ପାସୱାର୍ଡ ପାଇଁ ପୂର୍ବତନ କର୍ମଚାରୀଙ୍କ ପାଖରେ ଶରଣ ପଶିଲା କମ୍ପାନୀ

କମ୍ପାନୀ ତାଙ୍କୁ ବାହାର କରି ଦେଇଥିଲା । ଏହି ଘଟଣାକୁ ପ୍ରାୟ ୬ ମାସ ବିତି ସାରିଥିଲା । କିନ୍ତୁ ଏହା ପରେ ଗୋଟେ ପାସୱାର୍ଡ ପାଇଁ କମ୍ପାନୀ ତାଙ୍କ ପାଖକୁ ଯିବାକୁ ବାଧ୍ୟ ହେଲା । ଏପରି ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି ।

Password

କମ୍ପାନୀ ତାଙ୍କୁ ବାହାର କରି ଦେଇଥିଲା । ଏହି ଘଟଣାକୁ ପ୍ରାୟ ୬ ମାସ ବିତି ସାରିଥିଲା । କିନ୍ତୁ ଏହା ପରେ ଗୋଟେ ପାସୱାର୍ଡ ପାଇଁ କମ୍ପାନୀ ତାଙ୍କ ପାଖକୁ ଯିବାକୁ ବାଧ୍ୟ ହେଲା । ଏପରି ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି । ନିକଟରେ ଜଣେ ରେଡ୍ଡିଟ ବ୍ୟବହାରକାରୀ ଏପରି ଏକ ଷ୍ଟୋରୀ ସେୟାର କରିଛନ୍ତି । ନିଜର ପୂର୍ବ କମ୍ପାନୀରୁ ବାହାରି ଯିବାର ୬ ମାସ ପରେ ତାଙ୍କ ଲାପଟପ୍ ପାସୱାର୍ଡ ପାଇଁ କିପରି ତାଙ୍କ ସହ ଯୋଗାଯୋଗ କରାଯାଇଥିଲା ବୋଲି ସେ କହିଛନ୍ତି ।

ଉପଭୋକ୍ତା ଜଣକ ଏନେଇ ଏକ ସ୍କ୍ରିନସଟ୍ ସେୟାର କରିଛନ୍ତି । ଉକ୍ତ ଫଟୋରେ ଲାପଟପର ପାସୱାର୍ଡ ମାଗିଥିଲା ପୂର୍ବ କମ୍ପାନୀ । ଏହା ସହ ଲାପଟପକୁ ଭବିଷ୍ୟତରେ ମଧ୍ୟ ବ୍ୟବହାର କରିବେ ବୋଲି କହିଥିଲେ । କମ୍ପାନୀ ତରଫରୁ ଏହା ମଧ୍ୟ କୁହାଯାଇଥିଲା କି, ଉକ୍ତ ଲାପଟପରେ ଥିବା ସମସ୍ତ ଜିନିଷକୁ ଅତ୍ୟନ୍ତ ସତର୍କତାର ସହ ବ୍ୟବହାର କରିବେ । କେବଳ ଲାପଟପକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ପାସୱାର୍ଡ ବ୍ୟବହାର କରାଯିବ ବୋଲି ଲେଖାଯାଇଥିଲା ।

କେବଳ ଏକ ପାସୱାର୍ଡ ପାଇଁ କମ୍ପାନୀ ଖୋଜିବା ତାଙ୍କୁ ଆନନ୍ଦିତ କରିଛି ବୋଲି ସେ ଲେଖିଛନ୍ତି । ସେ ଆହୁରି ଲେଖିଛନ୍ତି, ପ୍ରଥମେ ଇଣ୍ଟରଭିୟୁ ଦେଇ ଚାକିରି ପାଇଥିଲି । କିନ୍ତୁ ପରେ ଏହି ପୋଷ୍ଟ ବନ୍ଦ କରି ଦେଇଥିଲେ । ଏଣୁ ବାଧ୍ୟ ହୋଇ ଚାକିରି ଛାଡ଼ିଲି । କିନ୍ତୁ ଦୀର୍ଘ ୬ ମାସ ପରେ ପୁଣି ସେମାନେ ମତେ ଯୋଗାଯୋଗ କରିଛନ୍ତି । ତାହା ପୁଣି ସାମାନ୍ୟ ଏକ ପାସୱାର୍ଡ ପାଇଁ । ଏହା ମତେ ଆନନ୍ଦିତ କରିଛି ।

ଏହା ବର୍ତ୍ତମାନ ଇଣ୍ଟରନେଟରେ ଭାଇରାଲ ହେଉଛି । ଛଅ ମାସ ପର୍ଯ୍ୟନ୍ତ ପୁରୁଣା ପାସୱାର୍ଡ ମନେ ରଖିବା କଦାପି ସମ୍ଭବ ନୁହେଁ ବୋଲି ୟୁଜର୍ସ ମତ ପ୍ରକାଶ କରିଛନ୍ତି । ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, ୬ ମାସ? ବ୍ୟବହାର ନହେଉଥିବା ପାସୱାର୍ଡକୁ ତ କେବେ ବି ମନେ ରଖିହେବ ନାହିଁ ।

ଅନ୍ୟ ଜଣେ ଲେଖିଛନ୍ତି, ଆଇଟିରେ ଗୋଟିଏ କଥା କୁହାଯାଇଥାଏ । ନିଜ ପାସୱାର୍ଡ କେବେ ମଧ୍ୟ ସେୟାର କରନ୍ତୁ ନାହିଁ । ଏଣୁ ପାସୱାର୍ଡ ପ୍ରଦାନ ନକରିବା ବୁଦ୍ଧିମାନର କାର୍ଯ୍ୟ । ଅନ୍ୟ ଜଣେ ଲେଖିଛନ୍ତି, ଯଦି ସେମାନଙ୍କର ଆଇଟି ପ୍ରଫେସନାଲ ଏହି କାମ କରିପାରୁନାହାଁନ୍ତି, ତେବେ ତାଙ୍କୁ ତ ତୁରନ୍ତ ବାହାର କରିଦେବା ଉଚିତ ।