Advertisment

୪୬ବର୍ଷ ପରେ ମିଳିଲା ପେନସନ୍,୯୧ ବର୍ଷର ବୃଦ୍ଧା ପାଇବେ ମୃତ ଶିକ୍ଷକ ସ୍ୱାମୀଙ୍କ ଭତ୍ତା

ମହିଳାଙ୍କୁ ପେନସନ୍ ଓ ବକେୟା ଅର୍ଥଦ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଅଦ୍ୟତନ ହୋଇଛି
Kendrapada Woman Gets Husband Pension After 46 years

Elderly woman gets husband's pension after 46 years of his death

Advertisment

୪୬ ବର୍ଷ ପରେ ମିଳିଲା ପେନସନ। ୯୧ ବର୍ଷରେ ବୃଦ୍ଧା ପାଇବେ ମୃତ ଶିକ୍ଷକ ସ୍ୱାମୀଙ୍କ ଭତ୍ତା। କେନ୍ଦ୍ରାପଡା ଡେରାବିଶ ବ୍ଲକ୍ କନ୍ଦରପୁର ଗାଁର ବେଣୁଧର ସାହୁ ଦୁହୁରିଆ ସ୍କୁଲରେ ସହକାରୀ ଶିକ୍ଷକ ଭାବେ ଶିକ୍ଷକତା କରୁଥିବା ବେଳେ ୧୯୭୭ରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ପରିବାର ପେନସନ୍ ପାଇଁ ବାରମ୍ବାର ଆବେଦନ କରିଥିଲେ ବି ନିରାଶ ହୋଇଥିଲେ।

Advertisment

ଏକମାତ୍ର ପୁଅକୁ ଧରି ପତ୍ନୀ ହାରା ସାହୁ ବାରମ୍ବାର ପ୍ରଶାସନର ଦ୍ୱାରସ୍ତ ହୋଇଥିଲେ। ହେଲେ ସବୁଆଡୁ ତାଙ୍କୁ ନିରାଶ ହେବାକୁ ପଡିଥିଲା। ପରେ ସେ କୋର୍ଟରେ ଆବେଦନ କରିଥିଲେ। ଅଭାବ ଭିତରେ ଦୀର୍ଘଦିନର ଆଇନଗତ ଲଢେଇ ପରେ ଉଚ୍ଚ ନ୍ୟାୟାଳୟ, ହାରା ସାହୁଙ୍କ ସମସ୍ତ କାଗଜପତ୍ର ଯାଂଚ୍ କରି ସେ ପେନସନ୍ ପାଇବାକୁ ହକଦାର ବୋଲି ରାୟ ଶୁଣାଇଛନ୍ତି।

Advertisment

ଏପରିକି ସ୍ୱାମୀଙ୍କ ମୃତ୍ୟୁ ଦିନଠାରୁ ଆଜି ପର୍ଯ୍ୟନ୍ତ ବକେୟା ବାବଦରେ ସମସ୍ତ ପେନସନ୍ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି।

High Court Elderly Woman
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ