Advertisment

ସବସିଡରେ କୃଷି ଯନ୍ତ୍ରପାତି ନେଇ ସମସ୍ୟାରେ ଚାଷୀ : ଦୌଡ଼ି ଦୌଡ଼ି ଥକିଗଲେଣି, ହେଲେ ମିଳୁନି ଅର୍ଥ

ସବସିଡ୍ ଅର୍ଥ କେବେ ମିଳିବ ଜାଣିପାରୁ ନାହାଁନ୍ତି ଚାଷୀ । ପାୱାର ୱିଡର ଓ ପାୱାର ଟିଲର ନେଇ ଚିନ୍ତାରେ ଚାଷୀ । ବ୍ୟାଙ୍କ କି କୃଷି ବିଭାଗ ଅଧିକାରୀ ଶୁଣୁନାହାଁନ୍ତି ଅଭିଯୋଗ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର କେନ୍ଦୁୱାଡା ଚାଷୀଙ୍କ ଅଭିଯୋଗ ।

 agro equipment subsidy schem

agro equipment subsidy schem

Advertisment

ଚାଷୀଙ୍କୁ ପ୍ରୋତ୍ସାହନ ଦେଇ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କର ଅନେକ ଯୋଜନା ରହିଛି । ଏଥିପାଇଁ ବିଭିନ୍ନ ସମୟରେ ଚାଷୀମାନଙ୍କୁ ସବସିଡରେ ଯୋଗାଇ ଦିଆଯାଇଥାଏ କୃଷି ଯନ୍ତ୍ରପାତି । ପୋଷ୍ଟର ମାଧ୍ୟମରେ ଏପରି ପ୍ରଚାର କରାଯାଉଥିଲେ ମଧ୍ୟ ବାସ୍ତବ କଥା କିନ୍ତୁ ଅଲଗା । ସବସିଡ ଆକାରରେ ପାୱାର ୱିଡର ଓ ପାୱାର ଟିଲର ନେଇ ଏବେ ସମସ୍ୟାରେ ପଡିଛନ୍ତି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଅଂଚଳର ଚାଷୀ ।

Advertisment

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର କେନ୍ଦୁଓ୍ୱାଡାର ମାଣ୍ଡିଙ୍ଗା । ବାପା ଓ ଜେଜେବାପା ଅମଳରୁ ଲେକେଣାଙ୍କ ପରିବାର ଚାଷ କରି ଆସୁଛନ୍ତି। ଗତ ଫେବୃଆରୀ ୬ ତାରିଖ ଜିଲ୍ଲାସ୍ତରୀୟ କୃଷି ମେଳାରେ ଲେକେଣାଙ୍କୁ ସବସିଡି ଆକାରରେ ମିଳିଥିଲା ଏକ ପାୱାର ୱିଡର । ହେଲେ ଆଜି ପର୍ଯ୍ୟନ୍ତ
ତାଙ୍କୁ ମିଳି ନାହିଁ ସବସିଡି ଟଙ୍କା । ବ୍ୟାଙ୍କ ଠାରୁ ଆରମ୍ଭ କରି କୃଷି ବିଭାଗ ଅଫିସ ପର୍ଯ୍ୟନ୍ତ ଦୌଡୁଥିଲେ ମଧ୍ୟ ଲେକେଣାଙ୍କ କଥା କେହି ଶୁଣୁ ନାହାଁନ୍ତି । ସେହିପରି କେନ୍ଦୁୱାଡାର ଚାଷୀ ବଂଶୀଧର ମାଣ୍ଡିଙ୍ଗା ସମାନ ସମସ୍ୟାରେ ପଡିଛନ୍ତି। କେବଳ ଲେକେଣା କି ବଂଶୀଧର ନୁହଁନ୍ତି ପରଡିଗୁଡାର ଲଦା ମାଣ୍ଡିଙ୍ଗା ବି ପାୱାର ଟିଲର ସବସିଡି ଟଙ୍କା ପାଇନାହାନ୍ତି।

ସବସିଡି ପାଇବା ଆଶାରେ ଲକ୍ଷ୍ମୀପୁର ବ୍ଲକର ଅନେକ ଚାଷୀ ଧାର କରଜ କରି ପାୱାର ୱିଡର ଓ ପାୱାର ଟିଲର କିଣିଥିଲେ ମଧ୍ୟ ସବସିଡି ଅର୍ଥ ପାଇ ନାହାଁନ୍ତି। ଗତ ୨୦୨୨-୨୩ ଆର୍ଥିକ ବର୍ଷରେ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ପ୍ରଦାନ କରାଯାଇଥିବା କୃଷି ଉପକରଣ ସବସିଡି ଅର୍ଥ ଏମିତି ଅଟକି ରହିଥିବା କୁହାଯାଉଛି । କିଛି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ସମସ୍ୟା ଥିବାରୁ ସବସିଡ୍ ଅର୍ଥ ଶୀଘ୍ର ଦିଆଯାବାକୁ ଯୋଜନା ହେଉଛି । ଅନ୍ୟପଟେ ଡିଲରଙ୍କ ସଂପୃକ୍ତି ଆସିଲେ, ସେହି ଡିଲରଙ୍କୁ ବ୍ଲାକ ଲିଷ୍ଟ କରାଯିବ ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ।

ଚାଷୀଙ୍କୁ ଉନ୍ନତମାନର ଯନ୍ତ୍ରପାତି ଯୋଗାଇ ଦେଇ ସରକାର ଚାଷକୁ ଆଗକୁ ନେବାକୁ ଚାହୁଁଥିବା ବେଳେ ସବସିଡ ଅର୍ଥ ପ୍ରଦାନରେ ବିଳମ୍ୱକୁ ନେଇ କୃଷି ବିଭାଗ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଚିହ୍ନ ଲାଗିଛି। 

Advertisment
Subsidy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ