ଭାଲୁ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର

ପୋଖରୀକୁ ଗାଧୋଇବାକୁ ଯିବା ବେଳେ ଆକ୍ରମଣର ଶିକାର

Bear attack

ଭାଲୁ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର। ନୂଆପଡ଼ା ଜିଲ୍ଲା କୋମନା ରେଂଜ ବିଜାଖମନ ଜଙ୍ଗଲରେ ଏକ ଭାଲୁ ବାପପୁଅଙ୍କୁ ଆକ୍ରମଣ କରିଥିଲା । ପୋଖରୀକୁ ଗାଧୋଇବା ପାଇଁ ଯିବାବେଳେ ଉଭୟେ ଆକ୍ରମଣର ଶିକାର ହୋଇଥିଲେ । ଘଟଣାସ୍ଥଳରେ ବାପାଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଅକୁ ନୂଆପଡ଼ା ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ ଆଜି ସକାଳେ ବିରୁନପଦର ଗାଁ ନିକଟସ୍ଥ ବିଜାଖମନ ଜଙ୍ଗଲ ଭିତରେ ଥିବା ଦାବରି ମୁଣ୍ତା ପୋଖରୀକୁ ଗାଧୋଇବାକୁ ଯାଇଥିଲେ ଘନଶ୍ୟାମ ପଟେଲ ଓ ତାଙ୍କ ପୁଅ ଚଇତୁ ପଟେଲ । ସେତେବେଳେ ହଠାତ୍ ଏକ ଭାଲୁ ପ୍ରଥମେ ଘନଶ୍ୟାମଙ୍କୁ ଆକ୍ରମଣ କରି ଥିଲା । ଚଇତୁ ତାଙ୍କ ବାପାଙ୍କୁ ରକ୍ଷା କରିବାକୁ ପ୍ରୟାସ କଲା ବେଳେ ଭାଲୁଟି ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା ।

ବାପପୁଅ ଚିତ୍କାର କରିବାରୁ ଗାଁ ଲୋକ ଯାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେମାନେ ଚଇତୁଙ୍କୁ ବଞ୍ଚାଇ ଦେଲେ। କିନ୍ତୁ ଘନଶ୍ୟାମ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ଏବେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକମାନେ ୩୫୩ ନମ୍ବର ଏନ୍ଏଚ୍ ଅବରୋଧ କରିଛନ୍ତି ।