Advertisment

ପିଲା ଅଣ୍ଡା ଖାଇବେ, ଭଲ ପୋଷାକ ପିନ୍ଧିବେ! ହେଲେ ଏଠାରେ ୨୦୦ ପିଲାଙ୍କୁ ୨ ଶିକ୍ଷୟିତ୍ରୀ, ଯାହା ହେବ ପାଠପଢ଼ା

ସତରେ ସରକାର କି ପ୍ରହସନ ଚଳାଇଛନ୍ତି ! ଏଠାରେ ୨୦୦ ପିଲାଙ୍କୁ ଅଛନ୍ତି ୨ ଜଣ ଶିକ୍ଷୟିତ୍ରୀ, ଶିକ୍ଷକ ନଥିବାରୁ ସାନ ପିଲାଙ୍କୁ ପାଠ ପଢ଼ାଉଛନ୍ତି ବଡ଼ ଶ୍ରେଣୀର ପିଲାମାନେ..କ’ଣ ଯେ ହେବ ଏମାନଙ୍କ ଭବିଷ୍ୟତ

 lack of teachers in Kalahandi

lack of teachers in Kalahandi

Advertisment

ହାତରେ ବହି.. ଗୁରୁଙ୍କ ପରି ସାନ ସାନ ପିଲାଙ୍କୁ ପାଠ ପଢ଼ାଉଛନ୍ତି ବଡ଼ ଶ୍ରେଣୀର ପିଲାମାନେ.. ଶିକ୍ଷକ ଅଭାବ ଯୋଗୁଁ ଏବେ ସେମାନଙ୍କୁ ଶିକ୍ଷକ ସାଜିବାକୁ ପଡ଼ୁଛି..ନିଜେ ପାଠ ପଢ଼ିବେ କ’ଣ ପିଲାଙ୍କୁ ପାଠ ପଢ଼ାଉଛନ୍ତି । କାରଣ ସେମାନଙ୍କ ସ୍କୁଲରେ ପ୍ରାୟ ୨୦୦ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ୨ ଜଣ ଶିକ୍ଷୟିତ୍ରୀ ରହିଛନ୍ତି । କେବଳ ଯେ ଏଠାରେ ଶିକ୍ଷକ ମରୁଡ଼ି ତା’ ନୁହେଁ ସ୍କୁଲର ଅବସ୍ଥା ମଧ୍ୟ ତଦ୍ରୁପ । କେଉଁଠୁ କାନ୍ଥରୁ ମାଟି ଖସୁଛି ତ କେଉଁଠି ଭାଙ୍ଗି ପଡ଼ିଛି । କେତେବେଳେ ଯେ କ’ଣ ହେବ କହିହେବ ନାହିଁ ।

Advertisment

ଭବାନୀ ପାଟଣା ସହର ମଝିରେ ଥିବା ବାହାଦୁର ବଗିଚାପଡା ଆଉଟପୋଷ୍ଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ୧୯୬୨ମସିହାରେ ତିଆରି ହୋଇଥିବା ବେଳେ ବର୍ତ୍ତମାନ ଦିନରେ ସୂର୍ଯ୍ୟ ଓ ରାତିରେ ତାରା ଦିଶୁଛି । ଏହି ଭଙ୍ଗା ଦଦରା ସ୍କୁଲଘରେ ୧୮୪ ଜଣ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି । ପ୍ରଥମ ଶ୍ରେଣୀରେ ୧୯ ଜଣ, ଦ୍ୱିତୀୟ ଶ୍ରେଣୀରେ ୧୯ ଜଣ, ତୃତୀୟ ଶ୍ରେଣୀରେ ୧୯ ଜଣ, ଚତୁର୍ଥ ଶ୍ରେଣୀରେ ୧୩ ଜଣ,ପଞ୍ଚମ ଶ୍ରେଣୀରେ ୨୬ ଜଣ,ଷଷ୍ଠ ଶ୍ରେଣୀରେ ୨୭ ଜଣ,ସପ୍ତମ ଶ୍ରେଣୀରେ ୩୮ ଜଣ ଓ ଅଷ୍ଟମ ଶ୍ରେଣୀରେ ୨୩ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି ।

ଏତେ ସବୁ ପିଲାଙ୍କ ପାଇଁ ତଥା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ଅଛନ୍ତି ମାତ୍ର ୩ ଜଣ ଶିକ୍ଷୟତ୍ରୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ପାଠ ପଢ଼ାଉଥିବା ବେଳେ ଅନ୍ୟ ଜଣେ ଶିକ୍ଷୟତ୍ରୀ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଲମ୍ବା ଛୁଟିରେ ଅଛନ୍ତି । ୧୮୪ ଜଣ ଛାତ୍ରଛାତ୍ରୀଙ୍କୁ ୨ ଜଣ ଶିକ୍ଷୟତ୍ରୀ ଥିବା ଯୋଗୁଁ ଶିକ୍ଷାଦାନ ବାଧାପ୍ରାପ୍ତ ହେବାରେ ଲାଗିଛି । ସିନିୟର ପିଲାମାନେ ଜୁନିୟରଙ୍କୁ ପାଠ ପଢ଼ାଉଛନ୍ତି ।

Advertisment

ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଥିବାବେଳେ ଶିକ୍ଷକ ଅଭାବ ଯୋଗୁଁ ଅଭିଭାବକ ମାନେ ଘରୋଇ ସ୍କୁଲ ମାନଙ୍କରେ ପିଲାଙ୍କୁ ପାଠ ପଢ଼ାଇବାକୁ ଚାହୁଁଛନ୍ତି । ଏନେଇ ଭବାନୀପାଟଣା ସହର ସ୍ଥିତ ବାହାଦୁର ବଗିଚା ପଡା ଆଉଟ ପୋଷ୍ଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ପ୍ରଦୀପ ସିଂ ଆମେ ବାରମ୍ବାର ଶିକ୍ଷକ ଅଭାବ ଓ ସ୍କୁଲର ବିଭିନ୍ନ ସମସ୍ୟା ନେଇ ଜିଲ୍ଲା ପ୍ରଶାସନ ଙ୍କୁ ଅବଗତ କରିଛୁ ।

କିନ୍ତୁ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳି ନଥିବା କଥା ପ୍ରକାଶ କରିଛନ୍ତି । ଏନେଇ ବିଇଓ ସୁନନ୍ଦା ପଣ୍ଡାଙ୍କୁ ପଚାରିବାରୁ ବାହାଦୁର ବଗିଚାପଡା ସ୍କୁଲ ପାଇଁ DEOଙ୍କ ସହିତ ଆଲୋଚନା କରାଯାଇଛି । ଖୁବ ଶୀଘ୍ର ଶିକ୍ଷକ ନିଯୁକ୍ତି କରାଯିବ ବୋଲି କହିଛନ୍ତି । ଶୀଘ୍ର ଏଠାରେ ଶିକ୍ଷକ ଶିକ୍ଷୟତ୍ରୀ ଯୋଗାଇ ଦେଲେ ଛାତ୍ରଛାତ୍ରୀ ମାନଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେବ ନାହିଁ ବୋଲି ଦାବି ହେଉଛି ।

Advertisment
Education System Odisha Lack Of Teachers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ