Fire at vending zone
ରଙ୍ଗର ପର୍ବ ହୋଲିରେ ସମସ୍ତେ ମସଗୁଲ ଥିବା ବେଳେ ରାଜଧାନୀରେ ବଡ଼ ଅଘଟଣ ଘଟିଛି । ଭୁବନେଶ୍ୱର ଭେଣ୍ଡିଂ ଜୋନରେ ନିଆଁ ଲାଗିଯାଇଛି । ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ପଛପଟ ଥିବା ୫ଟି ଦୋକାନରେ ଏହି ନିଆଁ ଲାଗିଛି । ନିଆଁ ଲାଗିଯିବାରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଥିବା ଅନୁମାନ କରାଯାଉଛି । ତେବେ କେଉଁ ପରିସ୍ଥିତିରେ ନିଆଁ ଲାଗିଛି ସ୍ପଷ୍ଟ ହୋଇପାରି ନାହିଁ । ବର୍ତ୍ତମାନ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚାଲିଛି ।
ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ଚନ୍ଦ୍ରଶେଖରପୁର ସ୍ଥିତ ଭାରତ ପେଟ୍ରୋଲ ପମ୍ପ ଠାରୁ ଅଳ୍ପ ଦୂରରେ ଥିବା ଏକ ଭେଣ୍ଡିଂ ଜୋନ୍ରେ ନିଆଁ ଲାଗିଯାଇଥିଲା । ଅଳିଆ ଗଦାରୁ ନିଆଁ ଲାଗିବା ପରେ ଦୋକାନକୁ ନଆଁ ଲାଗି ଯାଇଥିବା କୁହାଯାଉଛି । ନିଆଁ ଲାଗିବା ଫଳରେ ୫ଟି ଦୋକାନ ସଂପୂର୍ଣ୍ଣ ଭାବେ ଭସ୍ମ ହୋଇଯାଇଛି ।
ତେବେ ଜଳି ଯାଇଥିବା ଦୋକାନରେ କେତେ ଟଙ୍କାର ସାମଗ୍ରୀ ଥିଲା ସ୍ପଷ୍ଟ ହୋଇନାହିଁ । ତଥାପି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ିଯାଇଥିବା କୁହାଯାଉଛି । ତେବେ ଖବର ଦେବା ପରେ ଘଟଣା ସ୍ଥଳରେ ପହଞ୍ଚିଥିଲା ଦମକଳ ବାହିନୀ । ଏବେ ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1678275820.jpg)