ରାଜରାସ୍ତାରେ ଯୁବତୀଙ୍କ ବୋବାଲ୍, ହାତରେ ବନ୍ଧୁକ ଧରି ଡ୍ୟାନ୍ସ; ଭିଡିଓ ଭାଇରାଲ

ରିଲ୍ ତିଆରି କରିବା ବର୍ତ୍ତମାନର ଯୁବପିଢ଼ିଙ୍କ ପାଇଁ ସୌକ ପାଲଟିଛି । ଏଥି ପାଇଁ ଯାହା ଯେତେ ପ୍ରକାର କାରନାମା । କିଏ ଗଛ ଚଢ଼ୁଛି ତ ଆଉ କିଏ ପାହାଡ଼ ଉପରୁ ଡେଉଁଛି । ଭ୍ୟୁଜ୍ ପାଇବା ପାଇଁ ଅନେକ ନିଜ ଜୀବନ ବାଜିରେ ଲଗାଇବାକୁ ମଧ୍ୟ ପଛାଉ ନାହାନ୍ତି ।

Influencer

ରିଲ୍ ତିଆରି କରିବା ବର୍ତ୍ତମାନର ଯୁବପିଢ଼ିଙ୍କ ପାଇଁ ସୌକ ପାଲଟିଛି । ଏଥି ପାଇଁ ଯାହା ଯେତେ ପ୍ରକାର କାରନାମା । କିଏ ଗଛ ଚଢ଼ୁଛି ତ ଆଉ କିଏ ପାହାଡ଼ ଉପରୁ ଡେଉଁଛି । ଭ୍ୟୁଜ୍ ପାଇବା ପାଇଁ ଅନେକ ନିଜ ଜୀବନ ବାଜିରେ ଲଗାଇବାକୁ ମଧ୍ୟ ପଛାଉ ନାହାନ୍ତି । ନାଚ ହେଉ କିମ୍ବା ମଡେଲିଂ ହେଉ ବା ଅନ୍ୟ କୌଣସି ଭିଡିଓ... ଭ୍ୟୁଜ ପାଇଁ ହିଁ ଯେତେ ନାଟ ।

ଏପରି ଏକ ଭିଡିଓ ବର୍ତ୍ତମାନ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ସାମାନ୍ୟ କେତେଟା ଭ୍ୟୁଜ ପାଇଁ ନିଜ ଜୀବନକୁ ବାଜିରେ ଲଗାଇବାକୁ ପଛାଇ ନାହାନ୍ତି ମହିଳା ଜଣକ । ଲକ୍ଷ୍ନୌ ରାଜରାସ୍ତା ଉପରେ ହାତରେ ବନ୍ଧୁକ ଧରି ନାଚିଛନ୍ତି । ଏହାକୁ ନେଇ ସୋସିଆଲ ମିଡିଆ ୟୁଜର୍ସଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଭିଡିଓରେ ଦେଖିବାକୁ ମିଳୁଛି ଯେ, ମହିଳା ଜଣକ ହାତରେ ପିସ୍ତଲ ଧରି ରାସ୍ତା ମଧ୍ୟରେ ଗୀତର ତାଳେ ତାଳେ ନାଚୁଛନ୍ତି । ଏହି ମହିଳା ଜଣକ ଆଉ କେହିଁ ନୁହଁନ୍ତି, ଲୋକପ୍ରିୟ ୟୁଟ୍ୟୁବର୍ ସିମରନ୍ ଯାଦବ । ଭିଡିଓ କ୍ଲିପ, ଲକ୍ଷ୍ନୌ ପୋଲିସର ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଏହା ପ୍ରତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସୂଚନା ମିଳିଛି ।

ଲକ୍ଷ୍ନୌର ଇନଷ୍ଟାଗ୍ରାମ ତାରକା ସିମରନ ଯାଦବ ଖୋଲାଖୋଲି ଭାବେ ରାଜରାସ୍ତାରେ ପିସ୍ତଲ ହଲାଇ ଏକ ଭିଡିଓ ସୁଟିଂ କରିଥିଲେ । ଏହି ଭିଡିଓଟି ଇଣ୍ଟରନେଟରେ ପ୍ରବଳ ମାତ୍ରାରେ ଭାଇରାଲ ହୋଇଥିଲା । ଜୈନେକ X ୟୁଜର୍ସ ଏହି ଭିଡିଓଟି ପୋଷ୍ଟ କରି ଲେଖିଛନ୍ତି, ନିୟମ ଭଙ୍ଗ କରି ମହିଳା ଜଣକ ଗର୍ଜୁଥିବା ବେଳେ ବିଭାଗୀୟ ଅଧିକାରୀ କିନ୍ତୁ ଚୁପ ରହିଛନ୍ତି ।

ତେବେ ଭିଡିଓଟି ଭାଇରାଲ ହେବା ପରେ ଲକ୍ଷ୍ନୌ ପୋଲିସ ଏନେଇ ପ୍ରତିକ୍ରିୟା ଦେଇ କହିଛି ଯେ, ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ତେବେ କ୍ଲିପ୍ ଉପରେ ପ୍ରତିକ୍ରିୟା ପ୍ରକାଶ କରି ସୋସିଆଲ ମିଡିଆ ୟୁଜର୍ସମାନେ ଭୀଷଣ ବିରକ୍ତ ହୋଇଛନ୍ତି । ଇଣ୍ଟରନେଟରେ ଏପରି ବ୍ୟବହାର ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ୟୁଜର୍ସ ।

ଅନ୍ୟ କେତେଜଣ ଏଠାରେ ବନ୍ଧୁକ ଦେଖାଇବାର କ’ଣ ଆବଶ୍ୟକତା ଥିଲା ବୋଲି ପ୍ରଶ୍ନ କରିଛନ୍ତି । ସୂଚନାଯୋଗ୍ୟ ଇନଷ୍ଟାଗ୍ରାମରେ ସିମରନ୍ ଯାଦବଙ୍କର ୨.୨ ନିୟୁତ ଫଲୋଅର୍ସ ଥିବା ବେଳେ ୟୁଟ୍ୟୁବରେ ୧.୮ ମିଲିୟନରୁ ଅଧିକ ସବସ୍କ୍ରାଇବର୍ ଅଛନ୍ତି ।