Advertisment

Special Report: ଗୋଟିଏ ଛାତ ତଳେ ରହୁଛନ୍ତି ୪ ପୀଢ଼ିର ୪୦ ସଦସ୍ୟ

ନ୍ୟୁକ୍ଲିୟର ଫ୍ୟାମିଲି ଯୁଗରେ ବି ବଞ୍ଚିଛି ଯୌଥ ପରିବାର ବ୍ୟବସ୍ଥା ।

ଅଦ୍ୟତନ ହୋଇଛି
International Day of Families

Big Family

Advertisment

ଗୋଟିଏ ପରିବାର, ସଦସ୍ୟ ସଂଖ୍ୟା ୪୦ । ମୋଟ ୪ ପିଢ଼ିର ସମାହାର । ଆଜିର ଏକାର୍ଣ୍ଣବର୍ତ୍ତୀ ପରିବାର ଯୁଗରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ବିଷମକଟକରେ ରହୁଥିବା ଆଇନଜୀବୀ ଏସ. ବାବୁରାଓଙ୍କ ପରିବାରରେ । ବାବୁରାଓଙ୍କୁ ମିଶାଇ ସେମାନେ ମୋଟ ୮ ଭାଇ । ବିବାହିତ ୭ ଭାଇଙ୍କ ୭ ପତ୍ନୀ ଓ ୧୭ ପୁଅଝିଅ । ଆଉ ୩ ପୁଅଙ୍କ ନାତିନାତୁଣୀଙ୍କୁ ମିଶାଇ ମୋଟ ପରିବାର ସଂଖ୍ୟା ୪୦ ।

Advertisment

ଆଜିକା ଦିନରେ ଏତେବଡ଼ ପରିବାର ନେଇ ଚଳିବା କଥା କାହାକୁ ବୋଝ ଭଳି ଲାଗିପାରେ। କିନ୍ତୁ ବାବୁରାମ କି ତାଙ୍କ ପରିବାରର ପ୍ରତ୍ୟକ ସଦସ୍ୟଙ୍କ କ୍ଷେତ୍ରରେ ଆଜି ଯାଏଁ ସେଭଳି କିଛି ହୋଇନି। ବରଂ ଇଟା ପଥର ଗଢ଼ା ଘରକୁ ମନ୍ଦିର ଭାବି ତାରି ଭିତରେ ଶାନ୍ତିରେ ସହାବସ୍ଥାନ କରୁଛନ୍ତି ପୁରା ପରିବାର । ଯୌଥ ପରିବାର ଚଳାଇ ନେବା ସମସ୍ୟା ତ ରହିଛି, ହେଲେ ଏକାଠି ଚଳିବାରେ ଯେଉଁ ମଜା, ଆନନ୍ଦ, ଉପାଦୟତା ରହିଛି ସେ ମନ୍ତ୍ରକୁ ମର୍ମେ ମର୍ମେ ଅନୁଭବ କରିଛନ୍ତି ଘରର ପ୍ରତ୍ୟକ ସଦସ୍ୟ ।

ସେମିତି ବରଗଡ଼ ଜିଲ୍ଲା କଟାପାଲିର ତ୍ରିଲୋଚନ ସାହୁଙ୍କ ପରିବାର । ୬ ଭାଇଙ୍କ ଭିତରେ ସେ ସବା ବଡ଼। ୬ ଭାଇଙ୍କର ୬ ପତ୍ନୀ ଓ ୧୩ ପିଲାଛୁଆଙ୍କୁ ନେଇ ଗୋଟିଏ ଛାତ ତଳେ ରହୁଛନ୍ତି ୨୨ ସଦସ୍ୟ । ତେବେ ଏତେବଡ଼ ପରିବାର ଆରମ୍ଭରୁ ଏକାଠି ଚଳୁଥିଲେ ବି ସେମାନଙ୍କ ମନ ଭିତରେ କେବେ ଏକାର୍ଣ୍ଣବର୍ତ୍ତୀ ହେବାର ଭାବନା ଆସିନି। ବରଂ ଏକାଠି ବସିବା, ଏକାଠି ଖାଇବା ଏବଂ ସବୁ କାମ ଏକାଠି କରିବାର ନିଆରା ଆନନ୍ଦକୁ ସେମାନେ ଉପଲବ୍ଧି କରିଛନ୍ତି ।

Advertisment

ଘରର ୧୩ ଜଣ ପିଲା ଯେତେବେଳେ ଏକାଠି ଖେଳନ୍ତି କିମ୍ବା ପରିବାରର ସବୁ ସଦସ୍ୟ ଯେତେବେଳେ ଏକତ୍ର ପ୍ରାର୍ଥନା ମୁଦ୍ରାରେ ବସନ୍ତି, ସେତେବେଳେ ତ୍ରିଲୋଚନଙ୍କ ପରିବାର ଏକ ସାହି କିମ୍ବା ଗାଁର ଭ୍ରମ ସୃଷ୍ଟି କରେ। ତେବେ ସେମାନଙ୍କ ଭିତରେ ଯେ କେବେ କଳି, ଝଗଡ଼ା ହୋଇନି, କି ମନ ମତାନ୍ତର ହୋଇନି, ତା ନୁହେଁ, ବରଂ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସାମୟିକ ଝଡ଼କୁ କିଭଳି ଅଣଦେଖା କରି କେମିତି ଆଗକୁ ଯାଇହୁଏ, ତାହା ପରିବାରର ପ୍ରତିଟି ସଦସ୍ୟଙ୍କୁ ବୁଝାଇବାରେ ସଫଳ ହୋଇଛନ୍ତି ଘରର ମୁଖିଆ ତ୍ରିଲୋଚନ ସାହୁ।

ପରିବାର ହେଉଛି ସମାଜର ମେରୁଦଣ୍ଡ। ସମାଜରେ ପରିବାରର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ୧୯୯୩ ମସିହାରୁ ପ୍ରତିବର୍ଷ ମେ ୧୫ ତାରିଖକୁ ବିଶ୍ୱ ପରିବାର ଦିବସ ଭାବେ ପାଳନ କରାଯାଇ ଆସୁଛି ।

Advertisment

Special Report
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ