Advertisment

ପୋଷ୍ଟମାଷ୍ଟର ୪୨୦ ! ଗରିବ ପେଟକୁ ଲାତ ମାରିଲେ, ତଥାପି . .

ଟଙ୍କା ସୁରକ୍ଷିତ ରହିବ ଭାବି ଲୋକମାନେ ପୋଷ୍ଟ ଅଫିସରେ ଟଙ୍କା ଜମା କରିଥାନ୍ତି। କିନ୍ତୁ ପୋଷ୍ଟ ମାଷ୍ଟର ଯଦି ଗରିବ ଲୋକଙ୍କ ଟଙ୍କା ଲୁଟିବେ, ତେବେ କହିବା କାହାକୁ

ଅଦ୍ୟତନ ହୋଇଛି
Yojana Ra Na Hariloot

420 post master

Advertisment

ପୋଷ୍ଟମାଷ୍ଟର ୪୨୦ । ଗରିବ ଲୋକଙ୍କ ସଞ୍ଜୟ ଜମାରାଶିକୁ ଚଞ୍ଚକତାର ସହ ହଡପ୍ କରିଛନ୍ତି ପୋଷ୍ଟ ମାଷ୍ଟର। ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ କୁମାରଧାମୁଣି ଡାକଘର ପୋଷ୍ଟ ମାଷ୍ଟର ମୁକେଶ ଚୌଧୁରୀଙ୍କ ବିରୋଧରେ ଆସିଛି ଏଭଳି ଅଭିଯୋଗ । କାହାର ୪୦ ହଜାର କାହାର ୫୦ ହଜାର କାହାର ଲକ୍ଷାଧିକ ଟଙ୍କା । କୁମାରଧାମୁଣି ଅଞ୍ଚଳର ଅନେକ ଲୋକଙ୍କର ଜମାରାଶିକୁ ହଡପ କରିଛନ୍ତି ଏହି ସରକାରୀ କର୍ମଚାରୀ।

Advertisment

ଅଧିକ ପଢ଼ନ୍ତୁ: କୋଟିଏ ଟଙ୍କାର ପୋଖରୀ !!! ଖଞ୍ଜା ହୋଇଛି କି ହୀରା ନୀଳା ମୋତି ମାଣିକ ?

ରାୟଗଡ଼ା ବିଷମକଟକ ବ୍ଲକ କୁମାରଧାମୁଣି ଅଞ୍ଚଳର ରାମଚନ୍ଦ୍ର ପିଡିକାକା । .ସେ ତାଙ୍କ ଝିଅର ଭବିଷ୍ୟତ ପାଇଁ ସୁକନ୍ୟା ଯୋଜନାରେ ୧୦ ବର୍ଷ ତଳେ କୁମାରଧାମୁଣି ଡାକଘରେ ଜମା କରିଥିଲେ ୨୦ ହଜାର ଟଙ୍କା। ପୋଷ୍ଟ ମାଷ୍ଟର ମୁକେଶ ଚୌଧୁରୀ ତାଙ୍କଠାରୁ ଟଙ୍କା ନେଇ କିଛି ଦିନ ପରେ NOC ଦେଇଥିଲେ । ସେହି NOCରେ ପୋଷ୍ଟମାଷ୍ଟର ବାବୁ ଜଣକ ଡିପୋଜିଟ୍ ତାରିଖ ୩୧ ଜୁନ୍ ୨୦୧୩ ଏବଂ ମାଚୁରିଟି ତାରିଖ ୩୦.୦୯.୨୦୨୩ ବୋଲି ଲେଖିଥିଲେ ।

Advertisment

ମାଚୁରିଟି ପରେ ୪୦ ହଜାର ୬ଶହ ୯୦ ଟଙ୍କା ମିଳିବ ବୋଲି ଉଲ୍ଲେଖ ରହିଛି। ରାମଚନ୍ଦ୍ର ପିଡିକାକା ନିରକ୍ଷର ହୋଇଥିବାରୁ ମାଚୁରିଟି ଟଙ୍କା ବାବଦରେ ପୋଷ୍ଟ ମାଷ୍ଟରଙ୍କୁ ପଚାରିବାକୁ ଯାଇଥିଲେ। ତେବେ ପଚାରିବାରୁ ତାଙ୍କ ଆକାଉଣ୍ଟରେ କିଛି ଟଙ୍କା ନଥିବା କହିଥିଲେ ପୋଷ୍ଟମାଷ୍ଟର ବାବୁ । ଏହାପରେ ଧରାପଡିଯାଇଥିଲା ଚାରିଶୋ ବିସ୍ ପୋଷ୍ଟମାଷ୍ଟରଙ୍କ ଜାଲିଆତି । ଜୁନ୍ ମାସ ତିରିଶିଆ ହୋଇଥିବା ବେଳେ କାହିଁକି ଡିପୋଜିଟ୍ ତାରିଖ ୩୧ ଜୁନ୍ ପକାଇଥିଲେ ପୋଷ୍ଟମାଷ୍ଟର ?

ରାମଚନ୍ଦ୍ର ପିଡିକାକା ପୋଷ୍ଟମାଷ୍ଟରଙ୍କ ବିରୋଧରେ ରାୟଗଡ଼ା ମଣ୍ଡଳ ପୋଷ୍ଟ ଅଫିସ୍ ଯାଇ ଅଭିଯୋଗ କରିଛନ୍ତି । ଜିଲ୍ଲାପାଳଙ୍କୁ ମଧ୍ୟ ଏକ ଚିଠି ଲେଖିଛନ୍ତି । ଚିଠିରେ ମୁକେଶ ଚୌଧୁରୀଙ୍କ ଜାଲିଆତି ସମ୍ପର୍କରେ ସ୍ପଷ୍ଟ ଭାବେ ଲେଖିଛନ୍ତି। କେବଳ ରାମଚନ୍ଦ୍ର ନୁହନ୍ତି, କୁମାରଧାମୁଣିର ଏଙ୍କା ହୁଇକାଙ୍କର ମଧ୍ୟ ସମାନ ଅଭିଯୋଗ । ସେ ବି ପୋଷ୍ଟ ମାଷ୍ଟରଙ୍କ ଚକ୍ରାନ୍ତର ଶିକାର।

Advertisment

କୁମାରଧାମୁଣି ଶାଖା ଡାକଘରେ ଲୋକେ ଜମା କରିଥିବା ଲକ୍ଷ ଲକ୍ଷ ଟଙ୍କାକୁ ପୋଷ୍ଟ ମାଷ୍ଟର ନିଜେ ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଛି। ଅର୍ଥାତ୍ ଲୋକଙ୍କ ଜମା ଟଙ୍କାକୁ ସେ ଡିପୋଜିଟ୍ ନକରି ଲୋକଙ୍କୁ ଡୁପ୍ଲିକେଟ୍ ଡିପୋଜିଟ୍ ସ୍ଲିପ୍ ଦେଉଥିବା ଅଭିଯୋଗ ହୋଇଛି। ଏମିତିକି ସେହି ଡାକଘର ଶାଖାର ଅବସରପ୍ରାପ୍ତ ପୋଷ୍ଟମାଷ୍ଟର ଓ ତାଙ୍କ ପତ୍ନୀଙ୍କ ଜମା ଟଙ୍କାକୁ ବି କୌଶଳ କ୍ରମେ ହଡପ କରିଥିଲେ। ଏନେଇ ସ୍ୱର୍ଗତ ପୋଷ୍ଟମାଷ୍ଟରଙ୍କ ପୁଅ ଅଭିଯୋଗ କରିବା ପରେ ତାଙ୍କୁ ସୁଧ ନଦେଇ ମୂଳେ ମୂଳେ ଟଙ୍କା ଫେରାଇ .ଦେଇଛନ୍ତି ।

ସେପଟେ କୁମାରଧାମୁଣି ଡାକଘର ପୋଷ୍ଟମାଷ୍ଟରଙ୍କ କାରସାଦି କକେ ସ୍ୱୀକାର କରିଛନ୍ତି ରାୟଗଡ଼ା ଡିଭିଜନର ଅତିରିକ୍ତ ସୁପରିଟେଣ୍ଡେଣ୍ଟ । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି।

ଟଙ୍କା ସୁରକ୍ଷିତ ରହିବ ଭାବି ଲୋକମାନେ ପୋଷ୍ଟ ଅଫିସରେ ଟଙ୍କା ଜମା କରିଥାନ୍ତି। କିନ୍ତୁ ପୋଷ୍ଟ ମାଷ୍ଟର ଯଦି ଗରିବ ଲୋକଙ୍କ ଟଙ୍କା ଲୁଟିବେ, ତେବେ କହିବା କାହାକୁ ? କେବେ ଏହି ଚାରିସୋ ବିସ୍ ପୋଷ୍ଟମାଷ୍ଟରଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ ?

Yojana Ra Na Hariloot Jojanara Na Hariloot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ