Advertisment

ହୋଟେଲ୍‌ ରୁମ୍‌ରେ ସିକ୍ରେଟ୍‌ କ୍ୟାମେରା ଲାଗିଛି କି ନାହିଁ, କେମିତି ଜାଣିବେ...

କିଛି ହୋଟେଲ୍‌ ରୁମ୍‌ରେ ସିକ୍ରେଟ୍‌ କ୍ୟାମେରା ଲାଗିଥିବା ଅନେକ ଘଟଣା ସାମ୍ନାକୁ ଆସିଛି। ଏହି କ୍ୟାମେରା ଜରିଆରେ ଲୋକଙ୍କ ବ୍ୟକ୍ତିଗତ ଫଟୋ ଓ ଦୃଶ୍ୟ ସବୁ ରେକର୍ଡ କରାଯାଇଥାଏ ଓ ପରେ ସେମାନଙ୍କୁ ବ୍ଲାକ୍‌ମେଲିଂ କରାଯାଇ ଟଙ୍କା ଆଦାୟ କରିଥାନ୍ତି କିଛି ଅସାଧୁ ପ୍ରକୃତିର ଲୋକ।

ଅଦ୍ୟତନ ହୋଇଛି
Hidden camera in hotel rooms

Hidden camera in hotel rooms

Advertisment

କିଛି ହୋଟେଲ୍‌ ରୁମ୍‌ରେ ସିକ୍ରେଟ୍‌ କ୍ୟାମେରା ଲାଗିଥିବା ଅନେକ ଘଟଣା ସାମ୍ନାକୁ ଆସିଛି। ଏହି କ୍ୟାମେରା ଜରିଆରେ ଲୋକଙ୍କ ବ୍ୟକ୍ତିଗତ ଫଟୋ ଓ ଦୃଶ୍ୟ ସବୁ ରେକର୍ଡ କରାଯାଇଥାଏ ଓ ପରେ ସେମାନଙ୍କୁ ବ୍ଲାକ୍‌ମେଲିଂ କରାଯାଇ ଟଙ୍କା ଆଦାୟ କରିଥାନ୍ତି କିଛି ଅସାଧୁ ପ୍ରକୃତିର ଲୋକ। କିଛିଦିନ ପୂର୍ବେ ଦକ୍ଷିଣ କୋରିଆର ହୋଟେଲ୍‌ ରୁମ୍‌ରେ ସିକ୍ରେଟ୍‌ କ୍ୟାମେରା ଲଗାଯାଇ ଥିବା ଘଟଣା ସାମ୍ନାକୁ ଆସିଥିଲା। ଏପରିକି ଭାରତରେ ମଧ୍ୟ ଏଭଳି ଘଟଣା ଘଟିଛି। 

Advertisment

ଗତବର୍ଷ ନୋଏଡାରେ ୨ ଜଣ ବ୍ୟକ୍ତିଙ୍କୁ ପୋଲିସ୍‌ ଗିରଫ କରିଥିଲା। ଏମାନେ ଜଣେ ଦମ୍ପତିଙ୍କ ବ୍ୟକ୍ତିଗତ ମୁହୂର୍ତ୍ତକୁ ରେକର୍ଡିଂ କରି ସେମାନଙ୍କୁ ଧମକ ଦେଖାଇ ଟଙ୍କା ଆଦାୟ ପାଇଁ ପ୍ରୟାସ କରିଥିବା ଅଭିଯୋଗ ହୋଇଥିଲା। ୨୦୧୯ ମସିହାରେ ଉତ୍ତରାଖଣ୍ଡ ତେହରିର ଜଣେ ଦମ୍ପତି ହୋଟେଲ୍‌ ରୁମ୍‌ର ଫ୍ୟାନ୍‌ରେ କ୍ୟାମେରା ଲାଗିଥିବା ଦେଖିବାକୁ ପାଇଥିଲେ। 

ଯଦି ଆପଣ ହୋଟେଲ୍‌ରେ ରହୁଛନ୍ତି, ତା’ହେଲେ ଏହା ଜାଣିବା ଗୁରୁତ୍ୱପୂର୍ଣ୍ଣ ଆପଣଙ୍କ ଅଜାଣତରେ ରୁମ୍‌ରେ କେଉଁଠି ସିକ୍ରେଟ୍‌ କ୍ୟାମେରା ଲାଗିଛି। ଜାଣନ୍ତୁ, କେମିତି ଜାଣିବେ ହୋଟେଲ୍‌ ରୁମ୍‌ରେ କେଉଁଠି ସିକ୍ରେଟ୍‌ କ୍ୟାମେରା ଲାଗିଛି...

Advertisment

ଫ୍ୟାନ୍‌ ଚେକ୍‌ କରନ୍ତୁ...

ମୋବାଇଲ୍‌ ଫ୍ଲାଶ୍‌ଲାଇଟ୍‌ କିମ୍ବା ଟର୍ଚ୍ଚ ବ୍ୟବହାର କରି ଫ୍ୟାନ୍‌ରେ ସିକ୍ରେଟ୍‌ କ୍ୟାମେରା ଲାଗିଛି ନା ନାହିଁ ଚେକ୍‌ କରିପାରିବେ। କ୍ୟାମେରା ଲାଗିଛି କି ନାହିଁ ଭଲ ଭାବରେ ଚେକ୍‌ କରନ୍ତୁ। କେବେବି ଏହାକୁ ଅଣଦେଖା କରନ୍ତୁ ନାହିଁ। 

ରୁମ୍‌ରେ ରଖାଯାଇଥିବା ଜିନିଷ ସବୁ ଭଲ ଭାବେ ଚେକ୍‌ କରନ୍ତୁ...

ଡେକୋରେଟ୍‌ କରିବା ପାଇଁ ରୁମ୍‌ରେ ମିରର୍‌ ଓ ଅନ୍ୟ କିଛି ଡେକୋରେଟିଭ୍‌ ଜିନିଷ ଇତ୍ୟାଦି ରଖାଯାଇଥାଏ। ଯଦି ଆପଣଙ୍କ ନଜରରେ କିଛି ସନ୍ଦେହ ହେଲା ଭଳି ଜିନିଷ ଆସୁଛି ଓ ଏସବୁ ରୁମ୍‌ରେ ନରହିବା ଆବଶ୍ୟକ ବୋଲି ଭାବୁଛନ୍ତି, ତା’ହେଲେ ଏଥିପ୍ରତି ଧ୍ୟାନ ଦିଅନ୍ତୁ। ହୁଏତ ଏସବୁ ଜିନିଷରେ କେଉଁଠି ନା କେଉଁଠି ସିକ୍ରେଟ୍‌ କ୍ୟାମେରା ଲୁଚାଯାଇ ଥାଇପାରେ। 

Advertisment

ଇଲେକ୍ଟ୍ରିକାଲ୍‌ ଜିନିଷ ଚେକ୍‌ କରନ୍ତୁ...

ଅଧିକାଂଶ ହିଡେନ୍‌ ଅର୍ଥାତ୍‌ ସିକ୍ରେଟ୍‌ କ୍ୟାମେରା ଡିଭାଇସ୍‌ ପାଇଁ ପାୱାର ସୋର୍ସ ଦରକାର ପଡ଼ିଥାଏ। ତେଣୁ ଆବଶ୍ୟକୀୟ ନଥିବା ୱେୟାର ଓ କମ୍‌ ଉଜ୍ଜ୍ୱଳ କରୁଥିବା ଲାଇଟ୍‌କୁ ଚେକ୍‌ କରନ୍ତୁ।

ସ୍ପିକର୍‌ ଚେକ୍‌ କରନ୍ତୁ...

ମ୍ୟୁଜିକ୍‌ ସିଷ୍ଟମର ସ୍ପିକର୍‌, ଟିଭିରେ ଅତି ସହଜରେ ସିକ୍ରେଟ୍‌ କ୍ୟାମେରା ଇନ୍‌ଷ୍ଟଲ ହୋଇଥାଏ। ଫ୍ଲାଶ୍‌ଲାଇଟ୍‌ କିମ୍ବା ଟର୍ଚ୍ଚ ପକାଇ ଟାୱେଲ, ରୁମାଲ କିମ୍ବା ଟିସ୍ୟୁ ପେପର୍‌ ବ୍ୟବହାର କରି ଏସବୁକୁ ଭଲ୍‌ ଭାବେ ଚେକ୍‌ କରନ୍ତୁ। 

ବାଥରୁମ୍‌ରେ ଲଗାଯାଇଥିବା ହୁକ୍‌ ଚେକ୍‌ କରନ୍ତୁ...

ବାଥରୁମ୍‌ରେ ଲଗାଯାଇଥିବା ହୁକ୍‌ କିମ୍ବା ଟାୱେଲ୍‌ ଓ ହେୟାର ଡ୍ରାୟର ହୋଲ୍‌ଡର୍‌ ସବୁ ଚେକ୍‌ କରନ୍ତୁ। 

ଏସବୁ ବ୍ୟତୀତ ହୋଟେଲ୍‌ ରୁମ୍‌ରେ ଥିବା ଆଲାର୍ମ, ସ୍ମୋକ୍‌ ଡିଟେକ୍ଟର, ଡୋର୍‌ ଇତ୍ୟାଦି ଚେକ୍‌ କରନ୍ତୁ। ଯଦି ଆପଣ କ୍ୟାମେରାର ଲାଇଟ୍‌ ଦେଖିପାରୁ ନାହାନ୍ତି, ତା’ହେଲେ ରୁମ୍‌ ଲାଇଟ୍‌ ବନ୍ଦ କରି ସିକ୍ରେଟ୍‌ କ୍ୟାମେରା ଲାଗିଛି ନା ନାହିଁ ଚେକ୍‌ କରିପାରିବେ। ଯଦି କମ୍‌ ଉଜ୍ଜ୍ୱଳ ଥିବା ଲାଇଟ୍‌ କିଛି ନଜରରେ ଆସେ ତା’ହେଲେ ସିକ୍ରେଟ୍‌ କ୍ୟାମେରା ଲାଗିଥିବା ଜାଣିପାରିବେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ