Advertisment

ଆଶ୍ଚର୍ଯ୍ୟ ! ଏତେ ବଡ଼ ଘର, ଲମ୍ବିଛି ତେଲେଙ୍ଗାନାରୁ ମହାରାଷ୍ଟ୍ର

ଆପଣ କେବେ କଳ୍ପନା କରିଛନ୍ତି କି ଗୋଟିଏ ଘର, କିପରି ଦୁଇଟି ଭିନ୍ନ ରାଜ୍ୟର ସୀମାରେ ଠିଆ ହୋଇଛି? ତେବେ ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା ।

ଅଦ୍ୟତନ ହୋଇଛି
House Divided Among 2 States

House

Advertisment

ଘର ଗୋଟିଏ, ହେଲେ ଠିକଣା ଦୁଇଟି । କଥାଟି ଟିକେ ଅଡ଼ୁଆ ଲାଗୁଥାଇପାରେ । ହେଲେ କଥାଟି ସମ୍ପୂର୍ଣ୍ଣ ଭାବରେ ସତ । ଆପଣ କେବେ କଳ୍ପନା କରିଛନ୍ତି କି ଗୋଟିଏ ଘର, କିପରି ଦୁଇଟି ଭିନ୍ନ ରାଜ୍ୟର ସୀମାରେ ଠିଆ ହୋଇଛି? ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଚନ୍ଦ୍ରପୁର ଜିଲ୍ଲାର ମହାରାଜଗୁଡ଼ା ଗାଁର ପାୱାର ପରିବାରଙ୍କ ଘର ଉଭୟ ମହାରାଷ୍ଟ୍ର ଓ ତେଲେଙ୍ଗାନା ରାଜ୍ୟରେ ଅବସ୍ଥିତ ।

Advertisment

ଆଖପାଖ ୧୪ ଗାଁ ଭିତରେ ପାୱାର ପରିବାରଙ୍କ ଘର ଏପରି ଏକ ସ୍ଥାନରେ ରହିଛି, ଯେଉଁଠି ଦୁଇଟି ରାଜ୍ୟର ଦବଦବା ରହିଛି । ଉଭୟ ମହାରାଷ୍ଟ୍ର ଓ ତେଲେଙ୍ଗାନା ଏହାକୁ ନିଜ ଅଞ୍ଚଳ ବୋଲି ଦାବି କରୁଛନ୍ତି । ପରିବାର ଲୋକେ ଉଭୟ ରାଜ୍ୟର ଜନକଲ୍ୟାଣ ଯୋଜନାରୁ ଉପକୃତ ମଧ୍ୟ ହେଉଛନ୍ତି।

ଆଶ୍ଚର୍ଯ୍ୟର କଥା ହେଉଛି ଘର ଲୋକ ବ୍ୟବହାର କରୁଥିବା ଗାଡ଼ିର ନମ୍ବରପ୍ଲେଟ୍‌ରେ କେଉଁଠି ମହାରାଷ୍ଟ୍ର ରେଜିଷ୍ଟ୍ରେସନ୍‌ ତ ଆଉ କେଉଁଥିରେ ତେଲେଙ୍ଗାନା ରେଜିଷ୍ଟ୍ରେସନ୍‌ । ଉଭୟ ରାଜ୍ୟକୁ ଟିକସ ଦେଉଛନ୍ତି ଏହି ପରିବାର। ଘରେ ମୋଟ୍ ୧୦ଟି କୋଠରୀ ରହିଛି, ଯେଉଥିରୁ ୪ଟି କୋଠରୀ ମହାରାଷ୍ଟ୍ରରେ ରହିଥିବା ବେଳେ ଅନ୍ୟ ୪ଟି କୋଠରୀ ତେଲେଙ୍ଗାନାରେ ରହିଛି । ମୁଖ୍ୟତଃ ଘରର ରୋଷେଇଘର ତେଲେଙ୍ଗାନାରେ ରହିଥିବା ବେଳେ ଶୋଇବା ଘର ଓ ହଲ୍‌ ମହାରାଷ୍ଟ୍ରରେ ରହିଛି। ପାୱାର ପରିବାର ଏହି ଘରେ ବର୍ଷ ବର୍ଷ ଧରି ରହିଆସୁଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ୨୦୨୩କୁ ନେଇ ବାବା ଭେଙ୍ଗାଙ୍କ ପୂର୍ବାନୁମାନ; ପୃଥିବୀର ହେବ ପରିବର୍ତ୍ତନ

ଘଅର ମାଲିକ ଉତ୍କଳ ପାୱାର ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ କହିଛନ୍ତି, "ଆମ ଘର ମହାରାଷ୍ଟ୍ର ଏବଂ ତେଲେଙ୍ଗାନା ମଧ୍ୟରେ ବିଭକ୍ତ, କିନ୍ତୁ ଆଜି ପର୍ଯ୍ୟନ୍ତ ଆମର ଏଥିରେ କୌଣସି ଅସୁବିଧା ହୋଇ ନାହିଁ, ଆମେ ଉଭୟ ରାଜ୍ୟରେ ଟିକସ ଦେଉଛୁ ଏବଂ ଉଭୟଙ୍କ ଯୋଜନାର ଲାଭ ଉଠାଉଛୁ’’ ।

Advertisment

୧୯୬୯ ମସିହାରେ ସୀମା ବିବାଦର ସମାଧାନ ହେବାପରେ ପାୱାର ପରିବାରର ଜମି ଦୁଇଟି ରାଜ୍ୟରେ ବିଭକ୍ତ ହୋଇଥିଲା। ଫଳସ୍ୱରୂପ ଘର ମଧ୍ୟ ବିଭାଜିତ ହୋଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯଦିଓ ଆଇନଗତ ଭାବରେ ଏହି ଗ୍ରାମଗୁଡିକ ମହାରାଷ୍ଟ୍ରର ଏକ ଅଂଶ, ହେଲେ ତେଲେଙ୍ଗାନା ସରକାର ନାନଦି ଯୋଜନା ସହିତ ଗ୍ରାମବାସୀଙ୍କୁ କ୍ରମାଗତ ଭାବରେ ଆକର୍ଷିତ କରୁଛନ୍ତି ।

Special Story Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ