Advertisment

ଆଶ୍ଚର୍ଯ୍ୟ ! ମାତ୍ର ୧୦ ବର୍ଷ ବୟସରେ ୫୦ ଦେଶ ବୁଲିଲେଣି, ଦିନେ ବି ସ୍କୁଲ ବନ୍ଦ କରିନାହାନ୍ତି

ବଡ଼ ଆଶ୍ଚର୍ଯ୍ୟର କଥା ହେଲା, ଆଦିତି ୧୦ ବର୍ଷର ହୋଇଥିବା ବେଳେ ୫୦ ଦେଶ ବୁଲିବା ସହ ଗୋଟିଏ ବି ଦିନ ସେ ତାଙ୍କର ସ୍କୁଲ ମିସ୍‌ କରି ନାହାନ୍ତି  ।

ଅଦ୍ୟତନ ହୋଇଛି
Tours And Travels

Tours And Travels

Advertisment

ଦଶ ବର୍ଷର ଝିଅ ଆଦିତି । ବୁଲି ସାରିଲାଣି ୫୦ ଦେଶ । ଖାଲି ଆଦିତି ନୁହେଁ ଆଦିତି ତ୍ରିପାଠି ହେଉଛି ତାଙ୍କର ନାଁ । ଆପଣ ଭାବୁଥିବେ ମାତ୍ର ୧୦ ବର୍ଷ ବୟରେ ସେ କେମିତି ୫୦ଟି ଦେଶ ବୁଲିସାରିଲେଣି । ଏମିତିକି ନେପାଳ, ସିଙ୍ଗାପୁର ଓ ଥାଇଲାଣ୍ଡ ଭଳି ଯାଗା ମଧ୍ୟ ସେ ବୁଲିସାରିଛନ୍ତି । ଆପଣ ଆଶ୍ଚର୍ଯ୍ୟ ହେଉଛନ୍ତି କି ? ତେବେ ଏତିକିରେ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ । ଏହାଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ହେଲା, ଆଦିତି ୧୦ ବର୍ଷର ହୋଇଥିବା ବେଳେ ୫୦ ଦେଶ ବୁଲିବା ସହ ଗୋଟିଏ ବି ଦିନ ସେ ତାଙ୍କର ସ୍କୁଲ ମିସ୍‌ କରି ନାହାନ୍ତି ବା ବନ୍ଦ କରି ନାହାନ୍ତି ।

Advertisment

ଆଦିତି ନିଜ ପିତା-ମାତାଙ୍କ ସହ ସାଉଥ ଲଣ୍ଡନରେ ରୁହନ୍ତି । ତାଙ୍କ ବାପାଙ୍କ ନାଁ ଦୀପକ ଓ ମାଆଙ୍କ ନାଁ ଅଭିଳାସା । ଉଭୟ ପିତା-ମାତା ନିଷ୍ପତ୍ତି ନେଲେ ଯେ ତାଙ୍କ ଝିଅ ସ୍କୁଲ ବନ୍ଦ ନକରି ସବୁ ଦେଶ ବୁଲିବାରେ ରେକର୍ଡ କରୁ । ତେଣୁ ସେ ଏଥିପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରିବାକୁ ବି ପ୍ରସ୍ତୁତ ଥିଲେ । ସେ ଚାହୁଁଥିଲେ ତାଙ୍କ ଝିଅ ଏବେଠାରୁ ବିଭିନ୍ନ ଦେଶର ଖାଦ୍ୟ, ପରମ୍ପରା, ଶାସନ ଏବଂ ଲୋକଙ୍କୁ ଜାଣନ୍ତୁ ।

ଏହି ଆଶା ରଖି ପିତା-ମାତା ଝିଅର ବୁଲିବା ପ୍ଲାନ୍‌ କଲେ । ତେଣୁ ସ୍କୁଲର ପ୍ରତ୍ୟେକ ଛୁଟିରେ ଏବଂ ପ୍ରତ୍ୟେକ ବ୍ୟାଙ୍କ୍‌ ଛୁଟିରେ ସେ ନିଜ ଝିଅର ବିଭିନ୍ନ ଦେଶ ବୁଲିବା ପ୍ଲାନ୍‌ ପ୍ରସ୍ତୁତ କଲେ । ଏଥିପାଇଁ ତାଙ୍କୁ ବର୍ଷକୁ ପ୍ରାୟ ୨୦ ହଜାର ପାଉଣ୍ଟ ବା ୨୧ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ବୋଲି ସେ ବଜେଟ୍‌ ସ୍ଥିର କଲେ । ତାଙ୍କ କହିବାନୁଯାୟୀ ଯେଉଁ ଟଙ୍କା ସେ ଝିଅର ବୁଲିବା ପାଇଁ ଖର୍ଚ୍ଚ କରୁଛନ୍ତି ତାହା ଅଯଥା ନୁହେଁ । ତାହା ସମ୍ପୂର୍ଣ୍ଣ ରୂପେ ଯଥାର୍ଥ ଭାବେ ଖର୍ଚ୍ଚ ହେଉଛି । ଏହାଦ୍ୱାରା ତାଙ୍କ ଝିଅ ଅନେକ କିଛି ଶିଖିବାକୁ ପାଉଛି ।

Advertisment

ଅଭିଳାସା ଏବଂ ଦୀପକ ନିଜ ଝିଅ ଆଦିତି ବିଷୟରେ ଆହୁରି ସୂଚନା ଦେଇ କହିଛନ୍ତି, ସେ ନେପାଳ, ଭାରତ ଏବଂ ଥାଇଲାଣ୍ଡର ପରମ୍ପରା ଦେଖି ବହୁତ ଖୁସି । ଆଉ ଏଥିପାଇଁ ସେ ଖୁବ୍‌ ଆଗ୍ରହୀ ମଧ୍ୟ ଥିଲା । ତାଙ୍କ ଝିଅର ବୁଲିବା ପ୍ଲାନିଂ ସେ ନର୍ସରୀ କ୍ଲାସ୍‌ରୁ ଆରମ୍ଭ କରିଛନ୍ତି । ଯେତେବେଳେ ଝିଅକୁ ମାତ୍ର ୩ ବର୍ଷ ବୟସ ହୋଇଥିଲା , ସେତେବେଳେ ସେ ସପ୍ତାହକୁ ଅଢ଼େଇ ଦିନ ସ୍କୁଲ ଯାଉଥିଲା। ଏବେ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସ୍କୁଲ ।

ତେଣୁ ଆମେ ଝିଅକୁ ଶୁକ୍ରବାର ଦିନ ସ୍କୁଲରୁ ନେଇ ଡାଇରେକ୍ଟ ଏୟାରପୋର୍ଟ ଯାଉଛୁ । ସେଠାରୁ ଟୁର୍‌ରେ ବାହାରୁଛୁ । ଟୁର୍‌ରୁ ସବୁବେଳେ ରବିବାର ବିଳମ୍ବିତ ରାତି ପ୍ରାୟ ୧୧ଟା ଫ୍ଲାଇଟ୍‌ରେ ଘରକୁ ରିଟର୍ଣ୍ଣ କରୁଛୁ । ସୋମବାର ଦିନ ଏୟାରପୋର୍ଟରେ ପହଞ୍ଚିବା ପରେ ଝିଅକୁ ଏୟାର୍‌ପୋର୍ଟରୁ ସିଧା ନେଇ ସ୍କୁଲ୍‌ରେ ଛାଡ଼ୁଛୁ । ଏହିଭଳି ଭାବେ ତାର ଟୁର୍‌ ପ୍ଲାନ୍‌ କରାଯାଉଛି । ଯେଉଁଥିରେ କି ତାର ପାଠ ପଢ଼ାରେ ବିଲ୍‌କୁଲ ବ୍ୟାଘାତ ସୃଷ୍ଟି ହେଉ ନାହିଁ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ