Advertisment

ବର୍ଷକର ଦାନା ଭସେଇ ନେଲା ବଢ଼ିଲା ନଈ: ଗଛରେ ଥାଇ ସଢ଼ୁଛି କଞ୍ଚା ପରିବା

ବୁଡ଼ି ଯାଇଛି ଚାଷ ଜମି, ଚାରିଆଡ଼େ ଏବେ ଖାଲି ପାଣି ଆଉ ପାଣି। ଯେଉଁଠି କିଛି ଦିନ ତଳେ ଧାନ ରୋଇଥିଲେ, ଆଜି ଉଜୁଡ଼ି ଯାଇଥିବା କେଣ୍ଡାକୁ ଧରି ବସିଛନ୍ତି ଚାଷୀ।

Floodwater

Floodwater

Advertisment

ବର୍ଷ ଯାକ ମୁଣ୍ଡର ଝାଳ ତୁଣ୍ଡରେ ମାରି ବିଲରେ ଖଟିଥିଲା ଚାଷୀ । ଆଶା ଥିଲା ଏଥର ଭଲ ଦିପଇସା ମିଳିବ । ହେଲେ ମାତ୍ର ଦୁଇ ଦିନର ବର୍ଷା ସବୁ କିଛି ଉଜାଡ଼ି ଦେଲାା ବଢ଼ିଲା ନଦୀ ପାଣି ଚାଷ ଜମିରେ ପଶି ଶହ ଶହ ହେକ୍ଟର ଫସଲ ନଷ୍ଟ କରିଛିା କେନ୍ଦ୍ରାପଡ଼ାରୁ କୋଣାର୍କ, ଆଠଗଡ଼ରୁ ଅନୁଗୁଳ ସବୁଠି ଚାଷୀର ସମାନ ଅବସ୍ଥାା ଧାନଠୁ ଆରମ୍ଭ କରି ପନିପରିବା ଯାଏଁ ସବୁ କିଛି ପାଣିରେ ଲୋଟୁଛିା

Advertisment

ବୁଡ଼ି ଯାଇଛି ଚାଷ ଜମି, ଚାରିଆଡ଼େ ଏବେ ଖାଲି ପାଣି ଆଉ ପାଣି। ଯେଉଁଠି କିଛି ଦିନ ତଳେ ଧାନ ରୋଇଥିଲେ, ଆଜି ଉଜୁଡ଼ି ଯାଇଥିବା କେଣ୍ଡାକୁ ଧରି ବସିଛନ୍ତି ଚାଷୀ। ଆଉ ଏଠି ଆଣ୍ଠୁଏ ଉଚ୍ଚର ପାଣି ସଜ ପରିବାକୁ ନଷ୍ଟ କରିଛିା ବାଇଗଣଠୁ ଆରମ୍ଭ କରି କଖାରୁ, କଦଳୀରୁ କଲରା ସବୁ କିଛି ଉଜାଡ଼ି ଦେଇଛି ବଢ଼ିଲା ନଈ। କେନ୍ଦ୍ରାପଡ଼ା ଆୟତ୍ତପୁରରେ ହ୍ରଦର ଭ୍ରମ ସୃଷ୍ଟି କରୁଛି ଚାଷ ଜମିା ବର୍ଷ ଯାକର ପରିଶ୍ରମ ଏଠି ଫସଲର ଆକାର ନେଇଥିଲାା ହେଲେ ସେସବୁ କେମିତି ପାଣିରେ ଲୋଟୁଛି, ଯାହା ବଳିଗଲା ତାକୁ ଧରି ଘରକୁ ଫେରୁଛି ଚାଷୀା ଢେଙ୍କାନାଳଠୁ ଜଗତସିଂହପୁର, ଅବସ୍ଥା ସବୁଠି ସମାନ, ଦୁର୍ଦ୍ଦଶା କିନ୍ତୁ ଏକ ସେ ବଢ଼କର ଏକ।

ହଠାତ୍ ମାଡ଼ି ଆସିଲା ବନ୍ୟା ପାଣି, କେହି କିଛି ବୁଝିବା ପୂର୍ବରୁ ବୁଡ଼ାଇ ଦେଲା ସବୁକିଛି। କଟକ ବାଙ୍କିର ବୁଡ଼ିଲା ବିଲକୁ ଦେଖି କିଛି ଏମିତି କହୁଛନ୍ତି ଚାଷୀା ପଚିଗଲାଣି ଧାନର ତଳି, ଏସବୁ ଆଉ ଛିଡ଼ା ହେବା ଅବସ୍ଥାରେ ନାହିଁ। ପରିବା କିଆରିରେ ବି ପାଣି ଜମିଥିବାରୁ ଏସବୁ ବି ନଷ୍ଟା ଏବର୍ଷ ଘର କେମିତି ଚଳିବ, ପେଟ କେମିତି ପୋଷିବ ତାକୁ ଭାବି ଭାବି ଚାଷୀ ଦିନ କାଟୁଛିା

Advertisment

ଜଗତସିଂହପୁରରୁ ପୁରୀ, ଅନୁଗୁଳରୁ ଆନନ୍ଦପୁର। କେଉଁଠି ବେଶୀ ତ କେଉଁଠି କମ୍ କିନ୍ତୁ ଚାଷୀଙ୍କ ଦୁର୍ଦ୍ଦଶା ସବୁଠି ସମାନ। ଏକର ଏକର ଜମିରେ ଧାନ, ପରିବାର ଚାଷ କରିବା ପରେ ଫସଲ ଉଜୁଡ଼ିବା କଷ୍ଟ ଚାଷୀର ପେଟକୁ ସିଧା ଲାତ ମାରିଛି। ଧାରା ଶ୍ରାବଣରେ ନିଦାଘ ଖରା ଲୋକଙ୍କୁ କନ୍ଦାଇଲା। ଆଉ ଏବେ ମାତ୍ର ଦି ଦିନର ବର୍ଷା ସବୁ ଫସଲ ନଷ୍ଟ କରିଛିା

Flood In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ