରଘୁବୀରଙ୍କ ଏଭଳି ନିଷ୍ପତ୍ତିକୁ ଅବସରପ୍ରାପ୍ତ ବିଚାରପତି ଓ ବରିଷ୍ଠ ଆଇନଜୀବୀ ସଠିକ୍ ଦର୍ଶାଇଥିବାବେଳେ ବରିଷ୍ଠ ଥାଇ କନିଷ୍ଠଙ୍କୁ OHRCର ଅଧ୍ୟକ୍ଷ ପଦରେ ବସାଇବା ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି । କହିଛନ୍ତି ଏଭଳି ଚୟନ ପ୍ରକ୍ରିୟାରେ ଜଣେ ଅଭିଜ୍ଞତାସମ୍ପନ୍ନ ବ୍ୟକ୍ତି ନିଶ୍ଚେ କାମ କରିବାବେଳେ ଅଣନିଶ୍ୱାସୀବୋଧ ଅନୁଭବ କରିବେ ।
ସେପଟେ ଜଷ୍ଟିସ ରଘୁବୀର ଦାସଙ୍କ ଇସ୍ତଫା ପରେ ସିଧା ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି ବିରୋଧୀ । ବିଜେପି କହିଛି ଏହା କୁଶାସନର ଏକ ବଡ଼ ନମୁନା । ସେହିପରି କଂଗ୍ରେସ କହିଛି ଏ ସରକାର ଅମଳରେ କିଛି ନୀତିନିୟମ ନାହିଁ । ପ୍ରଶାସନିକ କ୍ଷେତ୍ର ହେଉ କି ମନ୍ତ୍ରୀମଣ୍ଡଳ, ସବୁଠି ଅଭିଜ୍ଞ ଥାଉ ଥାଉ ଅନଭିଜ୍ଞଙ୍କୁ ଅଗ୍ରାଧିକାର ଦିଆଯାଉଛି । ଜବାବରେ ବିଜେଡି କହିଛି OHRC ଅଧ୍ୟକ୍ଷ ନିଯୁକ୍ତି ବିଧି ମୁତାବକ ହୋଇଛି । ଜଷ୍ଟିସ୍ ରଘୁବୀର ଦାସଙ୍କ ଇସ୍ତଫା ତାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ।
ଓଡ଼ିଶା ମାନବାଧିକାର କମିଶନ ଅଧ୍ୟକ୍ଷଙ୍କୁ ଦିଆଯାଉଥିବା ନିଯୁକ୍ତି କମିଟିରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ଓ ବାଚସ୍ପତି ପ୍ରମୁଖ ରହିଥାନ୍ତି । ତାଙ୍କ କାର୍ଯ୍ୟକାଳ ଅବଧି ୩ବର୍ଷ ଓ ବୟସ ସୀମା ୭୦ ରଖାଯାଇଛି ।