Advertisment

ଅରକ୍ଷିତକୁ ଦଇବ ସାହା! ନୂଆ ପରିଚୟ ପାଇଲା କୁନି ପୁଅ

ଅସହାୟ କୁନି ପୁଅକୁ କୋଳେଇ ନେବାକୁ କର୍ଣ୍ଣାଟକରୁ ଆସି ଓଡ଼ିଶାରେ ପହଞ୍ଚିଲେ ଦମ୍ପତି ।

ଅଦ୍ୟତନ ହୋଇଛି
CHILD ADOPTION

CHILD ADOPTION

Advertisment

ଆଉ ସେ ଅଲୋଡ଼ା ନୁହଁ... ସେ ଅସହାୟ ନୁହେଁ..ଆଜି ସେ ବାପାମା’ଙ୍କୁ ପାଇଛି । ଅନ୍ୟ ମାନଙ୍କ ପରି ଗେଲବସରରେ ବଢ଼ିବ..ସାଙ୍ଗସାଥୀ ମେଳରେ ସ୍କୁଲ ଯିବ । ୬ ମାସ ତଳେ ଅସହାୟ ଅବସ୍ଥାରେ ଉଦ୍ଧାର ହୋଇଥିବା କୁନି ପୁଅକୁ ମିଳିଛି ନୂଆ ପରିଚୟ । କର୍ଣ୍ଣାଟକର ଦମ୍ପତି ଶିଶୁଟିକୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିନେଇଛନ୍ତି।

Advertisment

୬ମାସ ତଳେ ରାୟଗଡ଼ା ଅଞ୍ଚଳରୁ ଅସହାୟ ଅବସ୍ଥାରେ ଶିଶୁପୁତ୍ରଟିକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଉଦ୍ଧାର କରିଥିବା ବେଳେ ପାରଳାଖେମୁଣ୍ଡିରେ ଥିବା ଏକମାତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ନିସାନ ସାଲୋନରେ ରଖାଯାଇଥିଲା । ପିଲାଟିର ବାପାମ’ ତାକୁ ଛାଡ଼ି ଦେଇଥିଲେ । ଜନ୍ମକଲା ବାପାମା’ ସିନା ହାତ ଛାଡ଼ି ଦେଇଥିଲେ, ହେଲେ ଆଜି ତାକୁ ଆଉ କେହି କୋଳେଇ ନେଇଛନ୍ତି ।

 ତେବେ ପୋଷ୍ୟ ସନ୍ତାନ ପାଇଁ ଗତ ୪ ବର୍ଷ ତଳୁ ଅନଲାଇନ୍‌ରେ ଆବେଦନ କରିଥିଲେ । ଏବେ ଚାରି ବର୍ଷ ପରେ  କର୍ଣ୍ଣାଟକର ଦମ୍ପତିଙ୍କୁ ଏହି ଶିଶୁପୁତ୍ରକୁ ଆଇନ ଅନୁସାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଛି । ଶିଶୁପୁତ୍ରକୁ ପାଇ କର୍ଣ୍ଣାଟକ ଦମ୍ପତି ବେଶ୍ ଖୁସିଥିବା ବେଳେ ଏହାର ଉଜ୍ଜ୍ୱଳ ଭବିଷ୍ୟତ ଦାୟିତ୍ୱ ନେବେ ବୋଲି କହିଛନ୍ତି ।

Advertisment
Child Adoption
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ