Advertisment

ପଶୁ ଭୁଲେନି ସମ୍ପର୍କ: ଆହତ ଛୁଆକୁ ଜଗିଛନ୍ତି ଦୁଇ ହାତୀ,ଆଗରେ ପଛରେ କର୍ଡନ୍ କରି ଦେଉଛନ୍ତି ସୁରକ୍ଷା

କେନ୍ଦୁଝର ମଇଦାନକେଲ ଜଙ୍ଗଲରେ ୧୨ଟିକିଆ ହାତୀଙ୍କ ମଧ୍ୟରେ ଛଅ ମାସର ଛୁଆ ଆହତ, ଚିକିତ୍ସା ପାଇଁ ଲାଗିଛି ବନ ବିଭାଗ....

ଅଦ୍ୟତନ ହୋଇଛି
Forest officials, veterinary team arrive in Keojhar for treatment of baby elephant

Forest officials, veterinary team arrive in Keojhar for treatment of baby elephant

Advertisment

୯ ମାସ ଗର୍ଭରେ ଛୁଆକୁ ଧରିଥିବା ମାଆକୁ, ବଡ଼ ହେଲା ପରେ ପର କରିଦିଏ ପୁଅ । ସମ୍ପର୍କ ଭୁଲି ଆପଣା ଲୋକଙ୍କୁ ଗୋଡ଼ରେ ଆଡ଼େଇ ଚାଲିଯାଲ । ପୁଣି କେଉଁଠି ନବଜାତକୁ ରାସ୍ତାରେ ଫୋପାଡ଼ି ଦିଏ ଜନ୍ମ କଲା ମାଆ । ସମୟ ଆସିଲେ ଅମଣିଷ ପାଲଟି ଯାଏ ମଣିଷ, ହେଲେ ପଶୁ କିନ୍ତୁ ଏ ବିବେକ ଥିବା ମଣିଷ ଠାରୁ ବେଶ୍‌ ଭିନ୍ନ । ବୁଝିବା ସୁଝିବାର ଜ୍ଞାନ ନଥିଲେ ସୁଦ୍ଧା ନିଷ୍ଠୁର କି ନିର୍ଦ୍ଦୟ ହୋଇପାରେନି । ଏବେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳୁଛି, ଯାହା ମଣିଷ ସମାଜକୁ ଶକ୍ତ ଚାପୁଡ଼ା ସଦୃଶ ।

Advertisment

ଏକ ଆହତ ଛୁଆ ହାତୀକୁ ଅନ୍ୟ ଦୁଇ ହାତୀ ସୁରକ୍ଷା ଦେଉଥିବା ଦେଖିବାକୁ ମିଳିଛି । ଆଗରେ ଗୋଟିଏ ହାତୀ, ପଛରେ ଆଉ ଗୋଟେ...ମଝିରେ ଛୋଟେଇ ଛୋଟେଇ ଚାଲୁଛି କୁନି ହାତୀଟିଏ । କେନ୍ଦୁଝର ସଦର ରେଞ୍ଜ ମଇଦାନକେଲ ଜଙ୍ଗଲରେ ଏକ ବାର ଟିକିଆ ହାତୀ ଦଳ ଭିତରେ ଥିବା ଏକ ଛ’ ମାସର ହାତୀ ଛୁଆଟି ଛୋଟେଇ ଛୋଟେଇ ବୁଲୁଛି । ଛୁଆ ହାତୀଟିର ଡାହାଣ ପଟ ଆଗ ଗୋଡ଼ରେ ଆଘାତ ଲାଗିଛି ।

ହାତୀ ଛୁଆଟିର ଚିକିତ୍ସା ପାଇଁ ଦୁଇଟି ଥରମାଲ ଡ୍ରୋନ୍ ସହ ପ୍ରାଣୀ ଚିକିତ୍ସା ଦଳ, ଦୁଇ ଜଣ ACFO ଓ ୧୫ ଜଣ ଗଜ ସାଥୀ ସାଙ୍ଗରେ ଅଛନ୍ତି। ଆହତ ହାତୀ ଛୁଆଟି ଦଳଭିତରେ ଥିବାରୁ ଚିକିତ୍ସାରେ ବାଧା ଉପୁଜିଛି । ତା ଉପରେ ନଜର ରଖିବାକୁ ଥର୍ମାଲ ଡ୍ରୋନର ସାହାଯ୍ୟ ନିଆଯାଉଛି ।

Advertisment

ଆଜି ସକାଳୁ ହାତୀ ପଲଟି ମଇଦାନକେଲ ଜଙ୍ଗଲ ଛାଡ଼ି ବାସୁଦେବପୁର ଜଙ୍ଗଲକୁ ପଳାଇ ଯାଇଛନ୍ତି । ତାଙ୍କ ପଛେ ପଛେ ପୁରା ଚିକିତ୍ସା ଟିମ୍ ରହିଛି।

Elephant Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ