Advertisment

ପୋଲିସ ରିକ୍ରୁଟମେଣ୍ଟ ବୋର୍ଡର ଅଧ୍ୟକ୍ଷ ହେଲେ ବି. ରାଧିକା

IPS ସ୍ତରରେ ଛୋଟଧରଣର ଅଦଳବଦଳ ।

ଅଦ୍ୟତନ ହୋଇଛି
B. Radhika

B. Radhika

Advertisment

IPS ସ୍ତରରେ ଛୋଟଧରଣର ଅଦଳବଦଳ ହୋଇଛି । IPS ବି. ରାଧିକାଙ୍କୁ ନୂଆ ଦାୟିତ୍ୱ ମିଳିଛି । ପୋଲିସ ରିକ୍ରୁଟମେଣ୍ଟ ବୋର୍ଡର ଅଧ୍ୟକ୍ଷ ହେଲେ ବି. ରାଧିକା । SFSLର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ ରାଧିକା । ଆଶିଷ ସିଂଙ୍କୁ OPHWCର CEO ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏସ୍ . ସାଇନିଙ୍କୁ CAW&CWର ଆଇଜି ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି ।

Advertisment

ଅନ୍ୟପକ୍ଷରେ ୨୦୦୧ ବ୍ୟାଚ୍‌ର ଆଇପିଏସ୍ ଅଫିସର ତଥା ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ୍ ଏକାଡେମୀ (BPSPA)ରେ ଆଇଜିପି (ଟ୍ରେନିଂ) ଥିବା ଏସ୍‌ ସାଇନିଙ୍କୁ Crime Against Women and Children Wing (CAW&CW)ର ଆଇଜିପି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ସେହିପରି ୨୦୦୪ ବ୍ୟାଚ୍‌ର ଆଇପିଏସ୍ ଅଫିସର ତଥା କେନ୍ଦ୍ରାଞ୍ଚଳ ଆଇଜିପି ଆଶିଷ କୁମାର ସିଂହଙ୍କୁ ଓଡ଼ିଶା ରାଜ୍ୟ ପୁଲିସ୍ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ (OPHWC)ର ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେ OPHWCର ସିଏମ୍‌ଡିଙ୍କୁ ରିପୋର୍ଟ କରିବେ। ସେ ଏବେ State Forensic Science Laboratory (SFSL)ର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ନିର୍ବାହ କରୁଛନ୍ତି।

Advertisment
IPS Reshuffle
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ