Advertisment

ପ୍ରତିବର୍ଷ କାହିଁକି ଜଳବନ୍ଦୀ ଜୀବନ ବିତାଉଛନ୍ତି ରାଜଧାନୀବାସୀ?

ଅକଥନୀୟ, ଅକଳ୍ପନୀୟ ଦୁର୍ଦ୍ଦଶାରେ ଦିନ ଦିନ ଧରି ଘାଣ୍ଟି ହେଉଛି ସହରୀଜୀବନ ।

Flood Situation

Flood Situation

Advertisment

ଅସରାଏ ବର୍ଷାରେ ଭାସୁଛି ରାଜଧାନୀ ଭୁବନେଶ୍ୱର। ପୁରୁଣା ଭୁବନେଶ୍ୱର, ଲକ୍ଷ୍ମୀସାଗର, ବମିଖାଲ । ଟିକେ ବର୍ଷିଲେ କଥା ସରିଲା । ରାସ୍ତାଘାଟ, ଘରଦ୍ୱାର ସବୁ ଏକାକାର । ହେଲେ ପ୍ରତିବର୍ଷ କାହିଁକି ଏମିତି ଜଳବନ୍ଦୀ ଜୀବନ ବିତାଉଛନ୍ତି ରାଜଧାନୀବାସୀ? ବିଶେଷଜ୍ଞଙ୍କ ମତରେ ଜଳବନ୍ଦୀ ର ଅସଲ କାରଣ ହେଉଛି ପ୍ରାକୃତିକ ଉତ୍ସର ଅବକ୍ଷୟ । ଯେମତିକି ଗଙ୍ଗୁଆ ନାଳ କି ଦୟା ୱେଷ୍ଟ କେନାଲ । ଯାହାକୁ ନେଇ ଏବେ ଅଣ୍ଟା ଭିଡିଛି ବିଏମ୍‌ସି।

Advertisment

ରାସ୍ତା ବୁଡୁଛି..ଯାନବାହନ ଭାସୁଛି..ସାମାନ୍ୟ ବର୍ଷାରେ ବି ଡ୍ରେନ୍ ଉଛୁଳି ଉବୁଟୁବୁ ଘରଦ୍ୱାର । ଅକଥନୀୟ, ଅକଳ୍ପନୀୟ ଦୁର୍ଦ୍ଦଶାରେ ଦିନ ଦିନ ଧରି ଘାଣ୍ଟି ହେଉଛି ସହରୀଜୀବନ । ବର୍ଷକୁ ବର୍ଷ ରାଜଧାନୀବାସୀଙ୍କ ଚିନ୍ତା ବଢ଼ାଉଛି ସହରୀବନ୍ୟା । ହେଲେ କାହିଁକି ? କଣ ପାଇଁ ଏ ସମସ୍ୟା ? କଣ ଏହାର ସମାଧାନ ? ବିଶେଷଜ୍ଞଙ୍କ ମତରେ ରାଜଧାନୀର ସ୍ୱରେଜ ବ୍ୟବସ୍ଥାକୁ ସମ୍ଭାଳୁଥିବା ୧୦ ଟି ପ୍ରାକୃତିକ ନାଳ ଏବେ ଅବହେଳିତ। ପ୍ରାକୃତିକ ନାଳର ଅବକ୍ଷୟ ପାଇଁ ଏ ଦୁର୍ଦ୍ଦଶା।

ପ୍ରମୁଖ ଦୁଇ ଉତ୍ସ ଗଙ୍ଗୁଆ ଏବ୍ଂ ଦୟା ୱେଷ୍ଟ କେନାଲ ଯାହା ଅଧାରୁ ଅଧିକ ଭୁବନେଶ୍ୱରକୁ ଜଳବନ୍ଦୀ ସମସ୍ୟାରୁ ମୁକ୍ତି ଦିଅନ୍ତି। ନୂଆଗାଁ ସ୍ଥିତ ଗଙ୍ଗୁଆ ନାଳରେ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ, ଜବରଦଖଲରେ ସଂକୀର୍ଣ୍ଣ । ଏକଦା କାଚକେନ୍ଦୁ ପରି ପାଣି ଥିବା ଗଙ୍ଗବତୀ ନଦୀ ଏବେ ଗଙ୍ଗୁଆ ନାଳ । ପୁରୁଣା ଭୁବନେଶ୍ୱରର ପ୍ରାୟ ଅଧିକାଂଶ ନାଳ ନର୍ଦ୍ଦମା ଏହି ଗଙ୍ଗୁଆରେ ମିଶିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଯେବେ ଗଙ୍ଗୁଆ ପରିଷ୍କାର ଥିଲା, ସେବେ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ବର୍ଷା ହେଲେ ଟୋପେ ପାଣି ଜମୁନଥିଲା । ଏବେ ପ୍ରଦୂଷିତ ଏହି ନାଳ କଥା ନକହିବା ଭଲ। ସେହିପରି ଅନ୍ୟ ଏକ ନାଳ ଦୟା ୱେଷ୍ଟ କେନାଲ । ଲକ୍ଷ୍ମୀସାଗର ବଡଗଡ ଭଳି ଅଞ୍ଚଳରେ ଥିବା ଏହି କେନାଲର ବି ସମାନ ସ୍ଥିତି । ଆବର୍ଜନା ପଙ୍କରେ ଭର୍ତ୍ତି ହୋଇଛି । ଜବର ଦଖଲରେ ସିକୁଡି ଯାଇଛି।

Advertisment

ତେବେ ଦୀର୍ଘଦିନରୁ ଥିବା ଏହି ସମସ୍ୟା ସୁଧାରିବାକୁ ଏବେ ଅଣ୍ଟା ଭିଡିଛି ବିଏମସି । ଗତକାଲି ଏନେଇ ବିଏମ୍ସି ପକ୍ଷରୁ ଦୟା ୱେଷ୍ଟ କେନାଲର ଲକ୍ଷ୍ମୀସାଗର ଅଞ୍ଚଳ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି BMC କମିଶନର। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଗୋଟିଏ ସାଇଫନ୍ ପାଇଁ ଜଳ ନିଷ୍କାସନ ଅସୁବିଧା ହେଉଥିବାରୁ ଉକ୍ତ ସାଇଫନକୁ ସଫା କରିବା ଏବଂ ନୂଆ ସାଇଫନକୁ ସଜାଡିବାକୁ ଯୋଜନା ରହିଛିା । ଏହାବ୍ୟତିତ ଭୁବନେଶ୍ୱରର ସମସ୍ତ ୧୦ଟି ପ୍ରାକୃତିକ ନାଳକୁ ପୁନର୍ଜିବିତ କରାଇବାକୁ ଉଦ୍ୟମ ଆରମ୍ଭ ହେଉଥିବା ବିଏମ୍‌ସି ସୂଚନା ଦେଇଛି ।

ବିଭିନ୍ନ ସମୟରେ ପ୍ରାକୃତିକ ଏବଂ କୃତ୍ରିମ ନଳା ଉପରେ ଜବରଦଖଲକାରୀଙ୍କ କବଜା ରହିଛି। ଅନେକସ୍ଥାନରେ କୋର୍ଟଙ୍କ ରହିତା ଦେଶ ପାଇଁ କାର୍ଯ୍ୟ ବନ୍ଦ ହେଉଥିବା ସ୍ୱୀକାର କରିଛି ବିଏମ୍‌ସି । ତେବେ ଏହାକୁ ଅଲୋଚନା ମାଧ୍ୟମରେ ସମାଧାନ କରିବାକୁ ବିଏମ୍‌ସି ଲକ୍ଷ୍ୟ ରଖିଛି । ହେଲେ କେବେ ଏହାର ସମାଧାନ ହେଉଛି, କେବେ ରାଜଧାନୀବାସୀଙ୍କୁ ଜଳବନ୍ଦୀ ସମସ୍ୟାରୁ ମୁକ୍ତି ମିଳୁଛି ତା ଉପରେ ନଜର ।

Advertisment
Daya River Flood Situation Gangua River
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ