Advertisment

ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷ କରିଥିଲେ, ଶେଷରେ ବିଲରେ ନିଆଁ ଲଗାଇଦେଲେ ..

ଗଜପତି ଜିଲ୍ଲା ମୋହନା ବ୍ଲକ ସାନ ଖଣି ଅଞ୍ଚଳର ଘଟଣା...ନିଅଣ୍ଟିଆ ବର୍ଷା ଯୋଗୁଁ ୪ ଏକର ଫସଲ ଶୁଖି ନଷ୍ଟ ହୋଇଯାଇଛି..ଅଞ୍ଚଳରେ ଜଳସେଚନ ସୁବିଧା ନଥିବାରୁ ଉଜୁଡ଼ିଗଲା ଫସଲ...

Farmer sets his own crop land on fire due to deficient rainfall

Farmer sets his own crop land on fire due to deficient rainfall

Advertisment

ସବୁ ସାରିଦେଲା ନିଅଣ୍ଟିଆ ବର୍ଷା । ଉଜୁଡ଼ି ଗଲା ଧାନ ଫସଲ, ଶେଷରେ ବିଲରେ ନିଆଁ ଲଗାଇଦେଲା ଚାଷୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ସାନ ଖଣି ଅଞ୍ଚଳରେ।

Advertisment

ସାନଖଣି ଗାଁର ବାଳକୃଷ୍ଣ ମଲ୍ଲିକ ନାମକ ଜଣେ ଚାଷୀ ନିଜ ଜମିରେ ନିଆଁ ଲଗାଇଦେଇଛନ୍ତି। ସେ ୪ ଏକର ଜମିରେ ଧାର କରଜ କରି ଧାନ ଚାଷ କରିଥିଲା। କିନ୍ତୁ ନିଅଣ୍ଟିଆ ବର୍ଷା ଯୋଗୁଁ ୪ ଏକର ଧାନ ଫସଲ ଶୁଖି ନଷ୍ଟ ହୋଇଯାଇଛି । ଏହି ଅଞ୍ଚଳରେ ଜଳସେଚନ ସୁବିଧା ବି ନାହିଁ। ଶେଷରେ ଧାନ ବିଲରେ ନିଆଁ ଲଗାଇଦେଇଥିବା କହିଛନ୍ତି ବାଳକୃଷ୍ଣ। ତେବେ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।...

Advertisment

ବାଳକୃଷ୍ଣ ମଲ୍ଲିକ କହିଛନ୍ତି, ଚାଷୀମାନଙ୍କୁ ସରକାର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି ବୋଲି କହୁଛନ୍ତି। ହେଲେ ଆମକୁ କିଛି ସୁବିଧା ସୁଯୋଗ ମିଳୁ ନାହିଁ। ନିଅଣ୍ଟିଆ ବର୍ଷା ଯୋଗୁ ଧାନ ଫସଲ ଭଲ ହେଲା ନାହିଁ। ସବୁ ଧାନ ଫସଲ ସୁଖି ନଷ୍ଟ ହୋଇଗଲା। ଗାଈଗୋରୁ ମଧ୍ୟ ଖାଇଲେ ନାହିଁ। ଆମ ଅଞ୍ଚଳରେ ଜଳସେଚନର ସୁବିଧା ନାହିଁ। ଶେଷରେ ବାଧ୍ୟ ହୋଇ ମୁଁ କ୍ଷେତରେ ନିଆଁ ଲଗାଇଦେଲି। ମୁଁ କିପରି ଋଣ ସୁଝିବି ଜାଣିପାରୁ ନାହିଁ। ଋଣ ସୁଝି ନପାରିଲେ ଆତ୍ମହତ୍ୟା କରିବି।

Fire Farmer Deficient Rainfall
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ