Haryana girl reaches Odisha reportedly to marry her girlfriend
ସୋସିଆଲ୍ ମିଡିଆରେ ପ୍ରେମ ଆଜିକାଲି ସାଧାରଣ ଘଟଣା ହୋଇଗଲାଣି। ଫେସ୍ବୁକ୍ ହେଉ କି ଇନ୍ଷ୍ଟାଗ୍ରାମ କିମ୍ବା ହ୍ୱାଟ୍ସଆପ୍ରେ ଚାଟ୍ ପରେ ଆରମ୍ଭ ହୋଇଯାଉଛି ପ୍ରେମ ଓ ତା’ପରେ ବିବାହ। କିଛି ଜଣଙ୍କ ସମ୍ପର୍କ ଠିକ୍ଠାକ୍ ଚାଲୁ ଥିବାବେଳେ ଆଉ କିଛି ଜଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେଉଛି। ଯାହାକି ପରେ ମହଙ୍ଗା ସାବ୍ୟସ୍ତ ହେଉଛି। ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। କିନ୍ତୁ ଏଠି ଘଟଣା ଟିକେ ଭିନ୍ନ। ଏଠି ପୁଅ-ଝିଅଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠି ନାହିଁ ବରଂ ଦୁଇ ଝିଅଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଛି। ଏପରିକି ଉଭୟ ବିବାହ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଥିଲେ। ନାବାଳିକାଙ୍କ ପ୍ରେମରେ ପାଗଳ ହୋଇ ହରିୟାଣାରୁ ଓଡ଼ିଶା ଧାଇଁ ଆସିଥିଲେ ଯୁବତୀ। କିନ୍ତୁ ସ୍ଥାନୀୟ ଲୋକେ ତାଙ୍କୁ ପୋଲିସ୍ ଜିମା ଦେଇଛନ୍ତି। ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅର୍ନ୍ତଗତ ଶଙ୍ଖାରି ଅଞ୍ଚଳରେ ଏହି ଘଟଣା ଘଟିଛି।
ସୂଚନା ଅନୁସାରେ, ଶଙ୍ଖାରି ଅଞ୍ଚଳର ଜଣେ ନାବାଳିକାଙ୍କ ସହ ହରିୟାଣା ସୋନିପଥ ଥାନା ଅନ୍ତର୍ଗତ ତାଜପୁର ଅଞ୍ଚଳର ୨୦ ବର୍ଷୀୟା କାଜଲଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଇନ୍ଷ୍ଟାଗ୍ରାମରେ ଉଭୟଙ୍କ ପରିଚୟ ହୋଇଥିଲା। ଏହାପରେ ପ୍ରେମ ଓ ପରେ ଉଭୟ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ। ବର୍ଷେ ହେଲା ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହାପରେ କାଜଲ ସମ୍ପୃକ୍ତ ନାବାଳିକାଙ୍କୁ ବାହା ହେବା ପାଇଁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ସେ ଟ୍ରେନ୍ରେ ଦୀଘା ପହଞ୍ଚି ଥିଲେ ଓ ପରେ ଏକ ଅଟୋରେ ନାବାଳିକାଙ୍କ ପାଖକୁ ଯାଇଥିଲେ। ବଡପାହି ଗାଁରେ ଉଭୟଙ୍କ ଭେଟ ହୋଇଥିଲା।
ସେଠାରୁ ନାବାଳିକାକୁ ଧରି କାଜଲ ଚମ୍ପଟ ମାରିବାବେଳେ ପରିବାର ଲୋକଙ୍କ ହାବୁଡ଼ରେ ଉଭୟେ ପଡ଼ିଯାଇଥିଲେ। ଉଭୟଙ୍କୁ ଆଣି ପରିବାର ଲୋକେ ଚନ୍ଦନେଶ୍ୱର ଫାଣ୍ଡିରେ ଜିମା ଦେଇଥିଲେ। ଫାଣ୍ଡି ଅଧିକାରୀ ବିଶ୍ୱନାଥ କର କାଜଲଙ୍କ ପରିବାର ଲୋକଙ୍କୁ ଫୋନ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ପୋଲିସ ନାବାଳିକାଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବାବେଳେ କାଜଲଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1677901437.jpg)