Advertisment

ସତରେ କ’ଣ ସରକାର ଅଛନ୍ତି ? ଆଖି ଓଦା କରୁଛି ତୁଳସୀଙ୍କ ଦୁର୍ଦ୍ଦଶାର କାହାଣୀ

ତୁଳସୀଙ୍କ ଭାଗ୍ୟରେ ଯେପରି ମହଣ ମହଣ ଦୁଃଖ...ନା ନିଜର ବୋଲି କେହି ଅଛନ୍ତି, ନା ରହିବାକୁ ଘର ଖଣ୍ଡେ ଅଛି..

ଅଦ୍ୟତନ ହୋଇଛି
tragic story

tragic story

Advertisment

ଦୁଃଖ ଯେତେବେଳେ ଆସେ..ଭାଇବନ୍ଧୁ କୁଟୁମ୍ବ ନେଇ ଆସେ..ଆଉ ହଠାତ ସବୁ କିଛି ବଦଳି ଯାଏ... ଜୀବନ ଯୁଦ୍ଧରେ ସେ ଆଉ ଲଢ଼ିପାରୁନାହାନ୍ତି । ଗୋଟିଏ ପଟେ ବାର୍ଦ୍ଧକ୍ୟ ଅନ୍ୟପଟେ ଅସହାୟତା । ତଥାପି ପେଟ ଚାଖଣ୍ଡକ ପାଇଁ ପର ଘରେ ହାତ ନପାତିଲେ ଚାରା ନାହିଁ । ସ୍ୱାମୀ ଓ ପୁଅ ଆର ପାରିକି ଚାଲିଯିବା ପରେ ସେ ନିରାଶ୍ରୟ । ନୀଳଗିରି ବ୍ଲକ ଧୋବଶିଳା ଗାଁର ତୁଳସୀ ସିଂଙ୍କ ଦୁର୍ଦ୍ଦଶାର କାହାଣୀ ସତରେ ସମସ୍ତଙ୍କ ଆଖି ଓଦା କରିଦେବ ।

Advertisment

ସ୍ୱାମୀ ଥିବା ସମୟରେ ଗାଁରେ ରହିଥିବା ଘର ମାଟିରେ ମିଶିଯିବା ପରେ ଏବେ ପାଖ ନୂଆସାହି ଗ୍ରାମରେ ଲୋକଙ୍କ ସହାୟତାରେ ଏକ ଛୋଟିଆ ପଲିଥିନି ଛପର କରି ରହୁଛନ୍ତି । ଯେଉଁଠି ଦିନରେ ଖରା ସାଙ୍ଗଙ୍କୁ ରାତିରେ ତାରା ଦେଖିବା ସହ ଜଙ୍ଗଲ ନିକଟ ହୋଇଥିବାରୁ ଜଙ୍ଗଲୀ ଜନ୍ତୁଙ୍କ ଭୟବି ରହୁଛି । ଆଉ ଯାହାର ଅବସ୍ଥା ବେଶ ଶୋଚନୀୟ ହୋଇପଡ଼ିଛି । କୌଣସି ସରକାରୀ ସହାୟତା ନଥିବାରୁ ମାଗିକି ଖାଇବାକୁ ପଡୁଛି ତାଙ୍କୁ । 

ବୃଦ୍ଧା ଜଣଙ୍କ ବାସ୍ତବରେ ବହୁ ଅସୁବିଧାରେ ରହୁଥିବାରୁ ଗାଁଲୋକେ ତାଙ୍କ ସମର୍ଥ କ୍ରମେ ସହାୟତା କରିଥାନ୍ତି । ହେଲେ ତାଙ୍କର ନିଜର ବୋଲି କେହି ନଥିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ।

Advertisment

ତେବେ ଘଟଣା ସମ୍ପର୍କରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଜାଣିବା ପରେ ବୃଦ୍ଧାଙ୍କୁ ଗାଡ଼ିରେ ବସାଇ ବିଡ଼ିଓଙ୍କ ପାଖକୁ ନେବା ସହ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଅନୁରୋଧ କରିଛନ୍ତି । ଏହାସହ ବିଡ଼ିଓ ଖୁବଶୀଘ୍ର ସରକାରୀ ସହାୟତା ପ୍ରଦାନ କରିବା ନେଇ ସାଂସଦଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

Tragic Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ