gabbar tea stall in cuttack baliyatra
ଧନୀ ଠୁ ଗରିବ ସମସ୍ତଙ୍କ ପସନ୍ଦ ଚା’ । ଗୋଟିଏ କପ୍ ଚା’ ପିଇବା ପରେ ପୁରା ଫ୍ରେଶ୍ ଲାଗିଥାଏ । ଐତିହାସିକ କଟକ ବାଲିଯାତ୍ରାକୁ ନେଇ ଲୋକଙ୍କ ମନରେ ଯେତିକି ଉତ୍ସାହ ତା’ଠୁ ଅଧିକ ନୂଆ ନୂଆ ଜିନିଷକୁ ନେଇ । ପ୍ରତିବର୍ଷ ବାଲିଯାତ୍ରାରେ ନୂଆ ନୂଆ ଷ୍ଟଲ୍ ପଡ଼ୁଥିବା ବେଳେ ଏଥର ବାଲିଯାତ୍ରାରେ ପଡ଼ିଛି ଭିନ୍ନ ଏକ ନାଁ ଥିବା ଚା’ ଦୋକାନ। ଯାହାର ନାଁ ରହିଛି- ଗବ୍ବର ଚାଏ ।
ଏହି ଚା’ର ନାଁ ଶୁଣିବାକୁ ଯେମିତି ରୋଚକପୂର୍ଣ୍ଣ, ସେତିକି ସୁଆଦିଆ । ସେଥିପାଇଁ ତ ଦୋକାନରେ ଗ୍ରାହକଙ୍କ ଭିଡ଼ ହଟିବାର ନାଁ ନେଉନି । ଏହି ଗବ୍ବର ଚାଏର ଦାମ୍ ୪୦ ଟଙ୍କା ରଖାଯାଇଛି । ବାହାରେ କମ୍ ଦାମ୍ରେ ଚା’ ମିଳୁଥିଲେ ମଧ୍ୟ ଗବ୍ବର ଚାଏ ପିଇବାକୁ ଲୋକଙ୍କ ଭିଡ଼ ଜମୁଛି । କାହିଁକି ନାଁ ଏହି ଚା’ ଅନ୍ୟ ଚା’ଠୁ ବହୁତ ଭଲ ଥିବା ଗ୍ରାହକ କହିଛନ୍ତି ।
ଦୋକାନୀଙ୍କ କହିବା ଅନୁସାରେ, ଏହି ଚା’ ପ୍ରସ୍ତୁତରେ ବିଶେଷ ପ୍ରକାରର ମସଲା ବ୍ୟବହାର କରାଯାଉଛି । ଏହାସହ ବିଭିନ୍ନ ପ୍ରକାରର ଚା’ ମିଳୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/g_1701488740.jpg)