Advertisment

ଡ୍ରୋନରେ ପହଞ୍ଚିବ ଔଷଧ,ରାୟଗଡା ଜିଲ୍ଲାରେ ପରୀକ୍ଷାମୂଳକ ଭାବେ ଆରମ୍ଭ ହେଲା ଯୋଜନା

କଲ୍ୟାଣସିଂହପୁର ଏବଂ ଗୁଡାରି ମେଡିକାଲକୁ ଗଲା ଔଷଧ ...ସଫଳ ହେଲେ ଶୀଘ୍ର ଅନ୍ୟ ସ୍ଥାନକୁ ଯିବ ଔଷଧ...

ଅଦ୍ୟତନ ହୋଇଛି
Get medications faster with drone delivery

Get medications faster with drone delivery

Advertisment

ଦୁର୍ଗମ ଅଞ୍ଚଳରେ ଡ୍ରୋନରେ ପହଞ୍ଚିବ ଔଷଧ। କନ୍ଧମାଳ ପରେ ଦ୍ୱିତୀୟ ଜିଲ୍ଲା ଭାବେ ରାୟଗଡାରେ ପରୀକ୍ଷାମୂଳକ ଭାବେ ଏହି ଯୋଜନାର ଆରମ୍ଭ ହୋଇଛି । ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ USAID ଏବଂ ରେଡୱିଙ୍ଗ ସଂସ୍ଥାର ସହଯୋଗରେ ଏହି ସେବା ଆରମ୍ଭ ହୋଇଛି । ଜିଲ୍ଲାର କଲ୍ୟାଣସିଂହପୁର ଏବଂ ଗୁଡାରି ମେଡିକାଲକୁ ଡ୍ରୋନ୍ ସାହାଯ୍ୟରେ ପଠାଯାଇଛି ଔଷଧ।

Advertisment

ଏହା ସଫଳ ହେବା ପରେ ରାୟଗଡ଼ା ଜିଲ୍ଲାର ସମସ୍ତ ବ୍ଲକ ସହ ଦୁର୍ଗମ ଅଞ୍ଚଳକୁ ଏହା ସାହାଯ୍ୟରେ ନମୁନା ଏବଂ ଔଷଧ ପଠାଯିବ । ଜିଲ୍ଲା ମୁଖ୍ୟାଳୟରେ ବସି ଜଣେ ବ୍ୟକ୍ତି ଏବି ଡ୍ରୋନର ପରିଚାଳନା କରିବେ। ଡ୍ରୋନରେ ସମସ୍ତ ପ୍ରକାର ଔଷଧ ଗଚ୍ଛିତ ଅଛି ଯାହା ଲୋକଙ୍କ ଅସୁବିଧା ସମୟରେ କାମରେ ଆସିବ।

ଏ ସମ୍ପର୍କରେ ରାୟଗଡା ଜିଲ୍ଲାପାଳ କହିଛନ୍ତି, ଡ୍ରୋନ ଦ୍ୱାରା ମେଡିସିନ ଡେଲିଭରି ଓ ସାମ୍ପଲ ସଂଗ୍ରହ କାମ ଆରମ୍ଭ ହୋଇଛି। ଆମ ଜିଲ୍ଲାରେ ପାଇଲଟ ପ୍ରୋଜେକ୍ଟରେ ଏହି କାମ ଆରମ୍ଭ ହୋଇଛି। ଲୋକଙ୍କୁ ଯିବା ଆସିବାରେ ଅସୁବିଧା ହେଉଥିଲା। ସମୟ ସହ ଟଙ୍କା ଅପଚୟ ହେଉଥିଲା। ଏହାଦ୍ୱାରା ଲୋକେ ଉପକୃତ ହେବେ । ଖୁବ୍‌ ଶୀଘ୍ର ଜିଲ୍ଲାର ଅନ୍ୟ ବ୍ଲକକୁ ବି ଡ୍ରୋନ ସାହାଯ୍ୟରେ ମେଡିସିନ ପହଞ୍ଚିବ ।

Advertisment

ଦେଶରେ ଅରୁଣାଚଳ ପ୍ରଦେଶ ଏବଂ ମେଘାଳୟର ଗୋଟିଏ ଗୋଟିଏ ଜିଲ୍ଲାରେ ଡ୍ରୋନ ମାଧ୍ୟମରେ ଔଷଧ ବିତରଣ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ