Advertisment

ଭୟଙ୍କର ! ସକାଳେ ଫକଫକ ଖେଳୁଥିଲେ, ସଂଧ୍ୟାରେ ମରି ପଡିଲେ

ଏମିତି କେମିତି ହେଲା? ସକାଳେ ଫକ୍‌ଫକ୍‌ କିନା ଡେଉଁଥିଲେ, ସଂଧ୍ୟାରେ ମରିପଡିଲେ । ଆଖି ସାମ୍ନାରେ ଚାଷ ଉଜୁଡିଯିବାରୁ ପୋଖରୀ ହୁଡାରେ ବସି ଭୋ ଭୋ କାନ୍ଦିଲେ ଚାଷୀ ।

ଅଦ୍ୟତନ ହୋଇଛି
Fish farmers

Fish farmers

Advertisment

ପୋଖରୀ ସାରା ଯୁଆଡେ ଦେଖିବେ ସିଆଡେ ଭାସୁଛି ମଲା ମାଛ l ଛୋଟ ମାଛଠୁ ଆରମ୍ଭ କରି ବଡ଼ବଡ଼ ରୋହି, ଭାକୁର ଭଳି ଅନେକ ପ୍ରଜାତିର ମାଛ ପାଣି ଉପରେ ଭାସିବା ସହିତ ପଚିବା ଆରମ୍ଭ କଲେଣି l ସ୍ଥିତି ଏମିତି ହେଲାଣି ଯେ ପଚାମାଛକୁ ଟ୍ରାକ୍ଟରରେ ବୋହି ଦୂରସ୍ଥାନକୁ ନେଇ ପୋତାଯାଉଛି । ଆଉ ଆଖି ସାମ୍ନାରେ ପରିଶ୍ରମର ଫଳ ନଷ୍ଟ ହେଉଥିବାରୁ ପୋଖରୀ ହୁଡାରେ ବସି କାନ୍ଦୁଛି ଚାଷୀ ।

Advertisment

ଗଞ୍ଜାମ କବିସୂର୍ଯ୍ୟନଗର ବ୍ଲକ ସିଆଳିଆ ପଞ୍ଚାୟତ ସିଦ୍ଧେଶ୍ୱର ମନ୍ଦିର ନିକଟ ଲକ୍ଷ୍ମୀ ନାରାୟଣ ସାଗରରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ଏହି ପୋଖରୀକୁ ମାଛ ଚାଷ ପାଇଁ ୨ ବର୍ଷ ଲିଜ୍‌ରେ ସ୍ଥାନୀୟ ଅଂଚଳର ସୁଶାନ୍ତ କୁମାର ବିଶ୍ୱାଳ । ଚାଷ ପାଇଁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ପୋଖରୀରେ ଭିନ୍ନଭିନ୍ନ ପ୍ରଜାତିର ମାଛ ବି ଛାଡିଥିଲେ । ଭାବିଥିଲେ ମାଛ ବଢିଲେ ଭଲ ରୋଜଗାର ହେବ । କିନ୍ତୁ ସ୍ୱପ୍ନ ତାଙ୍କ ସ୍ନପ୍ନରେ ହିଁ ରହିଗଲା । କାରଣ ହଠାତ୍‌ ସଂଧ୍ୟାରେ ଦେଖିଥିଲେ ପୋଖରୀର ସବୁ ମାଛ ମରିକି ଭାସିଥିଲେ । କେମିତି ଓ କେଉଁ ପରିସ୍ଥିତିରେ ମାଛ ମଲେ ତାହାକୁ ନେଇ ଏବେ ଚିନ୍ତାରେ ସୁଶାନ୍ତ ।

ହଠାତ୍‌ ପୋଖରୀରେ ମାଛ ମରିଯିବା ପରେ କେମିତି ଏତେ ଗୁଡାଏ ଟଙ୍କା ଋଣ ପରିଶୋଧ କରିବେ? କେମିତି ପରିବାର ଚଳାଇବେ ସେଇ ଚିନ୍ତା ସୁଶାନ୍ତଙ୍କୁ ଗୋଡାଇ ଗୋଡାଇ ଖାଉଥିବା ବେଳେ ତୁରନ୍ତ ସୁଶାନ୍ତଙ୍କୁ ସରକାରୀ ସହାୟତା ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ସେପଟେ ପୂରା ଘଟଣାରେ ବ୍ଲକ୍‌ ମତ୍ସ ସଂପଦ ବିଭାଗ ଅଧିକାରୀ କହୁଛନ୍ତି, ଆମ ପାଖରେ ଏନେଇ କୌଣସି ଅଭିଯୋଗ ହୋଇନି । ଅଭିଯୋଗ ହେଲେ ତଦନ୍ତ କରାଯାଇ ସହାୟତା ଦିଆଯିବ ।  ତେବେ ସକାଳେ ଯେଉଁ ପୋଖରୀରେ ମାଛ ଖେଳୁଥିଲେ ସଂଧ୍ୟା ବେଳେ ସେହି ପୋଖରୀରେ କେମିତି ମାଛ ମଲେ ତାହାକୁ ନେଇ ସ୍ଥାନୀୟ ଅଂଚଳରେ ଏବେ ଭାରି ଚର୍ଚ୍ଚା ।

Advertisment

Polasara
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ