Advertisment

ଏହି ଗାଁରେ ବାହାଘର ଭୋଜି ପାଇଁ ପ୍ରଥମେ ମାଙ୍କଡ଼ଙ୍କୁ ଦିଆଯାଏ ନିମନ୍ତ୍ରଣ

ପ୍ରତ୍ୟେକ ଦିନ କିଛି ନା କିଛି ଅଜବ ଗଜବ ଘଟଣା ସାମ୍ନାକୁ ଆସିଥାଏ । ଏମିତି ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ, ଯାହାକି ଗାଁରେ ରହୁଥିବା ମାଙ୍କଡ଼ଙ୍କ ପାଇଁ ଏକର ଏକର ଜମି ପଞ୍ଜୀକୃତ ହୋଇଛି ।

ଅଦ୍ୟତନ ହୋଇଛି
Monkey Landowner

Monkeys Are Landowners

Advertisment

ସାଧାରଣତଃ ଜମିର କାଗଜପତ୍ର ମଣିଷଙ୍କ ନାମରେ ପଞ୍ଜୀକୃତ ଥିବା କଥା ସଭିଏଁ ଜାଣିଥିବେ । କିନ୍ତୁ ମାଙ୍କଡ଼ଙ୍କ ନାମରେ ଏକର ଏକର ଜମି ଥିବା କଥା ବୋଧ ହୁଏ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପାରେ । କଥାଟି ଅଡ଼ୁଆ ଲାଗୁଥିଲେ ବି ସମ୍ପୂର୍ଣ୍ଣ ସତ । ଏଭଳି ଘଟଣା ମହାରାଷ୍ଟ୍ରର ଓସମାନାବାଦ୍‌ ଜିଲ୍ଲାରେ ଏକ ଗାଁରେ ଦେଖିବାକୁ ମିଳିଛି । ଯେଉଁଠାରେ ମାଙ୍କଡ଼ଙ୍କ ନାମରେ ଏକର କି ଦୁଇ ଏକର ନୁହେଁ ବରଂ ୩୨ ଏକର ଜମି ରହିଛି ।

Advertisment

ପ୍ରତ୍ୟେକ ଦିନ କିଛି ନା କିଛି ଅଜବ ଗଜବ ଘଟଣା ସାମ୍ନାକୁ ଆସିଥାଏ । ସେହି ଘଟଣା ଚର୍ଚ୍ଚାର ବିଷୟ ମଧ୍ୟ ପାଲଟେ । ତେବେ ମହାରାଷ୍ଟ୍ର ଓସମାନାବାଦ୍‌ର ଉପଲା ଗାଁରେ ମାଙ୍କଡ଼ଙ୍କ ରହଣି ପାଇଁ ୩୨ ଏକର ଜମି ତାଙ୍କ ନାମରେ ପଞ୍ଜୀକୃତ କରାଯାଇଛି । ଏମିତିକି ସେଠାରେ ରହୁଥିବା ଲୋକଙ୍କ ପାଖରେ ନିଆରା ପରମ୍ପରା ମଧ୍ୟ ଦେଖିବାକୁ ମିଳିଛି । ଯଦି ଘରର ଦ୍ୱାର ପାଖକୁ ମାଙ୍କଡ଼ଟିଏ ଆସେ, ତେବେ ତାକୁ ଖାଇବାକୁ ଦେବାକୁ ପଡ଼ିବ ।

ଅଧିକ ପଢ଼ନ୍ତୁ: ମାଙ୍କଡ଼ ଛୁଆର ମଣିଷ ମାଆ, କୋଳରେ ଶୋଉଛି, ଗେଲ ହୋଇ କ୍ଷୀର ବି ପିଉଛି

କେବଳ ସେତିକି ନୁହେଁ ସେହି ଅଞ୍ଚଳରେ ରହୁଥିବା ମାଙ୍କଡ଼ଙ୍କୁ ଗାଁରେ ହେଉଥିବା ବାହାଘରରେ ନିମନ୍ତ୍ରଣ ଦିଆଯାଏ । ଏମିତିକି ସେମାନଙ୍କୁ ସମ୍ମାନର ସହ ଖାଇବାକୁ ମଧ୍ୟ ଦିଆଯାଏ । ଏଭଳି ପରମ୍ପରା ବୋଧ ହୁଏ ସମସ୍ତେ ନୂଆ କରି ଶୁଣୁଥିବେ । କିନ୍ତୁ ବାସ୍ତବରେ ମହାରାଷ୍ଟ୍ରର ଏହି ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

Advertisment

ଗ୍ରାମର ସରପଞ୍ଚ ବାପ୍ପା ପାଦୱାଲ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ କହିଛନ୍ତି ଯେ " ଜମିର ସମସ୍ତ ଦସ୍ତାବିଜରେ ସ୍ପଷ୍ଟ ଭାବରେ ଦର୍ଶାଯାଇଛି ଯେ, ଜମି ମାଙ୍କଡଙ୍କର ଅଟେ । କିନ୍ତୁ ପଶୁମାନଙ୍କ ପାଇଁ ଏହି ବ୍ୟବସ୍ଥା କିଏ ସୃଷ୍ଟି କରିଛି ଏବଂ ଏହା କେବେଠାରୁ ଲାଗୁ କରାଯାଇଛି, ତାହା ଜଣାପଡି ନାହିଁ"। ସେ ଆହୁରି କହିଛନ୍ତି ଯେ, ଅତୀତରେ ମାଙ୍କଡ଼ମାନେ ଗାଁରେ ଚାଲିଥିବା ସମସ୍ତ ପରମ୍ପରାର ଅଂଶ ଥିଲେ।

ସୂଚନାନୁଯାୟୀ ସେହି ଗାଁରେ ୧୦୦ ରୁ ଅଧିକ ମାଙ୍କଡ ବର୍ତ୍ତମାନ ରହୁଛନ୍ତି । ବହୁବର୍ଷ ଧରି ସେମାନଙ୍କ ନାମରେ ୩୨ ଏକର ଜମି ରହିଛି । ଗାଁର ସରପଞ୍ଚଙ୍କ କହିବାନୁଯାୟୀ, ପୂର୍ବରୁ ଗାଁରେ ଯେକୌଣସି ଲୋକଙ୍କର ବାହାଘର ଭୋଜି ହେଲେ ପ୍ରଥମେ ମାଙ୍କଡ଼ମାନଙ୍କୁ ନିମନ୍ତ୍ରଣ ଦିଆଯାଉଥିଲା । କିନ୍ତୁ ଏବେ ଏହି ପରମ୍ପରାକୁ ସମସ୍ତ ଲୋକେ ଅନୁସରଣ କରୁନାହାନ୍ତି ।

Advertisment
Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ